ସମ୍ପତ୍ତି ପାଇଁ ଚର୍ଚ୍ଚାରେ ଦିଦି: ନା ଅଛି କାର୍, ନା ଅଛି ବଙ୍ଗଳା, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ

Tapas Ranjan Nanda Picture
Published On

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ନିଜର ସାଧାରଣ ଜୀବନଶୈଳୀ ପାଇଁ ବେଶ୍ ପରିଚିତ। କ୍ରମାଗତ ଭାବେ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ନାମରେ ନା ଅଛି କୌଣସି କାର୍, ନା ଅଛି କୌଣସି ବଙ୍ଗଳା। ନିକଟରେ ସେ ନିଜ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି, ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ଏବେ ଆଗକୁ ରାଜ୍ୟରେ ନିର୍ବାଚନ ଥିବା ବେଳେ ବୁଧବାର ଦିଦି ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ନିର୍ବାଚନ ଆୟୋଗଙ୍କୁ ଦେଇଥିବା ସତ୍ୟପାଠରେ ସେ ନିଜର ମୋଟ ସମ୍ପତ୍ତିର ହିସାବ ଦେଇଛନ୍ତି। ୭୧ ବର୍ଷୀୟା ମମତାଙ୍କ ଦୀର୍ଘ ରାଜନୈତିକ କ୍ୟାରିୟର ସତ୍ତ୍ୱେ ତାଙ୍କ ନାମରେ କୌଣସି ସ୍ଥାବର କିମ୍ବା ଅସ୍ଥାବର ବଡ଼ ସମ୍ପତ୍ତି ନଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ଥିବା ଏବଂ ରାଜ୍ୟର ସର୍ବୋଚ୍ଚ ପଦବୀରେ ବସିଥିବା ସତ୍ତ୍ୱେ ତାଙ୍କର କୌଣସି ବ୍ୟକ୍ତିଗତ ବାସଭବନ କିମ୍ବା ଯାନବାହନ ନାହିଁ। ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ସେ ଆଗରେ ରହିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କର ସାଦାସିଧା ଜୀବନଯାପନ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର