ଭାରତ ଏବଂ ଚୀନ୍‌କୁ 'ନର୍କ' କହିଲେ ଟ୍ରମ୍ପ! ଜନ୍ମଗତ ନାଗରିକତ୍ୱକୁ ନେଇ କଲେ ବିବାଦୀୟ ପୋଷ୍ଟ

Suryakanta Picture
Published On

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ୍ (Truth Social) ରେ ଏକ ପୋଷ୍ଟ ଶେୟାର କରି ସେ ଭାରତ ଓ ଚୀନ୍ ଭଳି ଦେଶଗୁଡ଼ିକୁ 'ନର୍କ' (Hellholes) ବୋଲି ସମ୍ବୋଧନ କରିଛନ୍ତି। ଆମେରିକାର ଜନ୍ମଗତ ନାଗରିକତ୍ୱ (Birthright Citizenship) ଆଇନକୁ କଡ଼ା ବିରୋଧ କରିବା ପ୍ରସଙ୍ଗରେ ଏହି ଅପମାନଜନକ ଶବ୍ଦର ପ୍ରୟୋଗ କରାଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

କ'ଣ ରହିଛି ବିବାଦୀୟ ପୋଷ୍ଟରେ?

ଟ୍ରମ୍ପ ଯେଉଁ ପୋଷ୍ଟକୁ ନିଜ ଆକାଉଣ୍ଟରେ ଶେୟାର କରିଛନ୍ତି, ତାହା ପ୍ରକୃତରେ ଆମେରିକୀୟ ରେଡିଓ ହୋଷ୍ଟ ତଥା ରକ୍ଷଣଶୀଳ ଲେଖକ ମାଇକେଲ୍ ସାଭେଜ୍ଙ୍କ ଏକ ପଡକାଷ୍ଟର ଅଂଶ। ଏହି ଭିଡିଓରେ ସାଭେଜ୍ ଆମେରିକାର ଜନ୍ମଗତ ନାଗରିକତ୍ୱ ନିୟମକୁ କଡ଼ା ସମାଲୋଚନା କରିଛନ୍ତି। ସେ ଦାବି କରିଛନ୍ତି ଯେ ପ୍ରବାସୀମାନେ ଆମେରିକା ଆଇନର ଫାଇଦା ଉଠାଉଛନ୍ତି। ଏହି ପୋଷ୍ଟରେ କୁହାଯାଇଛି ଯେ, ପ୍ରବାସୀମାନେ ନିଜ ଗର୍ଭାବସ୍ଥାର ନବମ ମାସରେ ଆମେରିକା ଆସନ୍ତି ଏବଂ ଏଠାରେ ଜନ୍ମ ହେବା ମାତ୍ରେ ପିଲାଟି ତୁରନ୍ତ ଆମେରିକାର ନାଗରିକ ପାଲଟିଯାଏ। ଏହାପରେ ସେମାନେ ନିଜର ପୂରା ପରିବାରକୁ ଭାରତ, ଚୀନ୍ କିମ୍ବା ପୃଥିବୀର ଅନ୍ୟ କୌଣସି 'ନର୍କ' (Hellhole) ରୁ ଆମେରିକା ନେଇଆସନ୍ତି।

ଆହୁରି ପଢ଼ନ୍ତୁ: ହୁତିଙ୍କ କବ୍ଜାରେ ରଣନୀତିକ ମୟୁନ୍ ଦ୍ୱୀପ: ବିଶ୍ୱ ବାଣିଜ୍ୟରେ ସଙ୍କଟ, ବଢିଲା ତୈଳ ଦର

ପ୍ରବାସୀମାନଙ୍କ ପ୍ରତି ଆକ୍ଷେପ

ଏହି ଭିଡିଓରେ କେବଳ ଦେଶକୁ ନୁହେଁ, ବରଂ ପ୍ରବାସୀମାନଙ୍କୁ ମଧ୍ୟ କଡ଼ା ସମାଲୋଚନା କରାଯାଇଛି। ସାଭେଜ୍ ଅଭିଯୋଗ କରିଛନ୍ତି ଯେ ନୂଆକରି ଆସୁଥିବା ପ୍ରବାସୀମାନଙ୍କର ଆମେରିକା ପ୍ରତି କୌଣସି ଆନୁଗତ୍ୟ ନାହିଁ ଏବଂ ସେମାନେ ଠିକ୍ ଭାବରେ ଇଂରାଜୀ ମଧ୍ୟ କହିପାରନ୍ତି ନାହିଁ। ଏହା ସହିତ ସେ ଆମେରିକୀୟ ସିଭିଲ୍ ଲିବର୍ଟିଜ୍ ୟୁନିୟନ୍ (ACLU) ଭଳି ସଂସ୍ଥାକୁ ଟାର୍ଗେଟ କରି କହିଛନ୍ତି ଯେ କିଛି ଓକିଲ ଆମେରିକାକୁ ବେଆଇନ ପ୍ରବାସୀଙ୍କ ଦ୍ୱାରା ଭରିଦେଇ ଏହାକୁ ଏକ 'ଅଳିଆ ଗଦା'ରେ ପରିଣତ କରିବାକୁ ଉଦ୍ୟମ କରୁଛନ୍ତି।

ଆହୁରି ପଢ଼ନ୍ତୁ: କୋହ୍ଲାପୁର ଫେରିବ ପ୍ରିୟ ହାତୀ ମାଧୁରୀ ଓରଫ ମହାଦେବୀ; ଭନତାରା କହିଲା 'ସୁସ୍ଥତା ଆମର ପ୍ରଥମ ପ୍ରାଥମିକତା'

ଟ୍ରମ୍ପଙ୍କ ଆଭିମୁଖ୍ୟ ଏବଂ ପ୍ରତିକ୍ରିୟା

ଏହି ଭିଡିଓ ଏବଂ ଏହାର ଟ୍ରାନ୍ସକ୍ରିପ୍ଟକୁ ଟ୍ରମ୍ପ ବିନା କୌଣସି କ୍ୟାପ୍ସନରେ ନିଜ ଆକାଉଣ୍ଟରେ ରିପୋଷ୍ଟ କରିଛନ୍ତି। ତେବେ ତାଙ୍କର ଏହି ପଦକ୍ଷେପ ଆମେରିକାରେ ରହୁଥିବା ପ୍ରବାସୀ, ବିଶେଷ କରି ଭାରତୀୟ ଏବଂ ଚୀନ୍ ନାଗରିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ନିକଟରେ ସିଏନବିସି (CNBC) କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ମିଥ୍ୟା ଦାବି କରିଥିଲେ ଯେ ବିଶ୍ୱର ଅନ୍ୟ କୌଣସି ଦେଶରେ ଆମେରିକା ଭଳି ଜନ୍ମଗତ ନାଗରିକତ୍ୱ ବ୍ୟବସ୍ଥା ଉପଲବ୍ଧ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର