ଆଜି ବିଶ୍ବ ଅଟିଜିମ୍‌ ସଚେତନତା ଦିବସ

The Sakala Picture
Published On

ସ୍ବଲୀନ, ନିଜ ଭିତରେ ହଜିଯିବା ବା ଅଟିଜିମ୍‌ ହେଉଛି ଏକ ସ୍ନାୟବିକ ସମସ୍ୟା ଜନିତ ମାନସିକ ବିକାରର ସ୍ଥିତି । ପ୍ରାୟ ତିନିବର୍ଷରୁ ଅଧିକ ବୟସର ଶିଶୁମାନଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଯାଏ। ଏହି ରୋଗରେ ବାକ୍‌ ଓ ଭାଷା ବିନିମୟ ଅକ୍ଷମତା, ଅସାମାନ୍ୟ ସମ୍ବେଦନଶୀଳତା, ନିଜେ ନିଜର ଏକ ଦୁନିଆରେ ହଜିଯିବା ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ଅଟିଜିମ୍‌ ପିଲାଙ୍କ ସାମଗ୍ରିକ ବିକାଶ ଅନ୍ୟ ସାଧାରଣ ପିଲାଙ୍କ ତୁଳନାରେ ବହୁତ ପଛରେ ଥାଏ। ପୁଅମାନଙ୍କ ଅପେକ୍ଷା […]

ସ୍ବଲୀନ, ନିଜ ଭିତରେ ହଜିଯିବା ବା ଅଟିଜିମ୍‌ ହେଉଛି ଏକ ସ୍ନାୟବିକ ସମସ୍ୟା ଜନିତ ମାନସିକ ବିକାରର ସ୍ଥିତି । ପ୍ରାୟ ତିନିବର୍ଷରୁ ଅଧିକ ବୟସର ଶିଶୁମାନଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଯାଏ। ଏହି ରୋଗରେ ବାକ୍‌ ଓ ଭାଷା ବିନିମୟ ଅକ୍ଷମତା, ଅସାମାନ୍ୟ ସମ୍ବେଦନଶୀଳତା, ନିଜେ ନିଜର ଏକ ଦୁନିଆରେ ହଜିଯିବା ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ଅଟିଜିମ୍‌ ପିଲାଙ୍କ ସାମଗ୍ରିକ ବିକାଶ ଅନ୍ୟ ସାଧାରଣ ପିଲାଙ୍କ ତୁଳନାରେ ବହୁତ ପଛରେ ଥାଏ। ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧିକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି। ଯଦି ଏହାର ସଂକେତ ଓ ଲକ୍ଷଣରୁ ରୋଗ ଶୀଘ୍ର ଜଣାପଡିଯାଏ ଏହାର ଉପଚାର ସମ୍ଭବ। କମ୍‌ ବୟସରୁ ଚିକିତ୍ସା ଆରମ୍ଭ କଲେ ପିଲା ଠିକ୍‌ ହୋଇଯିବାର ପ୍ରତିଶତ ବେଶୀ ଥାଏ। ଜାତିସଂଘ ସାଧାରଣ ପରିଷଦର ଅନୁମୋଦନ କ୍ରମେ ୨୦୦୮ରୁ ପ୍ରତିବର୍ଷ ଏପ୍ରିଲ୍‌ ୨ରେ ପ୍ରତିବର୍ଷ ପାଳିତ ହେଉଛି ବିଶ୍ବ ଅଟିଜିମ୍‌ ସଚେତନତା ଦିବସ। ବିଶ୍ବ ସ୍ବଲୀନତା ବା ଅଟିଜିମ୍‌ ସଚେତନତା ଦିବସ ହେଉଛି ମିଳିତ ଜାତିସଂଘର ପ୍ରମୁଖ ଚାରୋଟି ଅଫିସିଆଲ ସ୍ବାସ୍ଥ୍ୟ ସ୍ବତନ୍ତ୍ର ଦିବସ ମଧ୍ୟରୁ ଗୋଟିଏ। ୨୦୦୮ରୁ ପ୍ରତିବର୍ଷ ଏପ୍ରିଲ୍ ୨ ତାରିଖରେ ସ୍ବଲୀନତା ନିୟନ୍ତ୍ରଣ ସଂସ୍ଥାଗୁଡ଼ିକ ଏକାଠି ହୋଇ ସ୍ବଲୀନଙ୍କ ପାଇଁ ସହାୟତାର ହାତ ବଢାଇଥାନ୍ତି ତଥା ଗବେଷଣା, ଚିହ୍ନଟ, ଉପଚାର, ସଚେତନତା ଓ ପ୍ରଚାର ପ୍ରସାର ପାଇଁ ସଂକଳ୍ପ କରିଥାନ୍ତି। ଏହିଦିନ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ‘ପେଣ୍ଟ ଦ ସିଟି ବ୍ଲୁ’ କାର୍ଯ୍ୟକ୍ରମ ଆୟୋଜନ କରି ଅଟିଜିମ୍ ସଚେତନତା ପ୍ରସାରରେ ଅଂଶ ଗ୍ରହଣ କରିଥାନ୍ତି। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି,ଅଟିଜିମ୍‌ର ଶିକାର ଶିଶୁମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ନିମନ୍ତେ ସବୁବର୍ଗରୁ ପ୍ରୟାସ ହେବା ଜରୁରୀ।

ଆହୁରି ପଢ଼ନ୍ତୁ: ହୋଲି କେବଳ ରଙ୍ଗର ପର୍ବ ନୁହେଁ, ଏହା ଏକତା ଏବଂ ଭାଇଚାରାର ମହାନ ଉତ୍ସବ: ପଢ଼ନ୍ତୁ ବିଶେଷ ରିପୋର୍ଟ

02 Apr 2021 By The Sakala

https://www.thesakala.in/special/world-autism-awareness-day/article-1158
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର