ସୋନଭଦ୍ରରେ ଟୋଲ୍ କର୍ମଚାରୀଙ୍କ ଗୁଣ୍ଡାଗର୍ଦ୍ଦି: ମହିଳା ଓକିଲ ଓ ସହଯୋଗୀଙ୍କୁ ନିସ୍ତୁକ ମାଡ଼, ୨ ଗିରଫ

Tapas Ranjan Nanda Picture
Published On

ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଟୋଲ୍ କର୍ମଚାରୀଙ୍କ ଗୁଣ୍ଡାଗର୍ଦ୍ଦି ସାମ୍ନାକୁ ଆସିଛି। ରବିବାର ସନ୍ଧ୍ୟାରେ ଏକ ଟୋଲ୍ ପ୍ଲାଜାରେ କର୍ମଚାରୀମାନେ ଜଣେ ମହିଳା ଓକିଲ ଏବଂ ତାଙ୍କ ତିନିଜଣ ସହଯୋଗୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ମହିଳା ଓକିଲ ଏବଂ ତାଙ୍କ ସାଥୀ ଗୁରୁତର ଆହତ ହୋଇଛନ୍ତି। ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ମିଳିଥିବା ସୂଚନା ଅନୁଯାୟୀ, ରୋବର୍ଟସଗଞ୍ଜର ଓକିଲ ଆରତୀ ପାଣ୍ଡେ ନିଜ ସହଯୋଗୀ ନବୀନ କୁମାର ସିଂ, ଗରିମା ସିଂ ଏବଂ ଅଭନୀଶ ଦୁବେଙ୍କ ସହ କାର୍ ଯୋଗେ ଓବରା ଯାଉଥିଲେ। ଲୋଧି ଟୋଲ୍ ପ୍ଲାଜାରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ ଲାଗିଥିବାରୁ ବିଳମ୍ବ ହୋଇଥିଲା। ଏନେଇ ନବୀନ ସିଂ ଟୋଲ୍ କାଉଣ୍ଟରରେ କାରଣ ପଚାରିବାରୁ କର୍ମଚାରୀମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ୪-୫ ଜଣ ଟୋଲ୍ କର୍ମଚାରୀ ମିଳିତ ଭାବେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଟୋଲ୍ କର୍ମଚାରୀମାନେ ଲାତ ଓ ବିଧା ମାରୁଥିବା ଦେଖିବାକୁ ମିଳିଛି। ମହିଳା ଓକିଲ ଆରତୀ ପାଣ୍ଡେ ନିଜ ସହଯୋଗୀମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ମଧ୍ୟ ଧକ୍କା ଦିଆଯାଇଥିଲା। ଅଭିଯୋଗ ହୋଇଛି ଯେ କର୍ମଚାରୀମାନେ ହାତରେ ପିନ୍ଧିଥିବା ଲୁହା କଡ଼ା ସାହାଯ୍ୟରେ ଆକ୍ରମଣ କରିଥିଲେ, ଯାହାଫଳରେ ନବୀନ ସିଂଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା।

ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଓକିଲ ସଂଘ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବାର୍ ଆସୋସିଏସନ୍ ସଭାପତି ଅଶୋକ କୁମାର ଶ୍ରୀବାସ୍ତବ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଲୋଧି ଟୋଲ୍ ପ୍ଲାଜାକୁ ବେଆଇନ ଦର୍ଶାଇ ଏହାକୁ ତୁରନ୍ତ ହଟାଇବାକୁ ଦାବି କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

02 Feb 2026 By Tapas Ranjan Nanda

ସୋନଭଦ୍ରରେ ଟୋଲ୍ କର୍ମଚାରୀଙ୍କ ଗୁଣ୍ଡାଗର୍ଦ୍ଦି: ମହିଳା ଓକିଲ ଓ ସହଯୋଗୀଙ୍କୁ ନିସ୍ତୁକ ମାଡ଼, ୨ ଗିରଫ

ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଟୋଲ୍ କର୍ମଚାରୀଙ୍କ ଗୁଣ୍ଡାଗର୍ଦ୍ଦି ସାମ୍ନାକୁ ଆସିଛି। ରବିବାର ସନ୍ଧ୍ୟାରେ ଏକ ଟୋଲ୍ ପ୍ଲାଜାରେ କର୍ମଚାରୀମାନେ ଜଣେ ମହିଳା ଓକିଲ ଏବଂ ତାଙ୍କ ତିନିଜଣ ସହଯୋଗୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ମହିଳା ଓକିଲ ଏବଂ ତାଙ୍କ ସାଥୀ ଗୁରୁତର ଆହତ ହୋଇଛନ୍ତି। ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ରୋବର୍ଟସଗଞ୍ଜର ଓକିଲ ଆରତୀ ପାଣ୍ଡେ ନିଜ ସହଯୋଗୀ ନବୀନ କୁମାର ସିଂ, ଗରିମା ସିଂ ଏବଂ ଅଭନୀଶ ଦୁବେଙ୍କ ସହ କାର୍ ଯୋଗେ ଓବରା ଯାଉଥିଲେ। ଲୋଧି ଟୋଲ୍ ପ୍ଲାଜାରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ ଲାଗିଥିବାରୁ ବିଳମ୍ବ ହୋଇଥିଲା। ଏନେଇ ନବୀନ ସିଂ ଟୋଲ୍ କାଉଣ୍ଟରରେ କାରଣ ପଚାରିବାରୁ କର୍ମଚାରୀମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ୪-୫ ଜଣ ଟୋଲ୍ କର୍ମଚାରୀ ମିଳିତ ଭାବେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।

ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଟୋଲ୍ କର୍ମଚାରୀମାନେ ଲାତ ଓ ବିଧା ମାରୁଥିବା ଦେଖିବାକୁ ମିଳିଛି। ମହିଳା ଓକିଲ ଆରତୀ ପାଣ୍ଡେ ନିଜ ସହଯୋଗୀମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ମଧ୍ୟ ଧକ୍କା ଦିଆଯାଇଥିଲା। ଅଭିଯୋଗ ହୋଇଛି ଯେ କର୍ମଚାରୀମାନେ ହାତରେ ପିନ୍ଧିଥିବା ଲୁହା କଡ଼ା ସାହାଯ୍ୟରେ ଆକ୍ରମଣ କରିଥିଲେ, ଯାହାଫଳରେ ନବୀନ ସିଂଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା।

ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଓକିଲ ସଂଘ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବାର୍ ଆସୋସିଏସନ୍ ସଭାପତି ଅଶୋକ କୁମାର ଶ୍ରୀବାସ୍ତବ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଲୋଧି ଟୋଲ୍ ପ୍ଲାଜାକୁ ବେଆଇନ ଦର୍ଶାଇ ଏହାକୁ ତୁରନ୍ତ ହଟାଇବାକୁ ଦାବି କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର