ଋଷକୁ ଆମେରିକାର କଡ଼ା ଭର୍ତ୍ସନା: ରୁଷ୍ ପାଇଁ ବନ୍ଦ ହେଲା ଆମେରିକାର ବାୟୁସୀମା

The Sakala Picture
Published On

ଓ୍ୱାଶିଂଟନ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ୟୁକ୍ରେନ ବିରୋଧରେ ଯୁଦ୍ଧ କରି ବିଶ୍ୱ ଦରବାରରେ ଏକ ଘରକିଆ ହେଉଛି ରୁଷିଆ । ଏବେ ରୁଷ୍ ବିରୋଧରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷକୁ ଆମେରିକାର ବାୟୁସୀମା ବନ୍ଦ କରିଛନ୍ତି । ଅର୍ଥାତ ଆମେରିକା ଆକାଶରେ ରୁଷର କୌଣସି ବିମାନକୁ ଉଡ଼ିବାକୁ ଦିଆଯିବ ନାହିଁ । […]

ଓ୍ୱାଶିଂଟନ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ୟୁକ୍ରେନ ବିରୋଧରେ ଯୁଦ୍ଧ କରି ବିଶ୍ୱ ଦରବାରରେ ଏକ ଘରକିଆ ହେଉଛି ରୁଷିଆ । ଏବେ ରୁଷ୍ ବିରୋଧରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷକୁ ଆମେରିକାର ବାୟୁସୀମା ବନ୍ଦ କରିଛନ୍ତି । ଅର୍ଥାତ ଆମେରିକା ଆକାଶରେ ରୁଷର କୌଣସି ବିମାନକୁ ଉଡ଼ିବାକୁ ଦିଆଯିବ ନାହିଁ । ଆମେରିକାର ମିଳିତ କଂଗ୍ରେସକୁ ସମ୍ବୋଧନ ବେଳେ ଏଭଳି ଘୋଷଣା କରିଛନ୍ତି ବାଇଡେନ୍ । ୟୁକ୍ରେନ୍ ଉପରେ ଆକ୍ରମଣକୁ କଡ଼ା ଭର୍ତ୍ସନା କରିଛନ୍ତି । ବାଇଡେନ୍ କହିଛନ୍ତି, ରୁଷ ଉପରେ ହୋଇଥିବା ଆକ୍ରମଣ ଗଣତନ୍ତ୍ର ଉପରେ ଏକଛତ୍ରବାଦର ଆକ୍ରମଣ । ସେହିପରି ରୁଷିଆକୁ ମିଳୁଥିବା ବୈଷୟିକ ଜ୍ଞାନକୌଶଳକୁ ବନ୍ଦ ନେଇ ଘୋଷଣା କରିଛନ୍ତି ଜୋ ବାଇଡେନ୍ । ରୁଷର ଆଭିମୁଖ୍ୟକୁ କଡ଼ା ନିନ୍ଦା କରିବା ସହ ୟୁକ୍ରେନ୍ ସହ ଆମେରିକା ରହିଛି ବୋଲି ବାଇଡେନ୍ କହିଛନ୍ତି । ୟୁକ୍ରେନ ସହ ଆମେରିକା ପ୍ରାଚୀର ଭଳି ଠିଆ ହେବ । ରୁଷିଆ ଯୁଦ୍ଧ କରି କିଛି ଫାଇଦା ପାଇପାରେ । କିନ୍ତୁ ଦୀର୍ଘ ମିଆଦି ସୂତ୍ରରେ ବହୁ ମୂଲ୍ୟ ଦେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

02 Mar 2022 By The Sakala

ଋଷକୁ ଆମେରିକାର କଡ଼ା ଭର୍ତ୍ସନା: ରୁଷ୍ ପାଇଁ ବନ୍ଦ ହେଲା ଆମେରିକାର ବାୟୁସୀମା

ଓ୍ୱାଶିଂଟନ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ୟୁକ୍ରେନ ବିରୋଧରେ ଯୁଦ୍ଧ କରି ବିଶ୍ୱ ଦରବାରରେ ଏକ ଘରକିଆ ହେଉଛି ରୁଷିଆ । ଏବେ ରୁଷ୍ ବିରୋଧରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷକୁ ଆମେରିକାର ବାୟୁସୀମା ବନ୍ଦ କରିଛନ୍ତି । ଅର୍ଥାତ ଆମେରିକା ଆକାଶରେ ରୁଷର କୌଣସି ବିମାନକୁ ଉଡ଼ିବାକୁ ଦିଆଯିବ ନାହିଁ । ଆମେରିକାର ମିଳିତ କଂଗ୍ରେସକୁ ସମ୍ବୋଧନ ବେଳେ ଏଭଳି ଘୋଷଣା କରିଛନ୍ତି ବାଇଡେନ୍ । ୟୁକ୍ରେନ୍ ଉପରେ ଆକ୍ରମଣକୁ କଡ଼ା ଭର୍ତ୍ସନା କରିଛନ୍ତି । ବାଇଡେନ୍ କହିଛନ୍ତି, ରୁଷ ଉପରେ ହୋଇଥିବା ଆକ୍ରମଣ ଗଣତନ୍ତ୍ର ଉପରେ ଏକଛତ୍ରବାଦର ଆକ୍ରମଣ । ସେହିପରି ରୁଷିଆକୁ ମିଳୁଥିବା ବୈଷୟିକ ଜ୍ଞାନକୌଶଳକୁ ବନ୍ଦ ନେଇ ଘୋଷଣା କରିଛନ୍ତି ଜୋ ବାଇଡେନ୍ । ରୁଷର ଆଭିମୁଖ୍ୟକୁ କଡ଼ା ନିନ୍ଦା କରିବା ସହ ୟୁକ୍ରେନ୍ ସହ ଆମେରିକା ରହିଛି ବୋଲି ବାଇଡେନ୍ କହିଛନ୍ତି । ୟୁକ୍ରେନ ସହ ଆମେରିକା ପ୍ରାଚୀର ଭଳି ଠିଆ ହେବ । ରୁଷିଆ ଯୁଦ୍ଧ କରି କିଛି ଫାଇଦା ପାଇପାରେ । କିନ୍ତୁ ଦୀର୍ଘ ମିଆଦି ସୂତ୍ରରେ ବହୁ ମୂଲ୍ୟ ଦେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

https://www.thesakala.in/national-international/us-to-ban-russian-flights-from-american-airspace/article-9618
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର