ଗଣନାର ଯୁଗଯନ୍ତ୍ରଣା

The Sakala Picture
Published On

ଆମ ଦେଶରେ ଜନଗଣନା ପ୍ରତି ଦଶବର୍ଷରେ ଥରେ ହୁଏ। ଏଥିରେ ଗାଁଠୁ ଆରମ୍ଭ କରି ବ୍ଲକ, ସବ୍‌‌ଡିଭିଜନ, ଜିଲ୍ଲା, ରାଜ୍ୟ, ସର୍ବୋପରି ରାଷ୍ଟ୍ରର ଜନସଂଖ୍ୟା ସାମ୍ନାକୁ ଆସିଥାଏ। ନିର୍ବାଚନ ପାଇଁ ଭୋଟର ଗଣନା ବି ହୁଏ; ୧୮ ଓ ତଦୂର୍ଦ୍ଧ୍ବ ବୟସର ସାବାଳକଙ୍କୁ ଚିହ୍ନଟ କରାଯାଏ ଭୋଟଦାନର ଅଧିକାର ପ୍ରଦାନ କରାଯିବା ପାଇଁ। ଏହାବାଦ୍‌‌ ହାତୀ, ବାଘ, ମଗର ଓ ପକ୍ଷୀ ଗଣନା ବି ହୁଏ। ଥରେ ଦିଲ୍ଲୀରେ କେତେ କାଉ ଅଛନ୍ତି ତା’ର ସବିଶେଷ ତଥ୍ୟ […]

ଆମ ଦେଶରେ ଜନଗଣନା ପ୍ରତି ଦଶବର୍ଷରେ ଥରେ ହୁଏ। ଏଥିରେ ଗାଁଠୁ ଆରମ୍ଭ କରି ବ୍ଲକ, ସବ୍‌‌ଡିଭିଜନ, ଜିଲ୍ଲା, ରାଜ୍ୟ, ସର୍ବୋପରି ରାଷ୍ଟ୍ରର ଜନସଂଖ୍ୟା ସାମ୍ନାକୁ ଆସିଥାଏ। ନିର୍ବାଚନ ପାଇଁ ଭୋଟର ଗଣନା ବି ହୁଏ; ୧୮ ଓ ତଦୂର୍ଦ୍ଧ୍ବ ବୟସର ସାବାଳକଙ୍କୁ ଚିହ୍ନଟ କରାଯାଏ ଭୋଟଦାନର ଅଧିକାର ପ୍ରଦାନ କରାଯିବା ପାଇଁ। ଏହାବାଦ୍‌‌ ହାତୀ, ବାଘ, ମଗର ଓ ପକ୍ଷୀ ଗଣନା ବି ହୁଏ। ଥରେ ଦିଲ୍ଲୀରେ କେତେ କାଉ ଅଛନ୍ତି ତା’ର ସବିଶେଷ ତଥ୍ୟ ଜଣାଇବାକୁ ସମ୍ରାଟ ଆକବର ବୀରବଲଙ୍କୁ ଆଦେଶ ଦେଲେ। କେଉଁଠୁ କେମିତି ଗଣନା ଆରମ୍ଭ କରିବେ, ତାହା ଭାବି ଚିନ୍ତାରେ ପଡ଼ିଲେ ବୀରବଲ। କିନ୍ତୁ ତାଙ୍କ ବିଦୂଷୀ ପତ୍ନୀ କହିଲେ ଦିଲ୍ଲୀରେ ସମୁଦାୟ କାଉ ସଂଖ୍ୟା ସାତ ଲକ୍ଷ ଅଶୀ ହଜାର ଅଠେଇଶ। ବୀରବଲ ପଚାରିଲେ, ‘ତୁମେ କେମିତି ଜାଣିଲ?’ ପତ୍ନୀ କହିଲେ, ‘ସେମିତି ଗୋଟେ ସଂଖ୍ୟା ମନରୁ କହିଦେଇଛି। ଏ ଉତ୍ତର ରଖିଲା ପରେ ଆକବର କ’ଣ ଆଉ କାହାକୁ କାଉ ଗଣିବାକୁ କହି ଏ ଉତ୍ତରର ସତ୍ୟତା ପରଖିବେ?’ ବୀରବଲ ପୁଣି ପଚାରିଲେ, ‘ଯଦି ଗଣନ୍ତି, ଆଉ କାଉ ସଂଖ୍ୟା କମ ବେଶି ହୁଏ?’ ବିଦୂଷୀ ପତ୍ନୀ କହିଲେ, ଯଦି ଗଣତି କରନ୍ତି ଏବଂ କିଛି କମ୍‌‌ ବେଶୀ ହୁଏ ତେବେ କମ ହେଲେ କହିବ କାଉ କୁଣିଆ ଯାଇଛନ୍ତି, ବେଶି ହେଲେ କହିବ କୁଣିଆ ଆସିଛନ୍ତି।’ ବୀରବଲ ପତ୍ନୀଙ୍କ କହିବା ଅନୁସାରେ ରାଜଦରବାରେ ଉତ୍ତର ରଖି ପ୍ରଶଂସାଭାଜନ ହେଲେ।

ବେଳେବେଳେ ଏଭଳି ଅବାନ୍ତର ଗଣନା ପାଇଁ ବଡ଼ବଡ଼ିଆଙ୍କ ମୁଣ୍ଡକୁ ଅଜବ ନିଶା ଘାରେ। ଏବେ ଏଭଳି କେତେ ଯେ ଗଣନା କରାଗଲାଣି, ତା’ର ଇୟତ୍ତା ନାହିଁ। କାହାର ଛୁଆ କେତେ, ଛୁଆ ଭିତରେ ପୁଅ ଓ ଝିଅ ପିଲା ସଂଖ୍ୟା କେତେ ହିସାବ ରଖାଯାଉଛି। ଗାଅାଁ ସହର ସାହି ଘର ଘର ବୁଲି ଘରଗଣନା ବି ହେଲାଣି। ଏପରି କି ପରିବାର ସର୍ବେକ୍ଷଣ କରାଗଲାଣି ଏବଂ ପରିବାରରେ କିଏ ଗର୍ଭବତୀ ଅଛନ୍ତି, ତା’ର ତଥ୍ୟ ବି ନିଆଯାଉଛି। ଆଉ କିଛିଦିନ ପରେ ହୁଏତ ଗଛଲତା, ରୋଗୀ ଓ ନିରୋଗୀ ସଂଖ୍ୟା, ସକାରାତ୍ମକ ମଣିଷ, ଭଲ ମଣିଷ, ନିଦା ମଣିଷ, ଅମାନିଆ ମଣିଷ, ଫମ୍ପା ମଣିଷଙ୍କ ସଂଖ୍ୟା ମଧ୍ୟ ଗଣନା ହେବ।

ଏହି ପରିପ୍ରେକ୍ଷୀରେ ଏବେ ସମାଜରେ କବି-ଲେଖକଙ୍କ ସଂଖ୍ୟା ବଢ଼ୁଛି(ହେଲେ ପାଠକଙ୍କ ସଂଖ୍ୟା କମୁଛି)। ଏସବୁ ଯୁଗ ଯନ୍ତ୍ରଣା ସୂଚକ। ଏବେ ଗାଁ-ସହର ସବୁଠି କବି। ସାହିରେ ସାହିରେ କବି। ଘରେ ଘରେ ବି ବାହାରିଲେଣି କବି। ଉଭା ଯେତେ, ପୋତା ସେତେ। ପ୍ରକାଶିତ ଅର୍ଥରେ ଉଭାକୁ ବୁଝନ୍ତୁ ଏବଂ ଅପ୍ରକାଶିତ ଅର୍ଥରେ ପୋତାକୁ ବୁଝନ୍ତୁ। ଆହୁରି ସ୍ପଷ୍ଟ ଶବ୍ଦରେ କହିଲେ ଲେଖାଲେଖି କରି ଯିଏ ଏଠି ସେଠି ଖବରକାଗଜରେ ଅବା ପତ୍ରପତ୍ରିକାରେ ଲେଖା ପ୍ରକାଶିତ କରନ୍ତି ସିଏ ଉଭା ବା ପ୍ରକାଶିତ କବି। ଯିଏ ଲେଖା କେଉଁଠି ପ୍ରକାଶ କରାନ୍ତିନି ସିଏ ପୋତା ବା ପ୍ରକାଶ ଆଢୁଆଳରେ ରହୁଥିବା କବି। କବିସୂର୍ଯ୍ୟଙ୍କ ଭାଷାରେ ‘ରବି ହେଲେ ଜ୍ୟୋତିରିଙ୍ଗଣ ପୋକ, କବି ହୋଇଗଲେ ସମସ୍ତ ଲୋକ’ ଉକ୍ତିର ଯଥାର୍ଥତା ତଥା ପ୍ରାସଙ୍ଗିକତା ଆଜିର ଦିନରେ ବେଶ ଅନୁଭବ ହୁଏ ଏବଂ ଅନୁଭବ କରାଯାଏ। ପୁଣି କେଉଁଠି ଦେଖାଯାଏ କବିତା ପାଠ ହେଲେ ଶ୍ରୋତାଙ୍କ ସଂଖ୍ୟାଠୁ କବି ଥା’ନ୍ତି ଅଧିକ। ମଞ୍ଚତଳର ଶ୍ରୋତା ମଣିଷଠୁ ମଞ୍ଚ ଉପରେ ଥା’ନ୍ତି ଅଧିକ ମଞ୍ଚମଣିଷ।

କବି ସଂଖ୍ୟା ଦିନକୁ ଦିନ ବଢ଼଼ୁଛି, ଏ କଥା ଖାଲି ଅନୁମାନ କରି କୁହାଯାଉନାହିଁ। ଏହା କୁହାଯାଉଛି, ପ୍ରତ୍ୟକ୍ଷରେ ଦେଖି ଯେ ସାହିତ୍ୟସଭାରେ ଅର୍ଦ୍ଧଶତକ, ଶତକ, ଦ୍ୱିଶତକ କବିଙ୍କୁ ପୁଣି ଗୋଟେ ଦିନରେ ଗୋଟେ ମଞ୍ଚରେ ସମ୍ୱର୍ଦ୍ଧିତ କରାଯାଉଛି। ଯେଉଁଠି ଶହଶହ କବିଙ୍କୁ ପୁରସ୍କାର ଦିଆଯାଏ, ସେଠି ଜଣ ଜଣକର ମାନପତ୍ର ପଠନ କରିବା ଆଉ ସମ୍ଭବ ହୋଇ ନଥାଏ। ଖାଲି ଗୋଟେ ନୀତି ଧରାଯାଏ – ନାଁ ଡକାଗଲେ ମଞ୍ଚକୁ ଆସ, ଆଉ ମାନପତ୍ରଟି ହାତେଇ ନେଇ ଯାଅ। ପୁଣି ଯେଉଁଠି ସାହିତ୍ୟ ସଭା କରାଯାଉଛି, ସେଠି ବି ରହୁଛି କବିତା ପାଠ କାର୍ଯ୍ୟକ୍ରମ। କବିଙ୍କୁ କବିତା ପଢ଼଼ିବା ସହିତ କବିଙ୍କ ହାତରେ ଧରେଇ ଦିଆଯାଏ ଗୋଟେ ଗୋଟେ ପ୍ରମାଣପତ୍ର।

ଏହା ଗୋଟେ ଧାରା ପାଲଟିଛି କବିଙ୍କୁ ଟାଣିବା ପାଇଁ। କେଉଁଠି କେଉଁଠି ପ୍ରମାଣପତ୍ର ସହିତ ଦିଆଯାଏ ଖଣ୍ଡେ ଖଣ୍ଡେ ଗାମୁଛା। ତାହା ହୋଇଯାଏ କବି ହେବାର ଠୋସ ସ୍ୱୀକୃତିପତ୍ର। ଯେଉଁଠି କବି ଅସଲ ପୁରସ୍କୃତ ବା ସମ୍ୱର୍ଦ୍ଧିତ ହୁଅନ୍ତି ସେଠି ପାଆନ୍ତି ମାନପତ୍ର, ସ୍ମୁତିଫଳକ, ସୁନ୍ଦର ଉତ୍ତରୀୟ। ସାଧାରଣତଃ ପ୍ରମାଣପତ୍ରଠୁ ମାନପତ୍ରର ମାନସମ୍ମାନ ବିବେଚିତ ହୁଏ ଅଧିକ। ଆଜିକାଲି ସବୁଠି କବି ଏତେ ସଂଖ୍ୟାରେ ପୁରସ୍କୃତ ହେଉଛନ୍ତି ଯେ ଏଥିରୁ ସହଜେ ମନେକରାଯାଇପାରେ କବିଙ୍କ ସଂଖ୍ୟା ଆମ ଏଠି ବଢ଼ୁଛି ନିଶ୍ଚୟ। ତେଣୁ କବିଙ୍କ ସଂଖ୍ୟା ଗାଁ, ସହରରେ ପ୍ରକୃତରେ କେତେ ରହିଛି, ସେ କଥା ଜାଣିବା ପାଇଁ କବି ଲେଖକ ଗଣନା ହେବା ନିହାତି ଆବଶ୍ୟକ ମନେ ହୁଏ। ସରକାରୀ ହେଉ କି ବେସରକାରୀ ଗଣନା କରାଯାଉ। ସେଥିରୁ ନୂଆ ତଥ୍ୟ ସାମ୍ନାକୁ ଆସିପାରେ। ସେମାନଙ୍କ ଭିତରେ ବି ରହିଥାଇପାରନ୍ତି ଦୁଃସ୍ଥ କବି, ସୁସ୍ଥ କବି, ଅସୁସ୍ଥ କବି, ସବଳ କବି, ଦୁର୍ବଳ କବି, ଚତୁର କବି, ଆଶୁ କବି, ଚାନ୍ଦାଜୀବୀ କବି, ଯୋଗାଡ଼ିଆ କବି, ଯାଦୁଆ କବି, ଗୋଠଛଡ଼ା କବି ଏମିତି କେତେ କଣ! ଏହା ହିଁ ଗଣନାର ବାସ୍ତବ ନିର୍ଯାସ ଆଉ ଆଧୁନିକ ଯୁଗର ଯନ୍ତ୍ରଣା।

ଧ୍ରୁବ ଚରଣ ଘିବେଲା
ବୌଦ୍ଧ, ମୋ:୯୪୩୭୪୭୮୪୬୬

29 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର