ଏକତରଫା ପ୍ରେମର କରୁଣ ପରିଣତି: ପ୍ରେମରେ ବିଫଳ ପରେ ନାବାଳିକା ପ୍ରେମିକାକୁ ଏସିଡ ମାଡ କଲା ପ୍ରେମିକ

The Sakala Picture
Published On

ବାଙ୍ଗାଲୁର:  ଏକତରଫା ପ୍ରେମର କରୁଣ ପରିଣତି, ସ୍ୱାର୍ଥ ହାସଲ ନହେବାରୁ ସଇତାନ ସାଜିଲା ପ୍ରେମିକ। ଆଉ କ୍ଷଣିକରେ ଛାରଖାର କରିଦେଲା ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖୁଥିବା ନାବାଳିକା ପ୍ରେମିକାର ଜୀବନ। କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର କଡବା ଅଂଚଳରୁ ଆସିଛି ଏଭଳି ଛାତିଥରା ଖବର। ସୋମବାର ଯୁକ୍ତ ଦୁଇର ୩ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ କରିଛି ଜଣେ ଯୁବକ। ଘଟଣାସ୍ଥଳରେ ୩ ଛାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି। […]

ବାଙ୍ଗାଲୁର:  ଏକତରଫା ପ୍ରେମର କରୁଣ ପରିଣତି, ସ୍ୱାର୍ଥ ହାସଲ ନହେବାରୁ ସଇତାନ ସାଜିଲା ପ୍ରେମିକ। ଆଉ କ୍ଷଣିକରେ ଛାରଖାର କରିଦେଲା ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖୁଥିବା ନାବାଳିକା ପ୍ରେମିକାର ଜୀବନ। କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର କଡବା ଅଂଚଳରୁ ଆସିଛି ଏଭଳି ଛାତିଥରା ଖବର। ସୋମବାର ଯୁକ୍ତ ଦୁଇର ୩ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ କରିଛି ଜଣେ ଯୁବକ। ଘଟଣାସ୍ଥଳରେ ୩ ଛାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଲେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ: ଆଜି ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ସୂଚନା ଅନୁଯାୟୀ, କଡବା ସରକାରୀ କଲେଜରେ ଯୁକ୍ତ ଦୁଇ ପରିକ୍ଷା ପାଇଁ ନିଜ ସହପାଠୀଙ୍କ ସହ ପ୍ରସ୍ତୁତି କରୁଥିଲେ ୧୭ ବର୍ଷୀୟା ପୀଡିତା। ଠିକ୍‌ ଏତିକି ବେଳେ ଅବିନ ନାମକ ଜଣେ ୨୩ ବର୍ଷୀୟ ଯୁବକ ପୂର୍ବ ଯୋଜନା ଅନୁଯାୟୀ ମୁଣ୍ଡରେ ଟୋପି ଏବଂ ମୁହଁରେ ମାସ୍କ ଲଗାଇ କଲେଜ ପରିସରକୁ ପଶିଥିଲା। ଆଉ କେହି କିଛି ବୁଝିବା ଆଗରୁ ଛାତ୍ରୀଙ୍କ ମୁହଁକୁ ଟାର୍ଗେଟ କରି ଏସିଡ୍‌ ମାଡ କରି ଦୌଡିଥିଲା। ଘଟଣାରେ ଜଣେ ଛାତ୍ରୀଙ୍କ ମୁହଁ ଜଳି ଯାଇଥିବା ବେଳେ ନିକଟରେ ଥିବା ଅନ୍ୟ ଦୁଇ ଜଣ ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି। ସେପଟେ ଅଭିଯୁକ୍ତ ଛାତ୍ର ଅବିନକୁ କାବୁ କରି ପୁଲିସ ଜିମାରେ ଦେଇଛନ୍ତି ସ୍ଥାନୀୟ ଲୋକେ।

ଆହୁରି ପଢ଼ନ୍ତୁ: କୋହ୍ଲାପୁର ଫେରିବ ପ୍ରିୟ ହାତୀ ମାଧୁରୀ ଓରଫ ମହାଦେବୀ; ଭନତାରା କହିଲା 'ସୁସ୍ଥତା ଆମର ପ୍ରଥମ ପ୍ରାଥମିକତା'

ଦକ୍ଷିଣ କନ୍ନଡ ଏସପି.ସିବି ରସ୍ୟନାଥଙ୍କ ସୂଚନା ମୁତାବକ, ଅଭିଯୁକ୍ତ ଅବିନଙ୍କ ଘର କେରଳରେ ହୋଇଥିବା ବେଳେ ସେ ଜଣେ ଏମବିଏ ଛାତ୍ର। ଅବିନ ପୀଡିତଙ୍କୁ ଏକତରଫା ପ୍ରେମ କରୁଥିଲା ଆଉ ବିଫଳ ହେବାପରେ ଏଭଳି କାଣ୍ଡ ଘଟାଇଛି। ତେବେ ଏହି ପୀଡିତାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟ ଦୁଇ ଛାତ୍ରୀ ସାମାନ୍‌ୟ ଆହତ ହୋଇଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଦକ୍ଷିଣ କନ୍ନଡ ଏସପି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ 'ବୈବାହିକ ଦୁଷ୍କର୍ମ'କୁ ନେଇ ଶୁଣାଣି: କାହିଁକି ଏହା ଏକ ଆଇନଗତ ବିବାଦ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର