ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ବଡ ଆଶ୍ୱସ୍ତି, ରାଜଦ୍ରୋହ ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

The Sakala Picture
Published On

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ମିଳିଛି ବଡ ଆଶ୍ୱସ୍ତି । ତାଙ୍କ ବିରୋଧରେ ହିମାଚଳ ପ୍ରଦେଶରେ ହୋଇଥିବା ରାଜଦ୍ରୋହ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ୟୁ. ୟୁ. ଲଳିତ ଓ ଜଷ୍ଟିସ ବିନୀତ ଶରଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ବିନୋଦ ଦୁଆଙ୍କ ବିରୋଧରେ ରାଜଦ୍ରୋହ (ଆଇପିସିର ଧାରା-୧୨୪A) ସମେତ ଅନ୍ୟାନ୍ୟ ଅପରାଧିକ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କ ୟୁଟ୍ୟୁବ୍ କାର୍ଯ୍ୟକ୍ରମକୁ ନେଇ ଶିମଲାର ଏକ ଥାନାରେ ମାମଲା ରୁଜୁ […]

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ମିଳିଛି ବଡ ଆଶ୍ୱସ୍ତି । ତାଙ୍କ ବିରୋଧରେ ହିମାଚଳ ପ୍ରଦେଶରେ ହୋଇଥିବା ରାଜଦ୍ରୋହ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ୟୁ. ୟୁ. ଲଳିତ ଓ ଜଷ୍ଟିସ ବିନୀତ ଶରଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ବିନୋଦ ଦୁଆଙ୍କ ବିରୋଧରେ ରାଜଦ୍ରୋହ (ଆଇପିସିର ଧାରା-୧୨୪A) ସମେତ ଅନ୍ୟାନ୍ୟ ଅପରାଧିକ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କ ୟୁଟ୍ୟୁବ୍ କାର୍ଯ୍ୟକ୍ରମକୁ ନେଇ ଶିମଲାର ଏକ ଥାନାରେ ମାମଲା ରୁଜୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଏହାସହ ସୁପ୍ରିମକୋର୍ଟ କହିଛନ୍ତି ଯେ, ୧୦ ବର୍ଷ ଧରି କାମ କରିଥିବା ସାମ୍ବାଦିକଙ୍କ ବିରୋଧରେ ହୋଇପାରିବନି ରାଜଦ୍ରୋହ ମାମଲା । ଏଭଳି ମାମଲା ରୁଜୁ କରିବା ପାଇଁ ନେବାକୁ ପଡିବ ହାଇକୋର୍ଟ ପ୍ୟାନେଲଙ୍କ ଅନୁମତି । ୧୯୬୨ରେ ଜାରି ହୋଇଥିବା ଆଦେଶ ଏଭଳି କିଛି କହୁଥିବା ଆଜି କହିଛନ୍ତି ସୁପ୍ରିମକୋର୍ଟ। ସାମ୍ବାଦିକ ମାନେ ସଂରକ୍ଷଣ ପାଇବା ପାଇଁ ହକଦାର୍ ବୋଲି କହିଛନ୍ତି କୋର୍ଟ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ସୂଚନା ଅନୁଯାୟୀ, ବିନୋଦ ଦୁଆଙ୍କ ପକ୍ଷରୁ ୟୁଟ୍ୟୁବ୍ ରେ ଏକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ମୌଖିକ ଭାବରେ କରାଯାଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ହିମାଚଳ ପ୍ରଦେଶ ବିଜେପିର ଜଣେ ସ୍ଥାନୀୟ ନେତା ମାମଲା ରୁଜୁ କରିଥିଲେ ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର