ଘରର ଏହି ସବୁ ଜିନିଷ ଆପଣଙ୍କୁ ଦେଇଥାଏ ଅଶୁଭ ସଙ୍କେତର ପୂର୍ବାଭାସ….

The Sakala Picture
Published On

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଭବିଷ୍ୟତରେ ଯଦି କିଛି ଅଶୁଭ ଘଟଣା ଘଟିବାର ଥାଏ, ତାହେଲେ ଘରେ ଥିବା କିଛି ଜିନିଷ ଓ ଘଟଣା ଦ୍ୱାରା ଏହାର ପୂର୍ବାଭାସ ମିଳିଥାଏ। ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ, ଘରେ ଥିବା ପ୍ରତ୍ୟେକ ଜିନିଷରେ ଶୁଭ ଓ ଅଶୁଭ ଲକ୍ଷଣ ରହିଛି। ଅଶୁଭ ସଙ୍କେତ ଦେଉଥିବା ସେମିତି କିଛି ଜିନିଷ ହେଉଛି– ତୁଳସୀ ଗଛ ଯଦି ଘର ଅଗଣାରେ ଥିବା ତୁଳସୀ ଗଛ ଅଚାନକ ଶୁଖିଯାଏ, ତେବେ ଏହା ନିଶ୍ଚିତ ଭାବେ […]

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଭବିଷ୍ୟତରେ ଯଦି କିଛି ଅଶୁଭ ଘଟଣା ଘଟିବାର ଥାଏ, ତାହେଲେ ଘରେ ଥିବା କିଛି ଜିନିଷ ଓ ଘଟଣା ଦ୍ୱାରା ଏହାର ପୂର୍ବାଭାସ ମିଳିଥାଏ। ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ, ଘରେ ଥିବା ପ୍ରତ୍ୟେକ ଜିନିଷରେ ଶୁଭ ଓ ଅଶୁଭ ଲକ୍ଷଣ ରହିଛି। ଅଶୁଭ ସଙ୍କେତ ଦେଉଥିବା ସେମିତି କିଛି ଜିନିଷ ହେଉଛି–

ଆହୁରି ପଢ଼ନ୍ତୁ: ହୋଲି ରଙ୍ଗରୁ କେଶକୁ କିଭଳି ସୁରକ୍ଷିତ ରଖିବେ? ଜାଣନ୍ତୁ ରଙ୍ଗ ଛଡ଼ାଇବାର କିଛି ସହଜ ଘରୋଇ ଉପାୟ

  • ତୁଳସୀ ଗଛ
    ଯଦି ଘର ଅଗଣାରେ ଥିବା ତୁଳସୀ ଗଛ ଅଚାନକ ଶୁଖିଯାଏ, ତେବେ ଏହା ନିଶ୍ଚିତ ଭାବେ କୌଣସି ଦୁର୍ଭାଗ୍ୟର ସଙ୍କେତ ବୋଲି ଜାଣିବାକୁ ହେବ। ଭବିଷ୍ୟତରେ ଘରର ସଦସ୍ୟଙ୍କ ଉପରେ କୌଣସି ବଡ଼ ବିପଦ ଆସିପାରେ। କୁହାଯାଏ ଯେ, ତୁଳସୀ ଗଛ ସେହି ବିପଦକୁ ନିଜ ଉପରକୁ ନେଇ ଶୁଖିଯାଇଥାଏ। ତେଣୁ ତୁଳସୀ ଗଛର ଯତ୍ନ ନେବା ସହ ତାକୁ ବଞ୍ଚାଇ ରଖିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।
  • ମୃତ ପକ୍ଷୀ
    ଯଦି ଘରର ଛାତ ଉପରେ କୌଣସି ମୃତ ପକ୍ଷୀ କିମ୍ବା ମୃତ ପାରା ପଡ଼ିଥିବାର ଦେଖାଯାଏ, ତାହେେଲ ଏହା ମଧ୍ୟ ଏକ ଅଶୁଭ ସଙ୍କେତ ଅଟେ। ଏହା ଦ୍ୱାରା ଛୋଟ ପିଲାଙ୍କ ଉପରେ କୌଣସି ବିପଦ ଆସିଥାଏ କିମ୍ବା ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ।
  • ତେଲ ବୋହିବା
    ଜ୍ୟୋତିଷଜ୍ଞଙ୍କ ମତ ଅନୁଯାୟୀ, ଯଦି ଚଟାଣରେ ତେଲ ପଡ଼ିଯାଏ ଏବଂ ତାହା ପାଣି ଭଳି ଶୀଘ୍ର ବୋହିବାକୁ ଲାଗେ, ତେବେ ଏଥିରୁ ଜାଣିବାକୁ ହେବ ଯେ, ଚାକିରି କିମ୍ବା ବ୍ୟବସାୟରେ କୌଣସି ବଡ଼ ଧରଣର କ୍ଷତି ହେବାକୁ ଯାଉଛି।
  • ଘଡ଼ି ବନ୍ଦ ହୋଇ ରହିବା
    ଘଡ଼ିର ସମ୍ପର୍କ କେବଳ ସମୟ ସହିତ ନୁହେଁ, ଭାଗ୍ୟ ସହିତ ମଧ୍ୟ ଅଛି। ତେଣୁ ଘରେ ଅନେକ ସମୟରୁ ବନ୍ଦ ହୋଇ ପଡ଼ିଥିବା ଘଡ଼ି ମଧ୍ୟ ଅଶୁଭ ହୋଇଥାଏ। ଭବିଷ୍ୟତରେ କୌଣସି ସଙ୍କଟର ସମ୍ମୁଖୀନ ହେବା କିମ୍ବା କୌଣସି କାମ ବିଗିଡ଼ିଯିବାର ଏହା ସୂଚନା ଦେଇଥାଏ।
19 Jul 2022 By The Sakala

https://www.thesakala.in/special/these-things-in-the-house-give-you-prediction-of-ominous-signs/article-13421
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର