ମନୋରଞ୍ଜନ
ସବୁବେଳେ ଇୟର୍ଫୋନ୍ ବ୍ୟବହାର କରୁଛନ୍ତି କି? ତେବେ ଜାଣନ୍ତୁ…….

ଆଜିକାଲି ଲୋକେ ସ୍ମାର୍ଟଫୋନ୍ ବିନା ଘଡ଼ିଏ ରହିପାରୁ ନାହାନ୍ତି। କାମ କରିବା କିମ୍ବା ଯାତ୍ରା କରିବା ସମୟରେ ଅନେକେ ଇୟର୍ଫୋନ୍ ଲଗାଇ ଗୀତ ଶୁଣନ୍ତି, ନଚେତ୍ ସୋସିଆଲ ମିଡିଆରେ ବ୍ୟସ୍ତ ରୁହନ୍ତି। ଦିନରେ ଏପରି ଅଳ୍ପ ସମୟ ପାଇଁ କଲେ କିଛି ଅସୁବିଧା ନାହିଁ, କିନ୍ତୁ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ କୌଣସି କାମ କରନ୍ତୁ, କିମ୍ବା ଖାଲି ବସିଥାନ୍ତୁ, କାନରେ ସବୁବେଳେ ସେମାନଙ୍କର ଇୟର୍ଫୋନ୍ ଲାଗିଥାଏ। ତେବେ ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ବିପଜ୍ଜନକ […]
ଆଜିକାଲି ଲୋକେ ସ୍ମାର୍ଟଫୋନ୍ ବିନା ଘଡ଼ିଏ ରହିପାରୁ ନାହାନ୍ତି। କାମ କରିବା କିମ୍ବା ଯାତ୍ରା କରିବା ସମୟରେ ଅନେକେ ଇୟର୍ଫୋନ୍ ଲଗାଇ ଗୀତ ଶୁଣନ୍ତି, ନଚେତ୍ ସୋସିଆଲ ମିଡିଆରେ ବ୍ୟସ୍ତ ରୁହନ୍ତି। ଦିନରେ ଏପରି ଅଳ୍ପ ସମୟ ପାଇଁ କଲେ କିଛି ଅସୁବିଧା ନାହିଁ, କିନ୍ତୁ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ କୌଣସି କାମ କରନ୍ତୁ, କିମ୍ବା ଖାଲି ବସିଥାନ୍ତୁ, କାନରେ ସବୁବେଳେ ସେମାନଙ୍କର ଇୟର୍ଫୋନ୍ ଲାଗିଥାଏ। ତେବେ ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ବିପଜ୍ଜନକ ହୋଇପାରେ। ଏଭଳି କରୁଥିଲେ ସାବଧାନ ହୋଇଯାନ୍ତୁ।
- ହରାଇ ପାରନ୍ତି ଶ୍ରବଣ ଶକ୍ତି
ଦିନସାରା ଇୟର୍ଫୋନ୍ ବ୍ୟବହାର କରୁଥିବା ଲୋକେ ଏହି ଅଭ୍ୟାସ ବଦଳାଇବା ଦରକାର। ଏହାକୁ ଜଣେ ଲଗାତାର ବ୍ୟବହାର କରିବା ଦ୍ବାରା ଶ୍ରବଣ ଶକ୍ତି ହରାଇବା ଆଶଙ୍କା ଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯଦି ଜଣେ ଦୁଇ ଘଣ୍ଟା ଅଧିକ ଜୋରରେ ଇୟରଫୋନ୍ରେ ସଙ୍ଗୀତ ଶୁଣନ୍ତି, ଏହାଦ୍ବାରା ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ।
- ବଢ଼ିଥାଏ ହୃଦ୍ରୋଗ ଆଶଙ୍କା
କାନରେ ଇୟର୍ଫୋନ୍ ଲଗାଇ ଜୋରରେ ଗୀତ ଶୁଣିବା ଦ୍ବାରା ଏହା ଘାତକ ହୋଇପାରେ। ଏହାଦ୍ବାରା ହୃଦ୍ରୋଗ ହେବା ଆଶଙ୍କା ବଢ଼ିଯାଏ। ଯେତେବେଳେ ଆମେ ଅଧିକ ଜୋରରେ ଗୀତ ଶୁଣୁ ସେତେବେଳେ ଆମର ହୃଦ୍ସ୍ପନ୍ଦନ ବଢ଼ିଯାଏ। ଏଭଳି ନିୟମିତ ହେବା ଦ୍ବାରା ହୃଦ୍ରୋଗ ହେବା ଆଶଙ୍କା ବୃଦ୍ଧିପାଏ।
- ମସ୍ତିଷ୍କ ଉପରେ ପ୍ରଭାବ
ଦୀର୍ଘ ସମୟ ଧରି ଇୟର୍ଫୋନ୍ ବ୍ୟବହାର କରିବା ଦ୍ବାରା ଏହା ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଇୟର୍ଫୋନ୍ରୁ ବାହାରୁଥିବା ବିଦ୍ୟୁତ୍ ତରଙ୍ଗ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। ଏହା ଆମର ମସ୍ତିଷ୍କ କୋଷିକାଗୁଡ଼ିକୁ ନଷ୍ଟ କରିଦିଏ। ଏହାଦ୍ବାରା ଆମ ମସ୍ତିଷ୍କ ମାନ୍ଦା ହୋଇଯାଏ।
- ନିଦରେ ସମସ୍ୟା
ଯଦି ଜଣେ ଇୟରଫୋନ୍ ଲଗାଇ ଶୋଉଥାନ୍ତି କିମ୍ବା ଶୋଇବା ପୂର୍ବରୁ ଏଥିରେ ଗୀତ ଶୁଣୁଥାନ୍ତି ଏହାଦ୍ବାରା ଅନିଦ୍ରା ସମସ୍ୟା ବୃଦ୍ଧିପାଏ। କେବଳ ସେତିକି ନୁହେଁ ଏହାଦ୍ବାରା ନିଦରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ। ଏହା ଆମର ଜୈବିକ ଚକ୍ରକୁ ପ୍ରଭାବିତ କରିବା ଦ୍ବାରା ଖାଇବାଠାରୁ ଆରମ୍ଭ କରି ଶୋଇବା ପ୍ରଭାବିତ ହୋଇଥାଏ।