ବିଚିତ୍ର କୋବି: କେଜିକୁ ୨୨୦୦ ଟଙ୍କା

The Sakala Picture
Published On

ବଜାରରେ ଆମେ ବିଭିନ୍ନ ପ୍ରକାର କୋବି ଦେଖିଥାଉ। ଏହି କୋବିଗୁଡ଼ିକର ମୂଲ୍ୟ ଅତିବେଶୀରେ ୧୦୦ ଟଙ୍କା ଭିତରେ ହୋଇଥାଏ। କିନ୍ତୁ ଆମେରିକାରେ ଏକ ପ୍ରକାର କୋବି ମିଳୁଛି ଯାହା ବିଚିତ୍ର ଦେଖାଯିବା ସହ ଏହାର ମୂଲ୍ୟ କେଜି ପିଛା ୨୦୦୦ ରୁ ୨୨୦୦ ଟଙ୍କାରେ ମଧ୍ୟରେ ହୋଇଥାଏ। ଏହା ଫୁଲକୋବି ପ୍ରଜାତିର ହୋଇଥିଲେ ମଧ୍ୟ ଏହା ଦେଖିବାକୁ ବଡ଼ ବିଚିତ୍ର। କୋବିର ଫୁଲଗୁଡ଼ିକ ପିରାମିଡ୍‌ ଆକୃତିର ହୋଇଥାଏ। ତେବେ ଏହି କୋବି ଏହିଭଳି କାହିଁକି ହୋଇଥାଏ ବୋଲି […]

ବଜାରରେ ଆମେ ବିଭିନ୍ନ ପ୍ରକାର କୋବି ଦେଖିଥାଉ। ଏହି କୋବିଗୁଡ଼ିକର ମୂଲ୍ୟ ଅତିବେଶୀରେ ୧୦୦ ଟଙ୍କା ଭିତରେ ହୋଇଥାଏ। କିନ୍ତୁ ଆମେରିକାରେ ଏକ ପ୍ରକାର କୋବି ମିଳୁଛି ଯାହା ବିଚିତ୍ର ଦେଖାଯିବା ସହ ଏହାର ମୂଲ୍ୟ କେଜି ପିଛା ୨୦୦୦ ରୁ ୨୨୦୦ ଟଙ୍କାରେ ମଧ୍ୟରେ ହୋଇଥାଏ। ଏହା ଫୁଲକୋବି ପ୍ରଜାତିର ହୋଇଥିଲେ ମଧ୍ୟ ଏହା ଦେଖିବାକୁ ବଡ଼ ବିଚିତ୍ର। କୋବିର ଫୁଲଗୁଡ଼ିକ ପିରାମିଡ୍‌ ଆକୃତିର ହୋଇଥାଏ। ତେବେ ଏହି କୋବି ଏହିଭଳି କାହିଁକି ହୋଇଥାଏ ବୋଲି ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି। ଏହାକୁ ‘ରୋମନେସ୍କୋ ଫୁଲକୋବି’ ବା ‘ରୋମନେସ୍କୋ ବ୍ରୋକଲି’ ମଧ୍ୟ କୁହାଯାଏ। ଏହାର ବୈଜ୍ଞାନିକ ନାମ ହେଉଛି ବ୍ରାସିକା ଓଲେରାସିଆ। ଏହି କୋବି ଭିତରେ ଦେଖାଯାଉଥିବା ଛୋଟ ଛୋଟ ଫୁଲଗୁଡ଼ିକ ପୂର୍ଣ୍ଣଭାବେ ବିକଶିତ ହୋଇପାରନ୍ତି ନାହିଁ। ଏହି କାରଣରୁ ଏହା କଢ଼ ଭଳି ରହିଯାଏ, ତେଣୁ ଏହି କୋବିଟି ଏହିଭଳି ରୂପ ନେଇଥାଏ। ‘ରୋମନେସ୍କୋ ଫୁଲକୋବି’ର ଏହି ଅବିକଶିତ ଫୁଲଗୁଡିକ ପୁନର୍ବାର ଫୁଲରେ ପରିଣତ ହେବାକୁ ଚେଷ୍ଟା କରନ୍ତି, କିନ୍ତୁ ବିଫଳ ହୁଅନ୍ତି। ଏହି ପ୍ରକ୍ରିୟା ବାରମ୍ବାର ଘଟିବା କାରଣରୁ କୋବିଟିର ଫୁଲଗୁଡ଼ିକ ପିରାମିଡ୍‌ ଭଳି ଦେଖାଯାନ୍ତି। ଜର୍ଜିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଆଲେକଜାଣ୍ଡାର୍ ବୁକ୍ସ କହିଛନ୍ତି ଯେ, ରୋମନେସ୍କୋ ଫୁଲକୋବି ଏବଂ ଅନ୍ୟାନ୍ୟ କୋବି ଫୁଲ ଗଠନର ପ୍ରକୃତ ରହସ୍ୟ ଆମେ ଜାଣିଛୁ। ଏହା ପିରାମିଡ୍ ପରି ଆକୃତି କିପରି ନେଉଛି ତାହା ଜାଣିବାର ଆବଶ୍ୟକ ଥିଲା। ଷୋଳଶ ଶତାବ୍ଦୀରେ ଇଟାଲୀର କିଛି ପ୍ରାଚୀନ ଦସ୍ତାବିଜରେ ଏହି କୋବି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହି କୋବିଗୁଡ଼ିକ ସବୁଜ ରଙ୍ଗ ହେବା ସହିତ ଏହାର ସ୍ବାଦ ବାଦାମ ଭଳି । ଏହାକୁ ତରକାରି ଓ ସାଲାଡ୍‌ରେ ବ୍ୟବହାର କରାଯାଏ।

ଆହୁରି ପଢ଼ନ୍ତୁ: ଆଜି ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ; ଲୋକପ୍ରିୟତାର ସଂଜ୍ଞା, ଜନ ନାୟକର ପରିଭାଷା ସବୁ ନବୀନଙ୍କ ଭିତରେ ସମାହିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp