ବିଶ୍ବ ରେକର୍ଡରେ ସବୁଠାରୁ ବଡ଼ ଷ୍ଟ୍ରବେରୀ

The Sakala Picture
Published On

ଅନେକ ସମୟରେ ଏମିତି କିଛି ଫଳ କିମ୍ବା ପନିପରିବା ଆମ ଦୃଷ୍ଟିକୁ ଆସିଥାଏ, ଯାହାର ଆକାର ଏବଂ ଓଜନ ସାଧାରଣଠାରୁ ବହୁତ ଅଧିକ କିମ୍ବା ବହୁତ କମ୍ ହୋଇଥାଏ। ଏହି ଧାରାରେ ଏବେ ଇସ୍ରାଏଲ୍‌ର ଗୋଟିଏ ଷ୍ଟ୍ରବେରୀ ବିଶ୍ବ ରେକର୍ଡ କରିଛି। ଷ୍ଟ୍ରବେରୀ ସାଧାରଣ ଭାେବ ଛୋଟ ଓ ଲାଲ୍‌ ରଙ୍ଗର ହୋଇଥାଏ। କିନ୍ତୁ ଏବେ ଇସ୍ରାଏଲ୍‌ର ଜଣେ କୃଷକ ଏରିୟଲ୍‌ ଚାହିଙ୍କ କ୍ଷେତରେ ଏମିତି ଏକ ଷ୍ଟ୍ରବେରୀ ହୋଇଛି, ଯାହା ଏବେ ସମ୍ପୂର୍ଣ୍ଣ ବିଶ୍ବର ଦୃଷ୍ଟି […]

ଅନେକ ସମୟରେ ଏମିତି କିଛି ଫଳ କିମ୍ବା ପନିପରିବା ଆମ ଦୃଷ୍ଟିକୁ ଆସିଥାଏ, ଯାହାର ଆକାର ଏବଂ ଓଜନ ସାଧାରଣଠାରୁ ବହୁତ ଅଧିକ କିମ୍ବା ବହୁତ କମ୍ ହୋଇଥାଏ। ଏହି ଧାରାରେ ଏବେ ଇସ୍ରାଏଲ୍‌ର ଗୋଟିଏ ଷ୍ଟ୍ରବେରୀ ବିଶ୍ବ ରେକର୍ଡ କରିଛି। ଷ୍ଟ୍ରବେରୀ ସାଧାରଣ ଭାେବ ଛୋଟ ଓ ଲାଲ୍‌ ରଙ୍ଗର ହୋଇଥାଏ। କିନ୍ତୁ ଏବେ ଇସ୍ରାଏଲ୍‌ର ଜଣେ କୃଷକ ଏରିୟଲ୍‌ ଚାହିଙ୍କ କ୍ଷେତରେ ଏମିତି ଏକ ଷ୍ଟ୍ରବେରୀ ହୋଇଛି, ଯାହା ଏବେ ସମ୍ପୂର୍ଣ୍ଣ ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି। ଏହି ଷ୍ଟ୍ରବେରୀର ଆକାର ଓ ଓଜନ ସାଧାରଣଠାରୁ ଅପେକ୍ଷାକୃତ ବେଶ୍‌ ବଡ଼। ଇଲାନ୍‌ ପ୍ରଜାତିର ଏହି ଷ୍ଟ୍ରବେରୀର ଓଜନ ୨୮୯ ଗ୍ରାମ୍‌ ହେବ। ତେଣୁ ଏହାକୁ ଗିନିଜ୍‌ ବିଶ୍ବ ରେକର୍ଡରେ ସାମିଲ୍‌ କରାଯାଇଛି। ଗିନିଜ୍‌ ୱାଲର୍ଡ ରେକର୍ଡର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏହାର ଏକ ଭିଡିଓକୁ ସେୟାର୍‌ କରାଯାଇଛି। ଏହାପୂର୍ବରୁ ୨୦୧୫ରେ ଜାପାନର ଫୁକୁଓକାଠାରେ ମିଳିଥÒବା ସବୁଠାରୁ ବଡ଼ ଷ୍ଟ୍ରବେରୀ ରେକର୍ଡକୁ ଭାଙ୍ଗିବାରେ ଏହା ସକ୍ଷମ ହୋଇଛି।

ଆହୁରି ପଢ଼ନ୍ତୁ: ଦୁର୍ବଳ ମାନସିକ ସ୍ୱାସ୍ଥ୍ୟ ପାଇଁ ସ୍କ୍ରିନ୍ ନିଶା ଦାୟୀ: ସର୍ବବୃହତ୍ ସମୀକ୍ଷାରୁ ଆସିଲା ଚିନ୍ତାଜନକ ରିପୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp