ଜନସେବାରେ ରେଡ଼ିଓ

The Sakala Picture
Published On

ପ୍ରତ୍ୟେକ ବର୍ଷ ଫେବୃଆରୀ ୧୩ ତାରିଖକୁ ରେଡିଓ ଦିବସ ଭାବେ ପାଳନ କରାଯାଏ। ଜନସାଧାରଣଙ୍କ ମଧ୍ୟରେ ରେଡିଓର ଗୁରୁତ୍ବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ରେଡିଓ ଏକ ଲୋକପ୍ରିୟ ଓ ବହୁଳ ପ୍ରସାରିତ ଗଣମାଧ୍ୟମ। ଯେତେବେଳେ କୌଣସି ଯୋଗାଯୋଗ ବ୍ୟବସ୍ଥା କାମ କରିନଥାଏ ସେତେବେଳେ ରେଡିଓ ହିଁ କାମ କରିଥାଏ। ପ୍ରାକୃତିକ ଦୁର୍ବିପାକ ସମୟରେ ରେଡିଓର ଗୁରୁତ୍ବ ବୃଦ୍ଧ଄ ପାଇଥାଏ। ମଣିଷ ଜୀବନରେ ରେଡିଓର ଆବଶ୍ୟକତାକୁ ଅନୁଭବ କରି ସ୍ପାନିଶ […]

ପ୍ରତ୍ୟେକ ବର୍ଷ ଫେବୃଆରୀ ୧୩ ତାରିଖକୁ ରେଡିଓ ଦିବସ ଭାବେ ପାଳନ କରାଯାଏ। ଜନସାଧାରଣଙ୍କ ମଧ୍ୟରେ ରେଡିଓର ଗୁରୁତ୍ବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ରେଡିଓ ଏକ ଲୋକପ୍ରିୟ ଓ ବହୁଳ ପ୍ରସାରିତ ଗଣମାଧ୍ୟମ। ଯେତେବେଳେ କୌଣସି ଯୋଗାଯୋଗ ବ୍ୟବସ୍ଥା କାମ କରିନଥାଏ ସେତେବେଳେ ରେଡିଓ ହିଁ କାମ କରିଥାଏ। ପ୍ରାକୃତିକ ଦୁର୍ବିପାକ ସମୟରେ ରେଡିଓର ଗୁରୁତ୍ବ ବୃଦ୍ଧ଄ ପାଇଥାଏ। ମଣିଷ ଜୀବନରେ ରେଡିଓର ଆବଶ୍ୟକତାକୁ ଅନୁଭବ କରି ସ୍ପାନିଶ ରେଡିଓ ଏକାଡେମୀ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଆଗତ କରିଥିଲେ।

ଆହୁରି ପଢ଼ନ୍ତୁ: ନାସାର ଆର୍ଟେମିସ୍-୨ ମିଶନରେ ସମସ୍ୟା: ଓରିଅନ୍ ମହାକାଶଯାନରେ ଖରାପ ହେଲା ୨୩ ନିୟୁତ ଡଲାର୍ ମୂଲ୍ୟର ଶୌଚାଳୟ

ଏହା ଅନୁମୋଦନ ଲାଭ କରିବା ପରେ ୨୦୧୨ରୁ ପ୍ରତିବର୍ଷ ଫେବୃଆରୀ ୧୩ ତାରିଖକୁ ବିଶ୍ବ ରେଡିଓ ଦିବସ ଭାବେ ପାଳନ କରାଯାଉଛି। ସମୟ ଥିଲା ଯେତେେବଳେ ରେଡିଓ ଆମ ଜୀବନଚର୍ଯ୍ୟାର ଏକ ଅଂଶ ହୋଇରହିଥିଲା। ସୂଚନା, ସଂଚାର ତଥା ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ଥିଲା ରେଡିଓ। ଟେଲିଭିଜନ ଓ ମୋବାଇଲର ଅଭ୍ୟୁଦୟ ଫଳରେ ରେଡିଓର ଲୋକପ୍ରିୟତା ହ୍ରାସ ପାଇଲା। କିନ୍ତୁ ଏହାର ମହତ୍ବ ଆଜିବି କମିନାହିଁ। ସାରା ବିଶ୍ବରେ ସୂଚନା ଆଦାନପ୍ରଦାନ ପାଇଁ ତଥା ଲୋକଙ୍କୁ ଶିକ୍ଷିତ କରିବା ପାଇଁ ରେଡିଓର ଏକ ବଡ଼ ଯୋଗଦାନ ରହିଛି।

ଆହୁରି ପଢ଼ନ୍ତୁ: ସୁରକ୍ଷିତ ଭାବେ ପୃଥିବୀକୁ ଫେରିଲା 'ଆର୍ଟେମିସ୍-୨': ୧୦ ଦିନର ଚନ୍ଦ୍ର ଅଭିଯାନ ପରେ ପ୍ରଶାନ୍ତ ମହାସାଗରରେ ସଫଳ ଅବତରଣ

ବର୍ତ୍ତମାନ ସମୟରେ ଏହା ସୂଚନା ପ୍ରଦାନ କରୁଥିବା ସବୁଠୁ ଶକ୍ତିଶାଳୀ ଓ ଶସ୍ତା ମାଧ୍ୟମ। ଭାରତରେ ରେଡିଓ ପ୍ରସାରଣ ସେବା ସ୍ବାଧୀନତା ପ୍ରାପ୍ତିର ବହୁ ପୂର୍ବରୁ ଆରମ୍ଭ ହୋଇଥିଲା। କିନ୍ତୁ ବିଧିବଦ୍ଧ ଭାବେ ୧୯୩୪ ମସିହାରୁ ଏହାର ପ୍ରସାର ଆରମ୍ଭ ହୋଇଥିଲା। ୧୯୩୬ ମସିହାରେ ଦିଲ୍ଲୀରେ ଜାନୁୟାରୀ ପହିଲାରେ ପ୍ରତିଷ୍ଠା ହେଲା ବେତାର କେନ୍ଦ୍ର। ୧୯୪୦ ମସିହା ମଧ୍ୟରେ ବ୍ରିଟିଶ ଶାସନାଧୀନ ଭାରତରେ ବେତାର ପ୍ରସାରଣ ପାଇଁ ଅଲଇଣ୍ଡିଆ ରେଡିଓର ନାମକରଣ ସହିତ ତାର ପ୍ରଶାସନିକ ସ୍ବରୂପ ପ୍ରକାଶ ପାଇଲା। ଓଡ଼ିଶାରେ ମଧ୍ୟ ପ୍ରସାରଣ ପାଇଁ ତଦନୁରୂପ ପ୍ରଶାସନିକ ବିଧ଄ ବ୍ୟବସ୍ଥା କରାଗଲା। ଅନେକ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ରେଡିଓ ତା’ର ଯାତ୍ରା ଅବ୍ୟାହତ ରଖିଛି ଓ ଜନସେବାରେ ନିଜକୁ ନିୟୋଜିତ କରିପାରିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ୧୪ରେ କାହିଁକି ପାଳନ କରାଯାଏ ଓଡ଼ିଆ ନବବର୍ଷ? ଜାଣନ୍ତୁ ପଣା ସଂକ୍ରାନ୍ତିର ଇତିହାସ ଓ ମହତ୍ତ୍ୱ

13 Feb 2021 By The Sakala

ଜନସେବାରେ ରେଡ଼ିଓ

ପ୍ରତ୍ୟେକ ବର୍ଷ ଫେବୃଆରୀ ୧୩ ତାରିଖକୁ ରେଡିଓ ଦିବସ ଭାବେ ପାଳନ କରାଯାଏ। ଜନସାଧାରଣଙ୍କ ମଧ୍ୟରେ ରେଡିଓର ଗୁରୁତ୍ବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ରେଡିଓ ଏକ ଲୋକପ୍ରିୟ ଓ ବହୁଳ ପ୍ରସାରିତ ଗଣମାଧ୍ୟମ। ଯେତେବେଳେ କୌଣସି ଯୋଗାଯୋଗ ବ୍ୟବସ୍ଥା କାମ କରିନଥାଏ ସେତେବେଳେ ରେଡିଓ ହିଁ କାମ କରିଥାଏ। ପ୍ରାକୃତିକ ଦୁର୍ବିପାକ ସମୟରେ ରେଡିଓର ଗୁରୁତ୍ବ ବୃଦ୍ଧ଄ ପାଇଥାଏ। ମଣିଷ ଜୀବନରେ ରେଡିଓର ଆବଶ୍ୟକତାକୁ ଅନୁଭବ କରି ସ୍ପାନିଶ ରେଡିଓ ଏକାଡେମୀ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଆଗତ କରିଥିଲେ।

ଏହା ଅନୁମୋଦନ ଲାଭ କରିବା ପରେ ୨୦୧୨ରୁ ପ୍ରତିବର୍ଷ ଫେବୃଆରୀ ୧୩ ତାରିଖକୁ ବିଶ୍ବ ରେଡିଓ ଦିବସ ଭାବେ ପାଳନ କରାଯାଉଛି। ସମୟ ଥିଲା ଯେତେେବଳେ ରେଡିଓ ଆମ ଜୀବନଚର୍ଯ୍ୟାର ଏକ ଅଂଶ ହୋଇରହିଥିଲା। ସୂଚନା, ସଂଚାର ତଥା ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ଥିଲା ରେଡିଓ। ଟେଲିଭିଜନ ଓ ମୋବାଇଲର ଅଭ୍ୟୁଦୟ ଫଳରେ ରେଡିଓର ଲୋକପ୍ରିୟତା ହ୍ରାସ ପାଇଲା। କିନ୍ତୁ ଏହାର ମହତ୍ବ ଆଜିବି କମିନାହିଁ। ସାରା ବିଶ୍ବରେ ସୂଚନା ଆଦାନପ୍ରଦାନ ପାଇଁ ତଥା ଲୋକଙ୍କୁ ଶିକ୍ଷିତ କରିବା ପାଇଁ ରେଡିଓର ଏକ ବଡ଼ ଯୋଗଦାନ ରହିଛି।

ବର୍ତ୍ତମାନ ସମୟରେ ଏହା ସୂଚନା ପ୍ରଦାନ କରୁଥିବା ସବୁଠୁ ଶକ୍ତିଶାଳୀ ଓ ଶସ୍ତା ମାଧ୍ୟମ। ଭାରତରେ ରେଡିଓ ପ୍ରସାରଣ ସେବା ସ୍ବାଧୀନତା ପ୍ରାପ୍ତିର ବହୁ ପୂର୍ବରୁ ଆରମ୍ଭ ହୋଇଥିଲା। କିନ୍ତୁ ବିଧିବଦ୍ଧ ଭାବେ ୧୯୩୪ ମସିହାରୁ ଏହାର ପ୍ରସାର ଆରମ୍ଭ ହୋଇଥିଲା। ୧୯୩୬ ମସିହାରେ ଦିଲ୍ଲୀରେ ଜାନୁୟାରୀ ପହିଲାରେ ପ୍ରତିଷ୍ଠା ହେଲା ବେତାର କେନ୍ଦ୍ର। ୧୯୪୦ ମସିହା ମଧ୍ୟରେ ବ୍ରିଟିଶ ଶାସନାଧୀନ ଭାରତରେ ବେତାର ପ୍ରସାରଣ ପାଇଁ ଅଲଇଣ୍ଡିଆ ରେଡିଓର ନାମକରଣ ସହିତ ତାର ପ୍ରଶାସନିକ ସ୍ବରୂପ ପ୍ରକାଶ ପାଇଲା। ଓଡ଼ିଶାରେ ମଧ୍ୟ ପ୍ରସାରଣ ପାଇଁ ତଦନୁରୂପ ପ୍ରଶାସନିକ ବିଧ଄ ବ୍ୟବସ୍ଥା କରାଗଲା। ଅନେକ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ରେଡିଓ ତା’ର ଯାତ୍ରା ଅବ୍ୟାହତ ରଖିଛି ଓ ଜନସେବାରେ ନିଜକୁ ନିୟୋଜିତ କରିପାରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର