୩୦ ବର୍ଷ ଧରି ପିଉଛନ୍ତି ଇଞ୍ଜିନ୍‌ ଅଏଲ …

The Sakala Picture
Published On

ଅନେକ ଲୋକ ସେମାନଙ୍କ ଅଜବ ଖାଦ୍ୟରୁଚି ପାଇଁ ଚର୍ଚ୍ଚାରେ ଥାନ୍ତି। ଏହି କ୍ରମରେ କର୍ଣ୍ଣାଟକରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ବ୍ୟକ୍ତି ତିନି ଦଶନ୍ଧ଄ ଧରି ଭାତ ରୁଟି ଛାଡ଼ି ଇଞ୍ଜିନ୍‌ ଅଏଲ୍‌ ପିଇ ଜୀବିତ ଅଛନ୍ତି। ନିକଟରେ ଏହି ବ୍ୟକ୍ତିଙ୍କର ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଶିବମୋଗା ଜିଲ୍ଲାରେ ରହୁଥ଄ବା ଏହି ବ୍ୟକ୍ତି ଜଣକ ଅଏଲ କୁମାର ନାଁରେ ସ୍ଥାନୀୟ ଅଞ୍ଚଳରେ ପରିଚିତ। ସେ ନିତିଦିନ ପାଖାପାଖି […]

ଅନେକ ଲୋକ ସେମାନଙ୍କ ଅଜବ ଖାଦ୍ୟରୁଚି ପାଇଁ ଚର୍ଚ୍ଚାରେ ଥାନ୍ତି। ଏହି କ୍ରମରେ କର୍ଣ୍ଣାଟକରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ବ୍ୟକ୍ତି ତିନି ଦଶନ୍ଧ଄ ଧରି ଭାତ ରୁଟି ଛାଡ଼ି ଇଞ୍ଜିନ୍‌ ଅଏଲ୍‌ ପିଇ ଜୀବିତ ଅଛନ୍ତି। ନିକଟରେ ଏହି ବ୍ୟକ୍ତିଙ୍କର ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଶିବମୋଗା ଜିଲ୍ଲାରେ ରହୁଥ଄ବା ଏହି ବ୍ୟକ୍ତି ଜଣକ ଅଏଲ କୁମାର ନାଁରେ ସ୍ଥାନୀୟ ଅଞ୍ଚଳରେ ପରିଚିତ। ସେ ନିତିଦିନ ପାଖାପାଖି ସାତରୁ ଆଠ ଲିଟର ଇଞ୍ଜିନ୍‌ ଅଏଲ୍‌ ପିଇଥାନ୍ତି। ଏହାବାଦ୍‌ ପ୍ରତିଦିନ ସେ ଚା’ ମଧ୍ୟ ପିଅନ୍ତି। ଭାଇରାଲ ଭିଡିଓରେ ଲୋକେ ତାଙ୍କୁ ଖାଦ୍ୟ ଯାଚୁଥିବାର ଦେଖାଯାଇଛି। ସେ କିନ୍ତୁ ଖାଦ୍ୟକୁ ଆଡ଼େଇ ଦେଇ ଇଞ୍ଜିନ୍‌ ଅଏଲ୍‌ ପିଉଥିବାର ଦେଖାଯାଇଛି। ଉଲ୍ଲେଖନୀୟ କଥାଟି ହେଉଛି, ତିରିଶ ବର୍ଷ ଧରି ଇଞ୍ଜିନ୍‌ ଅଏଲ୍‌ ପିଇବା ସତ୍ତ୍ବେ ତାଙ୍କର କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇ ନାହିଁ। ଏପରିକି ସେ ଏଥିପାଇଁ ମେଡିକାଲ ମଧ୍ୟ ଯାଇ ନାହାନ୍ତି। ସେ କିଛି ରୋଗରେ ମଧ୍ୟ ପୀଡ଼ିତ ହୋଇ ନାହାନ୍ତି। ଏନେଇ ଅଏଲ୍‌ କୁମାରଙ୍କ କହିବା କଥା, ତାଙ୍କ ଜୀବନ ଭଗବାନ ଅୟପ୍ପାଙ୍କ କୃପାରୁ ଚାଲିଛି। ଭଗବାନଙ୍କ ଆର୍ଶୀବାଦ ନ ଥିଲେ ସେ ଏତେ ବର୍ଷ ଜିଇ ନ ଥାନ୍ତେ । ଇଞ୍ଜିନ୍‌ ଅଏଲ୍‌ ପେଟ୍ରୋଲିୟମ୍‌ରୁ ତିଆରି ହେଉଥିବାରୁ ମଣିଷ ସ୍ବାସ୍ଥ୍ୟ ପାଇଁ ଏହା ଖୁବ୍‌ ବିପଜ୍ଜନକ େବାଲି କୁହାଯାଏ। ଭୁଲବଶତଃ ଯଦି କୌଣସି ବ୍ୟକ୍ତି ଏହାକୁ ପିଇ ଦିଅନ୍ତି ଏହା ପାଚନତନ୍ତ୍ର ଓ ଫୁସ୍‌ଫୁସ୍‌ ଉପରେ ଗଭୀର ପ୍ରଭାବ ପକାଇଥାଏ। ତେବେ ଏହି ବ୍ୟକ୍ତି ଜଣକ ଏତେ ଦିନ ଧରି ଇଞ୍ଜିନ୍‌ ଅଏଲ୍‌ ପିଇ ଜୀବିତ ରହିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

About The Author