ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଇଡି ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନେଇ ଆପ୍-ବିଜେପି ମୁହାଁମୁହିଁ, କେଜ୍ରିୱାଲକୁ ଏମିତି ଜବାବ ଦେଲେ ସ୍ମୃତି ଇରାନୀ

The Sakala Picture
Published On

ନୂଆଦିଲ୍ଲୀ : ମନ ଲଣ୍ଡରିଂ ମାମଲାରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଗତ ମେ ୩୦ ତାରିଖରେ ଗିରଫ କରିଛି । ସେ ଗିରଫ ହେବା ପରେ ଏବେ ମୁହାଁମୁହିଁ ହୋଇଛନ୍ତି ଆପ୍-ବିଜେପି। ବିଜେପି ଜୈନଙ୍କୁ ନକଲି କମ୍ପାନିର ମାଲିକ ବୋଲି କହୁଥିବା ବେଳେ ସତ୍ୟେନ୍ଦ୍ର ଜୈନ୍ ଜଣେ ଦେଶଭକ୍ତ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହା ସହ ସତ୍ୟେନ୍ଦ୍ର ଜୈନଙ୍କ ଭଳି ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ଦିଆଯିବା ଦରକାର ବୋଲି ଅରବିନ୍ଦ କେଜ୍ରିୱାଲ […]

ନୂଆଦିଲ୍ଲୀ : ମନ ଲଣ୍ଡରିଂ ମାମଲାରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଗତ ମେ ୩୦ ତାରିଖରେ ଗିରଫ କରିଛି । ସେ ଗିରଫ ହେବା ପରେ ଏବେ ମୁହାଁମୁହିଁ ହୋଇଛନ୍ତି ଆପ୍-ବିଜେପି। ବିଜେପି ଜୈନଙ୍କୁ ନକଲି କମ୍ପାନିର ମାଲିକ ବୋଲି କହୁଥିବା ବେଳେ ସତ୍ୟେନ୍ଦ୍ର ଜୈନ୍ ଜଣେ ଦେଶଭକ୍ତ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହା ସହ ସତ୍ୟେନ୍ଦ୍ର ଜୈନଙ୍କ ଭଳି ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ଦିଆଯିବା ଦରକାର ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ହରିୟାଣାରେ ନିଆରା ବିବାହ: ବେଦିରେ ବସିବା ପୂର୍ବରୁ ବର-କନ୍ୟା କଲେ ଏଚଆଇଭି (HIV) ଟେଷ୍ଟ, ବିନା ଯୌତୁକରେ ହେଲା ବାହାଘର

ଦିଲ୍ଲୀ ଆମ ଆଦମୀ ପାର୍ଟି (ଆପ୍‌) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର କହିଛନ୍ତି ଯେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଜୈନ ଦେଇଥିବା ମହଲା କ୍ଲିନିକ ଏପରି ଏକ ମଡେଲ ଯାହା ଜାତୀୟ ରାଜଧାନୀରେ ଅସଂଖ୍ୟ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି। ଏହି ମଡେଲ ଦେଖିବା ଲାଗି ଏବେ ଖାଲି ଦେଶ ନୁହେଁ ବିଦେଶରୁ ଭାରତକୁ ବିଶେଷଜ୍ଞଙ୍କ ସୁଅ ଛୁଟିଛି।ଏଥିପାଇଁ ସାରା ଦେଶ ତାଙ୍କୁ ନେଇ ଗର୍ବିତ ହେବା ଦରକାର। ଏନେଇ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବା ଉଚିତ୍। ତାଙ୍କ ଉପରେ ଲାଗିଥିବା ଆରୋପର ଯାଞ୍ଚ ହେଉ। ସିବିଆଇକୁୁ କିଛି ମିଳିନଥିଲା କି ଇଡିକୁ ବି କିଛି ମିଳିବ ନାହିଁ।

ଆହୁରି ପଢ଼ନ୍ତୁ: ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟା ମାମଲା: ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ବଲିଆର ରାଜ ସିଂହ, ମୁକୁଳିବା ପରେ ସିବିଆଇକୁ ଜଣାଇଲେ ଧନ୍ୟବାଦ

ସେ ଆହୁରି ମଧ୍ୟ କହିଛନ୍ତି ଯେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଆଗତ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଏହି ପୁରା ପ୍ରକରଣର କାଗଜପତ୍ର ସେ ଦେଖିଛନ୍ତି। ଏଣୁ ଏହା ଏକ ମିଥ୍ୟା ମାମଲା। ଆମ ଆଦମୀ ପାର୍ଟି ସମ୍ପୂର୍ଣ୍ଣ ସତ୍ୟନିଷ୍ଠ ଓ ଦେଶଭକ୍ତଙ୍କ ପାର୍ଟି। ଆମେ ଭ୍ରଷ୍ଟାଚାରକୁ ଦେଶ ସହ ଶତ୍ରୁତା ବୋଲି ଭାବୁ। ଆମେ ମୁଣ୍ଡ କଟାଇ ଦେଇପାରୁ ହେଲେ ଦେଶ ସହ କେବେ ଧୋକା କରିପାରିବୁନି ବୋଲି କହିଛନ୍ତି କେଜରିୱାଲ।

ଆହୁରି ପଢ଼ନ୍ତୁ: ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ସ୍ୱାମୀ ସମର୍ଥ ସିଂହ ଗିରଫ, ସିବିଆଇ ତଦନ୍ତ ପାଇଁ ସୁପାରିସ

ଅନ୍ୟପଟେ ସତ୍ୟେନ୍ଦ୍ର ଜୈନଙ୍କୁ କେଜ୍ରିଓ୍ବାଲଙ୍କ ଏପରି କ୍ଲିନଚିଟ ପରେ ଏହାକୁ କଡା ସମାଲୋଚନା କରିଛି ବିଜେପି । ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରେସମିଟ କରି ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି ।ମାମଲା ବିଚାରାଧୀନ ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ତଦନ୍ତ ମଧ୍ୟ ଜାରି ରଖିଛି । କିନ୍ତୁ କେଜ୍ରିଓ୍ବାଲ ବିଚାରପତି ଭୂମିକାରେ ଥିବା ପରି ମନ୍ତବ୍ୟ ଦେଉଛନ୍ତି । ୨୦୧୦ରୁ ୨୦୧୫ ମସିହା ମଧ୍ୟରେ କୋଲକାତାରୁ ଅପରେଟ ହେଉଥିବା ଏକ ହାଓ୍ବାଲା କମ୍ପାନୀ ଜରିଆରେ ଜୈନ ଆର୍ଥିକ କାରବାର କରିଥିବା କେଜ୍ରିଓ୍ବାଲ ଅସ୍ବୀକାର କରିପାରିବେ କି ବୋଲି ଇରାନୀ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଅର୍ଥ ହେରଫେର ମାମଲାରେ ମେ’ ୩୦ରେ ଗିରଫ ହେ‌ାଇଥିଲେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ।ଆମ୍ ଆଦମୀ ପାର୍ଟି (ଆପ୍) ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଇଡି କରିଥିବା ଅନୁସନ୍ଧାନରୁ ଜଣାପଡିଥିଲା ଯେ ୨୦୧୫-୧୬ ମସିହାରେ ଯେତେବେଳେ ଜୈନ ଜଣେ ସରକାରୀ କର୍ମଚାରୀ ଥିଲେ, ସେତେବେଳେ ତାଙ୍କ ମାଲିକାନାରେ ଥିବା ତଥା ତାଙ୍କ ଦ୍ବାରା ନିୟନ୍ତ୍ରିତ କମ୍ପାନି ହାୱାଲା ନେଟୱାର୍କ ମାଧ୍ୟମରେ ସେଇ କମ୍ପାନିରୁ ୪.୮୧ କୋଟି ଟଙ୍କା ନେଇଥିଲା। ୨୦୧୭ରେ ଆୟରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସିବିଆଇ ଏତଲା ରୁଜୁ କରିଥିଲା। ଏବେ ଏହାର ତଦନ୍ତ କରି ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି।

01 Jun 2022 By The Sakala

ଇଡି ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନେଇ ଆପ୍-ବିଜେପି ମୁହାଁମୁହିଁ, କେଜ୍ରିୱାଲକୁ ଏମିତି ଜବାବ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ : ମନ ଲଣ୍ଡରିଂ ମାମଲାରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଗତ ମେ ୩୦ ତାରିଖରେ ଗିରଫ କରିଛି । ସେ ଗିରଫ ହେବା ପରେ ଏବେ ମୁହାଁମୁହିଁ ହୋଇଛନ୍ତି ଆପ୍-ବିଜେପି। ବିଜେପି ଜୈନଙ୍କୁ ନକଲି କମ୍ପାନିର ମାଲିକ ବୋଲି କହୁଥିବା ବେଳେ ସତ୍ୟେନ୍ଦ୍ର ଜୈନ୍ ଜଣେ ଦେଶଭକ୍ତ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହା ସହ ସତ୍ୟେନ୍ଦ୍ର ଜୈନଙ୍କ ଭଳି ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ଦିଆଯିବା ଦରକାର ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

ଦିଲ୍ଲୀ ଆମ ଆଦମୀ ପାର୍ଟି (ଆପ୍‌) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର କହିଛନ୍ତି ଯେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଜୈନ ଦେଇଥିବା ମହଲା କ୍ଲିନିକ ଏପରି ଏକ ମଡେଲ ଯାହା ଜାତୀୟ ରାଜଧାନୀରେ ଅସଂଖ୍ୟ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି। ଏହି ମଡେଲ ଦେଖିବା ଲାଗି ଏବେ ଖାଲି ଦେଶ ନୁହେଁ ବିଦେଶରୁ ଭାରତକୁ ବିଶେଷଜ୍ଞଙ୍କ ସୁଅ ଛୁଟିଛି।ଏଥିପାଇଁ ସାରା ଦେଶ ତାଙ୍କୁ ନେଇ ଗର୍ବିତ ହେବା ଦରକାର। ଏନେଇ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବା ଉଚିତ୍। ତାଙ୍କ ଉପରେ ଲାଗିଥିବା ଆରୋପର ଯାଞ୍ଚ ହେଉ। ସିବିଆଇକୁୁ କିଛି ମିଳିନଥିଲା କି ଇଡିକୁ ବି କିଛି ମିଳିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଆଗତ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଏହି ପୁରା ପ୍ରକରଣର କାଗଜପତ୍ର ସେ ଦେଖିଛନ୍ତି। ଏଣୁ ଏହା ଏକ ମିଥ୍ୟା ମାମଲା। ଆମ ଆଦମୀ ପାର୍ଟି ସମ୍ପୂର୍ଣ୍ଣ ସତ୍ୟନିଷ୍ଠ ଓ ଦେଶଭକ୍ତଙ୍କ ପାର୍ଟି। ଆମେ ଭ୍ରଷ୍ଟାଚାରକୁ ଦେଶ ସହ ଶତ୍ରୁତା ବୋଲି ଭାବୁ। ଆମେ ମୁଣ୍ଡ କଟାଇ ଦେଇପାରୁ ହେଲେ ଦେଶ ସହ କେବେ ଧୋକା କରିପାରିବୁନି ବୋଲି କହିଛନ୍ତି କେଜରିୱାଲ।

ଅନ୍ୟପଟେ ସତ୍ୟେନ୍ଦ୍ର ଜୈନଙ୍କୁ କେଜ୍ରିଓ୍ବାଲଙ୍କ ଏପରି କ୍ଲିନଚିଟ ପରେ ଏହାକୁ କଡା ସମାଲୋଚନା କରିଛି ବିଜେପି । ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରେସମିଟ କରି ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି ।ମାମଲା ବିଚାରାଧୀନ ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ତଦନ୍ତ ମଧ୍ୟ ଜାରି ରଖିଛି । କିନ୍ତୁ କେଜ୍ରିଓ୍ବାଲ ବିଚାରପତି ଭୂମିକାରେ ଥିବା ପରି ମନ୍ତବ୍ୟ ଦେଉଛନ୍ତି । ୨୦୧୦ରୁ ୨୦୧୫ ମସିହା ମଧ୍ୟରେ କୋଲକାତାରୁ ଅପରେଟ ହେଉଥିବା ଏକ ହାଓ୍ବାଲା କମ୍ପାନୀ ଜରିଆରେ ଜୈନ ଆର୍ଥିକ କାରବାର କରିଥିବା କେଜ୍ରିଓ୍ବାଲ ଅସ୍ବୀକାର କରିପାରିବେ କି ବୋଲି ଇରାନୀ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଅର୍ଥ ହେରଫେର ମାମଲାରେ ମେ’ ୩୦ରେ ଗିରଫ ହେ‌ାଇଥିଲେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ।ଆମ୍ ଆଦମୀ ପାର୍ଟି (ଆପ୍) ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଇଡି କରିଥିବା ଅନୁସନ୍ଧାନରୁ ଜଣାପଡିଥିଲା ଯେ ୨୦୧୫-୧୬ ମସିହାରେ ଯେତେବେଳେ ଜୈନ ଜଣେ ସରକାରୀ କର୍ମଚାରୀ ଥିଲେ, ସେତେବେଳେ ତାଙ୍କ ମାଲିକାନାରେ ଥିବା ତଥା ତାଙ୍କ ଦ୍ବାରା ନିୟନ୍ତ୍ରିତ କମ୍ପାନି ହାୱାଲା ନେଟୱାର୍କ ମାଧ୍ୟମରେ ସେଇ କମ୍ପାନିରୁ ୪.୮୧ କୋଟି ଟଙ୍କା ନେଇଥିଲା। ୨୦୧୭ରେ ଆୟରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସିବିଆଇ ଏତଲା ରୁଜୁ କରିଥିଲା। ଏବେ ଏହାର ତଦନ୍ତ କରି ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର