ଅମରନାଥ ଯାତ୍ରା ୨୦୨୬: ଜୁଲାଇ ୩ରୁ ଆରମ୍ଭ ହେବ ପବିତ୍ର ଯାତ୍ରା, ଏପ୍ରିଲ ୧୫ରୁ ପଞ୍ଜୀକରଣ

Suryakanta Picture
Published On

ପବିତ୍ର ଅମରନାଥ ଯାତ୍ରା ପାଇଁ ପ୍ରତୀକ୍ଷା କରି ରହିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଖୁସି ଖବର। ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀ ଅମରନାଥ ଯାତ୍ରା ୨୦୨୬ ର ତାରିଖ ଘୋଷଣା କରିଛନ୍ତି। ଚଳିତ ବର୍ଷ ଏହି ପବିତ୍ର ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୮ ତାରିଖ (ରକ୍ଷାବନ୍ଧନ) ପର୍ଯ୍ୟନ୍ତ ଚାଲିବ। ଶ୍ରୀ ଅମରନାଥଜୀ ଶ୍ରାଇନ୍ ବୋର୍ଡ (SASB) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ୫୭ ଦିନିଆ ତୀର୍ଥଯାତ୍ରାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଏପ୍ରିଲ ୧୫ ରୁ ପଞ୍ଜୀକରଣ ପ୍ରକ୍ରିୟା

ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଯାତ୍ରାର ଅଗ୍ରୀମ ପଞ୍ଜୀକରଣ ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହେବ। ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍ ଉଭୟ ମାଧ୍ୟମରେ ଶ୍ରଦ୍ଧାଳୁମାନେ ନିଜର ନାମ ଦରଜ କରିପାରିବେ। ଅଫ୍‌ଲାଇନ୍ ପଞ୍ଜୀକରଣ ପାଇଁ ଦେଶସାରା ଥିବା ଜମ୍ମୁ-କାଶ୍ମୀର ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB), ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏବଂ ୟେସ୍ ବ୍ୟାଙ୍କର ୫୫୪ ଟି ଶାଖାରେ ବ୍ୟବସ୍ଥା କରାଯାଇଛି। ସେହିପରି ଅନ୍‌ଲାଇନ୍ ମାଧ୍ୟମରେ ଶ୍ରାଇନ୍ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ଜରିଆରେ ମଧ୍ୟ ପଞ୍ଜୀକରଣ କରାଯାଇପାରିବ। ଏହି ଯାତ୍ରାରେ ସାମିଲ ହେବା ପାଇଁ ଶ୍ରଦ୍ଧାଳୁଙ୍କ ବୟସ ୧୩ ରୁ ୭୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ ଏବଂ ବାଧ୍ୟତାମୂଳକ ସ୍ୱାସ୍ଥ୍ୟ ପ୍ରମାଣପତ୍ର (CHC) ପ୍ରଦାନ କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ପ୍ରଥମ ପୂଜା ଏବଂ ପ୍ରସ୍ତୁତି

ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭଗବାନ ଶିବଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ ଆସନ୍ତା ଜୁନ୍ ୨୯ ତାରିଖ (ଜ୍ୟେଷ୍ଠ ପୂର୍ଣ୍ଣିମା) ରେ ‘ପ୍ରଥମ ପୂଜା’ ଅନୁଷ୍ଠିତ ହେବ। ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ପାଇଁ RFID କାର୍ଡ ବାଧ୍ୟତାମୂଳକ କରାଯାଇଛି। ଏହା ସହିତ ଗୋଷ୍ଠୀଗତ ଦୁର୍ଘଟଣା ବୀମା ରାଶିକୁ ୫ ଲକ୍ଷରୁ ବୃଦ୍ଧି କରି ୧୦ ଲକ୍ଷ ଟଙ୍କା କରାଯାଇଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଦୁଇଟି ମୁଖ୍ୟ ମାର୍ଗ

ତୀର୍ଥଯାତ୍ରୀମାନେ ପବିତ୍ର ଗୁମ୍ଫା ଦର୍ଶନ ପାଇଁ ଦୁଇଟି ମାର୍ଗ ଦେଇ ଯାତ୍ରା କରିପାରିବେ। ପ୍ରଥମଟି ହେଉଛି ଅନନ୍ତନାଗ ଜିଲ୍ଲାର ନୁନୱାନ-ପହଲଗାମ୍ ଦେଇ ଯାଇଥିବା ୪୮ କିଲୋମିଟର ଲମ୍ବର ପାରମ୍ପରିକ ପଥ। ଦ୍ୱିତୀୟ ବିକଳ୍ପଟି ହେଉଛି ଗାନ୍ଦେରବାଲ ଜିଲ୍ଲାର ବାଲଟାଲ୍ ଦେଇ ଯାଇଥିବା ୧୪ କିଲୋମିଟର ବିଶିଷ୍ଟ କ୍ଷୁଦ୍ର ଏବଂ ଖାଲୁଆ ପଥ। ଯାତ୍ରୀଙ୍କ ସୁବିଧା ପାଇଁ ଉଭୟ ମାର୍ଗରେ ରାସ୍ତା ପ୍ରଶସ୍ତୀକରଣ, ବିପର୍ଯ୍ୟୟ ପରିଚାଳନା ଏବଂ ଉନ୍ନତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର