ୟୁପି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି; ପଦ୍ମ ଧରିବେ ଅଖୀଳେଶଙ୍କ ଭାଇବୋହୂ!

The Sakala Picture
Published On

ଲକ୍ଷ୍ନୌ : ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଏବେ ଉତ୍ତରପ୍ରଦେଶ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ସବୁ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ପ୍ରକାଶ ପାଇଥିଲା ବେଳେ ଏବେ ଟିକଟ ବଣ୍ଟା ରାଜନୀତି ମଧ୍ୟ ଜୋରଦାର ହୋଇଛି। ଯାହାକୁ ନେଇ ଦିନକୁ ଦିନ ଭିନ୍ନ ଭିନ୍ନ ସ୍ଥିତି ଦେଖୀବାକୁ ମିଳୁଛି। ତେବେ ଏହା ମଧ୍ୟରେ ଯେଉଁ ପ୍ରସଙ୍ଗଟି ସବୁଠୁ ଚର୍ଚ୍ଚିତ ରହିଛି ତାହା ହେଲା ଦଳବଦଳ ରାଜନୀତି। ଏହି […]

ଲକ୍ଷ୍ନୌ : ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଏବେ ଉତ୍ତରପ୍ରଦେଶ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ସବୁ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ପ୍ରକାଶ ପାଇଥିଲା ବେଳେ ଏବେ ଟିକଟ ବଣ୍ଟା ରାଜନୀତି ମଧ୍ୟ ଜୋରଦାର ହୋଇଛି। ଯାହାକୁ ନେଇ ଦିନକୁ ଦିନ ଭିନ୍ନ ଭିନ୍ନ ସ୍ଥିତି ଦେଖୀବାକୁ ମିଳୁଛି। ତେବେ ଏହା ମଧ୍ୟରେ ଯେଉଁ ପ୍ରସଙ୍ଗଟି ସବୁଠୁ ଚର୍ଚ୍ଚିତ ରହିଛି ତାହା ହେଲା ଦଳବଦଳ ରାଜନୀତି। ଏହି ଦଳବଦଳ ରାଜନୀତିରେ ଅଖୀଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସବୁଠୁ ଆଗରେ ରହି ରାଜନୈତିକ ମହଲ ଠାରୁ ଆରମ୍ଭ କରି ସାଧାରଣରେ ବେଶ ଚର୍ଚ୍ଚିିତ ହୋଇପଡ଼ିଛି। ମାତ୍ର କିଛି ଦିନ ମଧ୍ୟରେ ବିଜେପିର ୩ ମନ୍ତ୍ରୀ ଏବଂ ୧୧ ବିଧାୟକ ଦଳ ଛାଡି ଅଖୀଳେଶଙ୍କ ଟିମରେ ସାମିଲ ହେବା ଘଟଣା ଉତ୍ତରପ୍ରଦେଶ ନିର୍ବାଚନ ଅଙ୍କକୁ ଏପଟ ସେପଟ କରି ଦେଇଛି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ୨ ସପ୍ତାହର ଅସ୍ତ୍ରବିରତି ଘୋଷଣା: ହରମୁଜ୍ ପ୍ରଣାଳୀ ଖୋଲିବାକୁ ରାଜି ହେଲା ତେହେରାନ, ତୈଳ ଦରରେ ବଡ଼ ହ୍ରାସ

ଏଭଳି ଘଟଣା ସପାକୁ ଖେରାକ ଯୋଗାଇ ଥିବା ବେଳେ ଏବେ ଆଉ ଏକ ଘଟଣା ଏହି ଦଳ ପାଇଁ ସମସ୍ୟା ଆଣିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଦଳବଦଳ ରାଜନୀତି ମଧ୍ୟରେ ବିଜେପି ମଧ୍ୟ ଅଖିଳେଶଙ୍କୁ ବଡ ଝଟକା ଦେବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି। କାରଣ ଅଖୀଳେଶଙ୍କ ସାନ ଭାଇ ପ୍ରତୀକ ଯାଦବଙ୍କ ପତ୍ନୀ ଅପର୍ଣ୍ଣା ଯାଦବ ଏବେ ପଦ୍ମ ଧରିବାକୁ ଯାଉଛନ୍ତି ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଯାହାକି ଅଖିଳେଶଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଦଳରୁ କେହି ବାହାରି ଅନ୍ୟ ଦଳରେ ମିଶିବା ଭିନ୍ନ କଥା। ହେଲେ ନିଜ ପରିବାରର କୌଣସି ସଦସ୍ୟ ବିଜେପିରେ ମିଶିବା ଅଖିଳେଶଙ୍କୁ ନିଶ୍ଚିତ ଭାବେ ବ୍ୟାକଫୁଟକୁ ଠେଲିଦେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଭାରତର ନୌସେନା ଶକ୍ତିରେ ବୃଦ୍ଧି: ଆରିହନ୍ତ ଓ ଅରିଘାତ ପରେ ସାମିଲ ହେଲା ଆଇଏନଏସ୍ ଅରିଦମନ

କିନ୍ତୁ ଅଖୀଳେଶଙ୍କ ସାନ ବୋହୂ ଅପର୍ଣ୍ଣା ଖୁବଶୀଘ୍ର ବିଜେପିରେ ମିଶିବା ନିଶ୍ଚିତ ହୋଇଯାଇଛି। ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟାମ ସିଂ ଯାଦବଙ୍କ ଦ୍ବିତୀୟ ପତ୍ନୀ ସାଧନା ଯାଦବଙ୍କ ପୁଅ ପ୍ରତୀକଙ୍କୁ ମୁଲାୟମଙ୍କ ପରିବାର ଆପଣେଇ ନେଇଥିଲେ। ଏପରିକି ପ୍ରତୀକ ତାଙ୍କ ପିତାଙ୍କ ନାମ ମୁଲାୟାମଙ୍କ ନାମରେ ହିଁ ଲେଖୀଥାଆନ୍ତି। ତାଙ୍କ ପତ୍ନୀ ଅପର୍ଣ୍ଣା ୨୦୧୭ରେ ସମାଜବାଦୀ ଟିକଟରୁ ଲକ୍ଷ୍ନୌ କ୍ୟାଣ୍ଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ହେଲେ ପରେ ପରେ ସେ ସମାଜସେବା କାର୍ଯ୍ୟ ଜାରି ରଖୀଥିଲେ। ହେଲେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଅପର୍ଣ୍ଣା ଏକଦା ଯୋଗୀଙ୍କ ଡକରାରେ ଲକ୍ଷ୍ନୌସ୍ଥିତ ତାଙ୍କ ଗୋଶାଳାକୁ ଯାଇଥିଲେ।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ଚର୍ଚ୍ଚାରେ ଦିଦି: ନା ଅଛି କାର୍, ନା ଅଛି ବଙ୍ଗଳା, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ

ସେତେବେଳେ ଏଭଳି ଘଟଣା ରାଜନୈତିକ ମହଲରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା ବେଳେ ଅଖୀଳେଶ କିନ୍ତୁ ଏହି ଘଟଣାକୁ ନେଇ କ୍ଷୁବ୍ଧ ହୋଇଥିଲେ। ଏହପରେ ପ୍ରତୀକଙ୍କସହ ତାଙ୍କର ସମ୍ପର୍କ ମଧ୍ୟ କ୍ଷୁଣ୍ଣ ହେବାରେ ଲାଗିଥିଲା। ଚଳିତ ନିର୍ବାଚନରେ ଅପର୍ଣ୍ଣା ସମାଜବାଦୀ ଟିକଟରେ ଲଢିବାକୁ ଆଶାୟୀ ରହିଥିଲେ ମଧ୍ୟ ଏହି କାରଣକୁ ନେଇ ତାଙ୍କୁ ଟିକଟ ମିଳି ନଥିଲା। ତେଣୁ ଅପର୍ଣ୍ଣା ଏବେ ପଦ୍ମ ଧରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ବିଜେପି ପ୍ରବକ୍ତା ରାଘବେନ୍ଦ୍ର ସିଂ ମଧ୍ୟ ଏନେଇ ପରୋକ୍ଷରେ ଇଙ୍ଗିତ କରିସାରିଛନ୍ତି।

ଅପର୍ଣ୍ଣା ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ସେ ସ୍ପଷ୍ଟ କରି ନଥିଲେ ହେଁ ଦଳକୁ ସଶକ୍ତ କରିବାକୁ ଯଦି ଏଭଳି କୌଣସି ସଦସ୍ୟ ଆଗ୍ରହ ପ୍ରକାଶ କରନ୍ତି ତେବେ ତାଙ୍କୁ ଗ୍ରହଣ କରିବାକୁ କିଛି ଅସୁବିଧା ନାହିଁ ବୋଲି ପରୋକ୍ଷରେ ଗଣମାଧ୍ୟମକୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ଅପର୍ଣ୍ଣା ଖୁବଶୀଘ୍ର ପଦ୍ମ ଧରିପାରନ୍ତି ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଥବବା କୁହାଯାଉଛି। କିନ୍ତୁ ଏହା ଯଦି ସତ୍ୟ ହୁଏ ତେବେ ଅଖୀଳେଶଙ୍କ ସମସ୍ୟା ନିଶ୍ଚିତ ବଢିବ ବୋଲି ରାଜନୀତିକ ପଣ୍ଡିତମାନେ ଆକଳନ କରିବା ଆରମ୍ଭ କରିଛନ୍ତି।

17 Jan 2022 By The Sakala

ୟୁପି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି; ପଦ୍ମ ଧରିବେ ଅଖୀଳେଶଙ୍କ ଭାଇବୋହୂ!

ଲକ୍ଷ୍ନୌ : ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଏବେ ଉତ୍ତରପ୍ରଦେଶ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ସବୁ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ପ୍ରକାଶ ପାଇଥିଲା ବେଳେ ଏବେ ଟିକଟ ବଣ୍ଟା ରାଜନୀତି ମଧ୍ୟ ଜୋରଦାର ହୋଇଛି। ଯାହାକୁ ନେଇ ଦିନକୁ ଦିନ ଭିନ୍ନ ଭିନ୍ନ ସ୍ଥିତି ଦେଖୀବାକୁ ମିଳୁଛି। ତେବେ ଏହା ମଧ୍ୟରେ ଯେଉଁ ପ୍ରସଙ୍ଗଟି ସବୁଠୁ ଚର୍ଚ୍ଚିତ ରହିଛି ତାହା ହେଲା ଦଳବଦଳ ରାଜନୀତି। ଏହି ଦଳବଦଳ ରାଜନୀତିରେ ଅଖୀଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସବୁଠୁ ଆଗରେ ରହି ରାଜନୈତିକ ମହଲ ଠାରୁ ଆରମ୍ଭ କରି ସାଧାରଣରେ ବେଶ ଚର୍ଚ୍ଚିିତ ହୋଇପଡ଼ିଛି। ମାତ୍ର କିଛି ଦିନ ମଧ୍ୟରେ ବିଜେପିର ୩ ମନ୍ତ୍ରୀ ଏବଂ ୧୧ ବିଧାୟକ ଦଳ ଛାଡି ଅଖୀଳେଶଙ୍କ ଟିମରେ ସାମିଲ ହେବା ଘଟଣା ଉତ୍ତରପ୍ରଦେଶ ନିର୍ବାଚନ ଅଙ୍କକୁ ଏପଟ ସେପଟ କରି ଦେଇଛି।

ଏଭଳି ଘଟଣା ସପାକୁ ଖେରାକ ଯୋଗାଇ ଥିବା ବେଳେ ଏବେ ଆଉ ଏକ ଘଟଣା ଏହି ଦଳ ପାଇଁ ସମସ୍ୟା ଆଣିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଦଳବଦଳ ରାଜନୀତି ମଧ୍ୟରେ ବିଜେପି ମଧ୍ୟ ଅଖିଳେଶଙ୍କୁ ବଡ ଝଟକା ଦେବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି। କାରଣ ଅଖୀଳେଶଙ୍କ ସାନ ଭାଇ ପ୍ରତୀକ ଯାଦବଙ୍କ ପତ୍ନୀ ଅପର୍ଣ୍ଣା ଯାଦବ ଏବେ ପଦ୍ମ ଧରିବାକୁ ଯାଉଛନ୍ତି ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଯାହାକି ଅଖିଳେଶଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଦଳରୁ କେହି ବାହାରି ଅନ୍ୟ ଦଳରେ ମିଶିବା ଭିନ୍ନ କଥା। ହେଲେ ନିଜ ପରିବାରର କୌଣସି ସଦସ୍ୟ ବିଜେପିରେ ମିଶିବା ଅଖିଳେଶଙ୍କୁ ନିଶ୍ଚିତ ଭାବେ ବ୍ୟାକଫୁଟକୁ ଠେଲିଦେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

କିନ୍ତୁ ଅଖୀଳେଶଙ୍କ ସାନ ବୋହୂ ଅପର୍ଣ୍ଣା ଖୁବଶୀଘ୍ର ବିଜେପିରେ ମିଶିବା ନିଶ୍ଚିତ ହୋଇଯାଇଛି। ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟାମ ସିଂ ଯାଦବଙ୍କ ଦ୍ବିତୀୟ ପତ୍ନୀ ସାଧନା ଯାଦବଙ୍କ ପୁଅ ପ୍ରତୀକଙ୍କୁ ମୁଲାୟମଙ୍କ ପରିବାର ଆପଣେଇ ନେଇଥିଲେ। ଏପରିକି ପ୍ରତୀକ ତାଙ୍କ ପିତାଙ୍କ ନାମ ମୁଲାୟାମଙ୍କ ନାମରେ ହିଁ ଲେଖୀଥାଆନ୍ତି। ତାଙ୍କ ପତ୍ନୀ ଅପର୍ଣ୍ଣା ୨୦୧୭ରେ ସମାଜବାଦୀ ଟିକଟରୁ ଲକ୍ଷ୍ନୌ କ୍ୟାଣ୍ଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ହେଲେ ପରେ ପରେ ସେ ସମାଜସେବା କାର୍ଯ୍ୟ ଜାରି ରଖୀଥିଲେ। ହେଲେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଅପର୍ଣ୍ଣା ଏକଦା ଯୋଗୀଙ୍କ ଡକରାରେ ଲକ୍ଷ୍ନୌସ୍ଥିତ ତାଙ୍କ ଗୋଶାଳାକୁ ଯାଇଥିଲେ।

ସେତେବେଳେ ଏଭଳି ଘଟଣା ରାଜନୈତିକ ମହଲରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା ବେଳେ ଅଖୀଳେଶ କିନ୍ତୁ ଏହି ଘଟଣାକୁ ନେଇ କ୍ଷୁବ୍ଧ ହୋଇଥିଲେ। ଏହପରେ ପ୍ରତୀକଙ୍କସହ ତାଙ୍କର ସମ୍ପର୍କ ମଧ୍ୟ କ୍ଷୁଣ୍ଣ ହେବାରେ ଲାଗିଥିଲା। ଚଳିତ ନିର୍ବାଚନରେ ଅପର୍ଣ୍ଣା ସମାଜବାଦୀ ଟିକଟରେ ଲଢିବାକୁ ଆଶାୟୀ ରହିଥିଲେ ମଧ୍ୟ ଏହି କାରଣକୁ ନେଇ ତାଙ୍କୁ ଟିକଟ ମିଳି ନଥିଲା। ତେଣୁ ଅପର୍ଣ୍ଣା ଏବେ ପଦ୍ମ ଧରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ବିଜେପି ପ୍ରବକ୍ତା ରାଘବେନ୍ଦ୍ର ସିଂ ମଧ୍ୟ ଏନେଇ ପରୋକ୍ଷରେ ଇଙ୍ଗିତ କରିସାରିଛନ୍ତି।

ଅପର୍ଣ୍ଣା ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ସେ ସ୍ପଷ୍ଟ କରି ନଥିଲେ ହେଁ ଦଳକୁ ସଶକ୍ତ କରିବାକୁ ଯଦି ଏଭଳି କୌଣସି ସଦସ୍ୟ ଆଗ୍ରହ ପ୍ରକାଶ କରନ୍ତି ତେବେ ତାଙ୍କୁ ଗ୍ରହଣ କରିବାକୁ କିଛି ଅସୁବିଧା ନାହିଁ ବୋଲି ପରୋକ୍ଷରେ ଗଣମାଧ୍ୟମକୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ଅପର୍ଣ୍ଣା ଖୁବଶୀଘ୍ର ପଦ୍ମ ଧରିପାରନ୍ତି ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଥବବା କୁହାଯାଉଛି। କିନ୍ତୁ ଏହା ଯଦି ସତ୍ୟ ହୁଏ ତେବେ ଅଖୀଳେଶଙ୍କ ସମସ୍ୟା ନିଶ୍ଚିତ ବଢିବ ବୋଲି ରାଜନୀତିକ ପଣ୍ଡିତମାନେ ଆକଳନ କରିବା ଆରମ୍ଭ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର