ଆଜି ସାବିତ୍ରୀ ଅମାବାସ୍ୟା, ସଧବା ନାରୀଙ୍କ ବିଶ୍ବାସର ପ୍ରତୀକ ସାବିତ୍ରୀ ବ୍ରତ

The Sakala Picture
Published On

ଆଜି ସାବିତ୍ରୀ ଅମାବାସ୍ୟା । ଓଡ଼ିଆ ଘରର ପରମ୍ପରା ଅନୁସାରେ ସଧବା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥା’ନ୍ତି । ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ। ଏଥିପାଇଁ ପବିତ୍ର ଅଶ୍ବତ୍‌ଥ ବୃକ୍ଷ କିମ୍ବା ଚଉଁରା ମୂଳେ ଅବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ। ଏହି କାରଣରୁ ମହିଳାମାନେ ମନ୍ଦିରରେ ମା’ ସାବିତ୍ରୀଙ୍କୁ […]

ଆଜି ସାବିତ୍ରୀ ଅମାବାସ୍ୟା । ଓଡ଼ିଆ ଘରର ପରମ୍ପରା ଅନୁସାରେ ସଧବା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥା’ନ୍ତି । ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ। ଏଥିପାଇଁ ପବିତ୍ର ଅଶ୍ବତ୍‌ଥ ବୃକ୍ଷ କିମ୍ବା ଚଉଁରା ମୂଳେ ଅବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ। ଏହି କାରଣରୁ ମହିଳାମାନେ ମନ୍ଦିରରେ ମା’ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ସହ  ନିଜର ଇହକାଳ ଓ ପରକାଳର ଦେବତା ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ଏହି ବ୍ରତ କରିଥାନ୍ତି । ପରିବେଶ ଓ ପରିସ୍ଥିତି ସହ ତାଳ ଦେଇ ସାବିତ୍ରୀ ବ୍ରତର ପରମ୍ପରା ଯଦିଓ ବଦଳିଛି; ଏବେବି ପ୍ରତ୍ୟେକ ନାରୀ ଏହାକୁ ନିଷ୍ଠାର ସହ ପାଳନ କରିଥା’ନ୍ତି । ପ୍ରତିବର୍ଷ ଏହି ଦିନକୁ ବଡ଼ ଉତ୍ସାହର ସହ ହିନ୍ଦୁ ମହିଳାମାନେ ଅପେକ୍ଷା କରିଥା’ନ୍ତି । ପରମ୍ପରା ମୁତାବକ ନୂଆ ଶାଢ଼ି, ନାଲି ଶଙ୍ଖା, ସିନ୍ଦୂର, ଫଳମୂଳ, ପୂଜା ସାମଗ୍ରୀ ଧରି କିଏ ମନ୍ଦିର ଯାଆନ୍ତି ତ ଆଉ କିଏ ଘରେ ପୂଜାର୍ଚ୍ଚନା କରନ୍ତି। ସାବିତ୍ରୀଙ୍କ ଭକ୍ତି ଓ ନିଷ୍ଠା ସତ୍ୟବାନଙ୍କୁ କିପରି ମୃତ୍ୟୁ କବଳରୁ ଫେରାଇ ଆଣିଥିଲା, ତାହା ଏହି ବ୍ରତର ମହତ୍ତ୍ବ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

କିମ୍ବଦନ୍ତୀ ଅନୁସାରେ, ମଦ୍ର ନରେଶଙ୍କ କନ୍ୟା ସାବିତ୍ରୀ ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ ଥିଲେ। ସେ ଥିଲେ ଜ୍ଞାନ ଓ ଗୁଣର ଏକ ପରିପୂର୍ଣ୍ଣ ଭଣ୍ଡାର। ସମୟଚକ୍ରରେ ସାବିତ୍ରୀଙ୍କ ବିବାହ ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ପୁତ୍ର ସତ୍ୟବାନଙ୍କ ସହ ହୁଏ। କିନ୍ତୁ, ସତ୍ୟବାନ ଥିଲେ ଅଳ୍ପାୟୁ, ଏକଥା ସାବିତ୍ରୀ ବିବାହ ପୂର୍ବରୁ ଜାଣିଥିଲେ। ସାବିତ୍ରୀ ପ୍ରତିଦିନ ସେହି କାଳଦିନକୁ ଗଣନା କରୁଥା’ନ୍ତି। ସତ୍ୟବାନଙ୍କ ମୃତ୍ୟୁର ଦିନକୁ ଆଉ ମାତ୍ର ଚାରି ଦିନ ବାକି ରହିଥାଏ, ସାବିତ୍ରୀ ଅନ୍ନ ତ୍ୟାଗ କରି ଲକ୍ଷ୍ମୀ-ନାରାୟଣଙ୍କ ଶରଣ ପଶିଲେ। ସେହି ଜ୍ୟେଷ୍ଠ ଅମାବାସ୍ୟାର କାଳ ଦିନ ଉପନୀତ ହେଲା। ସତ୍ୟବାନ ଫଳମୂଳ ଓ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ। ବଣରେ ସତ୍ୟବାନ କ୍ଳାନ୍ତ ଅନୁଭବ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା ହେଲା ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

କିନ୍ତୁ ସାବିତ୍ରୀ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କୋଳରେ ରଖି ସେହିଠାରେ ଜଗି ରହିବାରୁ ଯମଦୂତମାନେ ସତ୍ୟବାନଙ୍କୁ ସାଧ୍ୱୀ ସାବିତ୍ରୀଙ୍କ ଠାରୁ ନେଇ ପାରିଲେ ନାହିଁ। ଶେଷରେ ନିଜେ ଯମ ଆସି ସତ୍ୟବାନଙ୍କୁ ନେଇଯିବା ବେଳେ ସାବିତ୍ରୀ ତାଙ୍କ ଅନୁଗମନ କଲେ। ଏହା ଦେଖି ଯମ କହିଲେ, “ମୋର ଅନୁସରଣ କାହିଁକି କରୁଛ? ସାବିତ୍ରୀ ଯମଙ୍କୁ ଉତ୍ତର ଦେଇ କହିଲେ ଯେ, “ସେ ଶରୀର ହେଲେ ମୁଁ ତାଙ୍କ ଛାଇ, ତେଣୁ ସେ ଯୁଆଡ଼େ ଯିବେ, ମୁଁ ତାଙ୍କ ସହ ଯିବି।” ସ୍ୱାମୀଙ୍କ ପ୍ରତି ଏପରି ପ୍ରଗାଢ଼ ଅନୁରକ୍ତି ତଥା ପ୍ରେମ ଦେଖି ଉତ୍କଣ୍ଠିତ ହୋଇ ଯମ କହିଲେ, ମୁଁ ତୁମ ପତିବ୍ରତା ଧର୍ମ ଦେଖି ଅତ୍ୟନ୍ତ ପ୍ରସନ୍ନ। ଏଣୁ ତୁମ ସ୍ୱାମୀଙ୍କ ଜୀବନ ବ୍ୟତୀତ ତିନିଟି ବର ମାଗ। ସାବିତ୍ରୀ ପ୍ରଥମେ ତାଙ୍କ ଶ୍ୱଶୁରଙ୍କ ହଜିଯାଇଥିବା ଦୃଷ୍ଟିଶକ୍ତି ଓ ରାଜ୍ୟକୁ ପୁନଃ ପ୍ରାପ୍ତ କରିବାକୁ ମାଗିଲେ। ଦ୍ୱିତୀୟ ବର ଭାବରେ ସେ ତାଙ୍କ ପିତା ଏକ ପୁତ୍ର ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ବୋଲି ମାଗିଲେ। ତାଙ୍କର ତୃତୀୟ ବର ଭାବରେ ସେ, ସତ୍ୟବାନଙ୍କ ପୁତ୍ରମାନଙ୍କ ମାତା ହେବାର ବର ମାଗିଲେ।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ଯମ ଦେବ ତଥାସ୍ତୁ କହି ଆଗକୁ ବଢ଼ୁଥା’ନ୍ତି, କିନ୍ତୁ ସାବିତ୍ରୀ ତାଙ୍କୁ ଅନୁସରଣ କରୁଥିବା ଦେଖି କହିଲେ, ମୁଁ ତୁମକୁ କହିଲି ତୁମର ତିନୋଟି ବର ନେଇ ମୋତେ ଅନୁସରଣ କର ନାହିଁ, ହେଲେ ତୁମେ ମୋ କଥାକୁ ଅବଜ୍ଞା କରିଲ ଯେ? ସାବିତ୍ରୀ କହିଲେ, ପ୍ରଥମ ଓ ଦ୍ବିତୀୟ ବର ସତ ହୋଇଛି। କିନ୍ତୁ ତୃତୀୟ ବର କିପରି ପୂରଣ ହେବ? ଯେତେବେଳେ ମୋ ସ୍ୱାମୀ ମୃତ, ମୁଁ କିପରି ତାଙ୍କ ପୁତ୍ରମାନଙ୍କ ଜନନୀ ହେବି! ଯମ ସାବିତ୍ରୀଙ୍କ ଧର୍ମ ନିଷ୍ଠାରେ ପରାସ୍ତ ହେଲେ, ଶେଷରେ ସେ ସତ୍ୟରକ୍ଷା ପାଇଁ ସତ୍ୟବାନଙ୍କୁ ପୁନର୍ଜୀବିତ କଲେ ଓ ଅହ୍ୟସୁଲକ୍ଷଣୀ ହେବାର ଆଶୀର୍ବାଦ ପ୍ରଦାନ କଲେ। ଆଉ ଏହାପରେ ଅଳ୍ପାୟୁ ସତ୍ୟବାନ ମୃତ୍ୟୁକୁ ଜୟ କରିଗଲେ । ଏହା ସମ୍ଭବ ହୋଇଥିଲା ତାଙ୍କର ସତୀ ସ୍ତ୍ରୀ ସାବିତ୍ରୀଙ୍କ ପାଇଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp