ସିଦ୍ଧିବିନାୟକ ମନ୍ଦିରର ରେକର୍ଡ ଦାନ ସଂଗ୍ରହ, ବାର୍ଷିକ ଆୟ ୧୩୩ କୋଟି

The Sakala Picture
Published On

ମୁମ୍ବାଇ: ମୁମ୍ୱାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିରର ଆୟ ପୁଣି ଥରେ ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ ବହୁବାର ମନ୍ଦିରର ଆୟ ରେକର୍ଡ କରିଥିଲା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ମଧ୍ୟ ଏହି ମନ୍ଦିରର ଆୟ ସବୁ ରେକର୍ଡକୁ ପଛରେ ପକାଇଛି। ଏହି ବର୍ଷରେ ମନ୍ଦିରର ମୋଟ ଆୟ ୧୩୩ କୋଟି ଟଙ୍କାରେ ପହଞ୍ଚିଛି ବୋଲି ମନ୍ଦିର ଟ୍ରଷ୍ଟି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ କଥିତ ଆର୍ଥିକ ବର୍ଷରେ ୧୬ ପ୍ରତିଶତ ଅଧିକ […]

ମୁମ୍ବାଇ: ମୁମ୍ୱାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିରର ଆୟ ପୁଣି ଥରେ ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ ବହୁବାର ମନ୍ଦିରର ଆୟ ରେକର୍ଡ କରିଥିଲା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ମଧ୍ୟ ଏହି ମନ୍ଦିରର ଆୟ ସବୁ ରେକର୍ଡକୁ ପଛରେ ପକାଇଛି। ଏହି ବର୍ଷରେ ମନ୍ଦିରର ମୋଟ ଆୟ ୧୩୩ କୋଟି ଟଙ୍କାରେ ପହଞ୍ଚିଛି ବୋଲି ମନ୍ଦିର ଟ୍ରଷ୍ଟି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ କଥିତ ଆର୍ଥିକ ବର୍ଷରେ ୧୬ ପ୍ରତିଶତ ଅଧିକ ଆୟ କରାଯାଇଛି।ମନ୍ଦିରର ଆୟରେ ସବୁଠୁ ବଡ଼ ଯୋଗଦାନ ଶ୍ରଦ୍ଧାଳୁଙ୍କ ରହିଛି। ଏହା ବ୍ୟତୀତ ପୂଜା ଓ ଅନ୍ୟ ଧାର୍ମିକ ଅନୁଷ୍ଠାନରୁ ୨୦ କୋଟି ଟଙ୍କା ଆୟ ହୋଇଥିବା କୁହାଯାଇଛି। ଏହି ମନ୍ଦିରକୁ ବିଭିନ୍ନ ଉତ୍ସରୁ ଦାନ ମିଳୁଥିଲା ବେଳେ ଦାନ ପାତ୍ର, ଅନଲାଇନ୍ ପୈଠ, ଧାର୍ମିକ ଅନୁଷ୍ଠାନ, ପ୍ରସାଦ ବିକ୍ରି ଓ ସୁନା-ରୁପା ନିଲାମୀ ଆଦିରୁ ମଧ୍ୟ ଯଥେଷ୍ଟ ଆୟ ହୋଇଥାଏ। ଗତ ବର୍ଷ ତୁଳନାରେ ଲଡ଼ୁ ପ୍ରସାଦ ଏବଂ ନଡିଆ ବିକ୍ରିରେ ୩୨ ପ୍ରତିଶତ ବୃଦ୍ଧି ହୋଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଦୈନିକ ପ୍ରାୟ ୧୦ ହଜାର ଲଡୁ ଭକ୍ତଙ୍କୁ ବିତରଣ କରିଛି। ଟ୍ରଷ୍ଟ ସୂଚନା ଅନୁସାରେ, ଚଳିତ ବର୍ଷ ଗୁଡ଼ି ପର୍ବ( ମରାଠା ନୂଆ ବର୍ଷ) ଅବସରରେ ସୁନା-ରୁପା ନିଲାମୀରୁ ରେକର୍ଡ ୧.୩୦ କୋଟି ଟଙ୍କା ଆୟ ହୋଇଛି। ଗତ ବର୍ଷ ଏହି ପରିମାଣ ୭୫ ଲକ୍ଷ ଟଙ୍କା ରହିଥିଲା। ଏହିକ୍ରମରେ ଚଳିତ ଆର୍ଥିକ ବର୍ଷ (୨୦୨୫-୨୬)ରେ ମନ୍ଦିରର ମୋଟ ଆୟ ୧୫୪ କୋଟି ଟଙ୍କା ହୋଇପାରେ ବୋଲି ସିଦ୍ଧିବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବୀଣା ପାଟିଲ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମନ୍ଦିର ଟ୍ରଷ୍ଟ ଆୟର ୨୦ ପ୍ରତିଶତ ସାମାଜିକ କଲ୍ୟାଣ କାର୍ଯ୍ୟରେ ଖର୍ଚ୍ଚ କରଇଥାଆନ୍ତି। ଏହି ଅର୍ଥରେ ବହୁ ହସ୍ପିଟାଲ ଏବଂ ରୋଗୀ ସେବା ଲାଗି ଭିନ୍ନ ଭିନ୍ନ ଏଜେନ୍ସି କାର୍ଯ୍ୟ କରୁଛି। ଏହା ବ୍ୟତୀତ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କୁ ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା: ବ୍ରିଜ୍ ଉପରୁ ୧୦୦ ମିଟର ତଳକୁ ଖସିଲା ବସ୍, ୮ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର