ଆମେରିକାର ଯୁଦ୍ଧପୋତ 'ୟୁଏସ୍ଏସ୍ ଅବ୍ରାହମ ଲିଙ୍କନ୍' ଉପରେ ଇରାନର ମିସାଇଲ୍ ମାଡ଼, ସବୁ ଆକ୍ରମଣକୁ ବିଫଳ କଲା ଆମେରିକା

Suryakanta Picture
Published On

ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଇରାନ ପକ୍ଷରୁ ଆମେରିକାର ଶକ୍ତିଶାଳୀ ବିମାନବାହକ ଯୁଦ୍ଧପୋତ ୟୁଏସ୍ଏସ୍ ଅବ୍ରାହମ ଲିଙ୍କନ୍ (USS Abraham Lincoln) ଉପରେ କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇଥିବା ଦାବି କରାଯାଇଛି। ଏହି ଘଟଣା ପରେ ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ଆହୁରି ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: H-1B ଭିସାଧାରୀଙ୍କୁ 'ବନ୍ଧା ଶ୍ରମିକ' କହିଲେ ଜେଡି ଭ୍ୟାନ୍ସ: ଭାରତର କଡ଼ା ପ୍ରତିକ୍ରିୟା

ଇରାନର କଡ଼ା ଚେତାବନୀ

ଇରାନୀ ନୌସେନା କମାଣ୍ଡର ରିୟର ଆଡମିରାଲ ଶାହରାମ ଇରାନୀ ଆମେରିକାକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେରିକାର ଏହି ବିମାନବାହକ ପୋତ ଉପରେ ଲଗାତାର ନଜର ରଖାଯାଇଛି ଏବଂ ଯଦି ଏହା ଇରାନର ମିସାଇଲ୍ ରେଞ୍ଜ୍ ଭିତରକୁ ଆସେ, ତେବେ ଏହାକୁ ପୁଣିଥରେ ଟାର୍ଗେଟ୍ କରାଯିବ। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଉପକୂଳବର୍ତ୍ତୀ କ୍ରୁଜ୍ ମିସାଇଲ୍ ବ୍ୟବହାର କରି ଏହି ଆକ୍ରମଣ କରାଯାଇଥିଲା ଏବଂ ଯୁଦ୍ଧପୋତକୁ ନିଜର ସ୍ଥାନ ବଦଳାଇବାକୁ ବାଧ୍ୟ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଭାରତୀୟ ବଂଶୋଦ୍ଭବ ଆଇନଜୀବୀ ନାଭି ପିଲ୍ଲାଇଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

ସବୁ ମିସାଇଲ୍ ଆକ୍ରମଣକୁ ବିଫଳ କଲା ଆମେରିକା

ଅନ୍ୟପଟେ ଇରାନର ସମସ୍ତ ଦାବିକୁ ଆମେରିକା ଖଣ୍ଡନ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଇରାନ ପକ୍ଷରୁ ଏହି ପୋତ ଉପରକୁ ପ୍ରାୟ ୧୦୧ଟି ମିସାଇଲ୍ ମାଡ଼ କରାଯାଇଥିଲା, କିନ୍ତୁ ଆମେରିକୀୟ ନୌସେନା ଏହି ସବୁ ଆକ୍ରମଣକୁ ସମୁଦ୍ର ମଝିରେ ହିଁ ନଷ୍ଟ କରିଦେଇଛି। ଟ୍ରମ୍ପଙ୍କ ଅନୁଯାୟୀ, ବିମାନବାହକ ପୋତର କୌଣସି କ୍ଷତି ହୋଇନାହିଁ ଏବଂ ସମସ୍ତ ଉଚ୍ଚ ଜ୍ଞାନକୌଶଳ ସମ୍ପନ୍ନ ମିସାଇଲକୁ ଖସାଇ ଦିଆଯାଇଛି। ଆମେରିକୀୟ ସେନା ମଧ୍ୟ ସ୍ପଷ୍ଟ କରିଛି ଯେ ୟୁଏସ୍ଏସ୍ ଅବ୍ରାହମ ଲିଙ୍କନ୍ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି ଏବଂ ନିଜର ଅପରେସନ୍ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ବିକ୍ଷୋଭ ପୂର୍ବରୁ ଦିଲ୍ଲୀ ବିମାନବନ୍ଦରରେ ସିଜେପି ନେତା ଅଭିଜିତ ଦିପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କା ଅଟକ

ବ୍ୟାପକ ହେଉଛି ଯୁଦ୍ଧର ପ୍ରଭାବ

ଗତ ଫେବୃଆରୀ ମାସରେ ଆରମ୍ଭ ହୋଇଥିବା ଅପରେସନ୍ ଏପିକ୍ ଫ୍ୟୁରୀ (Operation Epic Fury) ପରେ ଆମେରିକା ଏବଂ ଇସ୍ରାଏଲ୍ ସହିତ ଇରାନର ସିଧାସଳଖ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇରାନ ମଧ୍ୟ ଇସ୍ରାଏଲ ଏବଂ ଆମେରିକୀୟ ସେନା ଘାଟିକୁ ଲକ୍ଷ୍ୟ କରି କ୍ରମାଗତ ଭାବେ ଆକ୍ରମଣ କରୁଛି, ଯାହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର