ବିଶ୍ବବିଜୟିନୀଙ୍କ ପାଇଁ ଟାଟା ମୋଟର୍ସର ବଡ଼ ଉପହାର; ମହିଳା ବିଶ୍ବ ଚାମ୍ପିଅନ ଟିମର ପ୍ରତି ଖେଳାଳିଙ୍କୁ ମିଳିବ ୨୫ ଲକ୍ଷର କାର୍....

Deviprasad Mohanty Picture
Published On

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମକୁ ଟାଟା ମୋଟର୍ସ ଦେବ ଖୁବ୍ ସୁନ୍ଦର ଉପହାର। କ୍ରିକେଟରେ ଐତିହାସିକ ବିଜୟ ପରେ ନୂଆ ଲଞ୍ଚ ହେବାକୁ ଥିବା ଟାଟା ସିଏରା ଉପହାର ରୂପରେ ଦେବ ବୋଲି ଘୋଷଣା କରିଛି କମ୍ପାନି। ଟାଟା ସିଏରା ୨୫ ନଭେମ୍ବର, ୨୦୨୫ରେ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଟାଟା ମୋଟର୍ସ ଘୋଷଣା କରିଛି ଯେ, ଭାରତୀୟ ମହିଳା କ୍ରିକେଟ ଦଳକୁ ଟାଟା ସିଏରାର ପ୍ରଥମ ପିଢ଼ି ଉପହାର ଦିଆଯିବ।
 
ମହିଳା କ୍ରିକେଟ ଖେଳାଳିମାନେ ଭାରତପାଇଁ ଗର୍ବ ଆଣିଛନ୍ତି। ନିଜର ଅଦମ୍ୟ ସାହାସ ବଳରେ ନଭେମ୍ବର ୨ ତାରିଖରେ ଅନୁଷ୍ଠିତ ମହିଳା ବିଶ୍ୱକପ୍ ଫାଇନାଲରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଥିଲା। ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ବିଶ୍ୱକପ୍ ଜିତିଥିଲେ। ଏହି ଉପଲକ୍ଷେ ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟକୁ ପାଳନ କରିବା ପାଇଁ ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଏକ ଅନନ୍ୟ ପଦକ୍ଷେପ ନେଇଛି। କମ୍ପାନି ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଥିବା ନୂତନ ଟାଟା ସିଏରା ଏସୟୁଭି ଉପହାର ଦେବ ବୋଲି ନିଷ୍ପତ୍ତି ନେଇଛି। ଏହା କେବଳ ଏକ ଉପହାର ନୁହେଁ, ବରଂ ସେମାନଙ୍କର ଅଦମ୍ୟ ସାହସ, ସମର୍ପଣ ଏବଂ ଦେଶପ୍ରେମ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର