ସେନାରେ ମ୍ୟାଟରନିଟି ଲିଭ୍‌କୁ ନେଇ ହେବନି ଭେଦଭାବ, ସମସ୍ତଙ୍କୁ ମିଳିବ ସମାନ ଛୁଟି

The Sakala Picture
Published On

ନୂଆଦିଲ୍ଲୀ: ଏଣିକି ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ସୈନିକମାନେ ମଧ୍ୟ ମାତୃତ୍ୱ, ଶିଶୁ ଯତ୍ନ ଏବଂ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଛୁଟି ପାଇପାରିବେ। ଏଥିସହିତ ଅନ୍ୟାନ୍ୟ ସୁବିଧା ଭଳି ସମାନ ସୁବିଧା ମଧ୍ୟ ପାଇବେ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରସ୍ତାବର ଅନୁମୋଦନ ପରେ ମହିଳା ସୈନିକ, ମହିଳା ନାବିକ ଏବଂ ମହିଳା ବିମାନ କର୍ମଚାରୀମାନେ ମାତୃତ୍ୱ, ଶିଶୁ ଯତ୍ନ ଏବଂ […]

ନୂଆଦିଲ୍ଲୀ: ଏଣିକି ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ସୈନିକମାନେ ମଧ୍ୟ ମାତୃତ୍ୱ, ଶିଶୁ ଯତ୍ନ ଏବଂ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଛୁଟି ପାଇପାରିବେ। ଏଥିସହିତ ଅନ୍ୟାନ୍ୟ ସୁବିଧା ଭଳି ସମାନ ସୁବିଧା ମଧ୍ୟ ପାଇବେ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରସ୍ତାବର ଅନୁମୋଦନ ପରେ ମହିଳା ସୈନିକ, ମହିଳା ନାବିକ ଏବଂ ମହିଳା ବିମାନ କର୍ମଚାରୀମାନେ ମାତୃତ୍ୱ, ଶିଶୁ ଯତ୍ନ ଏବଂ ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସେମାନଙ୍କ ଅଧିକାରୀମାନଙ୍କ ପରି ଛୁଟି ଏବଂ ଅନ୍ୟାନ୍ୟ ସୁବିଧା ପାଇବେ।

ଆହୁରି ପଢ଼ନ୍ତୁ: ଫୁକେଟ୍-ଦିଲ୍ଲୀ ଫ୍ଲାଇଟ୍ ଅଘଟଣ ପରେ ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ସମସ୍ତ ପାଇଲଟଙ୍କ ହେବ ଡୋପ୍‌ ଟେଷ୍ଟ

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କୁହାଯାଇଛି ଏହି ପଦକ୍ଷେପ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ହୋଇଛି। ଏହି ନିୟମ ସେନାର ସମସ୍ତ ମହିଳାଙ୍କ ପାଇଁ ସମାନ ରୂପେ କାର୍ଯ୍ୟକରିବ। ଯାହାଦ୍ୱରା ମହିଳାମାନଙ୍କୁ ପରିବାର ଏବଂ ସାମାଜିକ ସମସ୍ୟାର ମୁକାବିଲା କରିବାରେ ବହୁତ ସାହାଯ୍ୟ କରିବ। ଏହା ବ୍ୟତୀତ ମହିଳା ସୈନିକଙ୍କ କାର୍ଯ୍ୟ ସ୍ଥିତିକୁ ମଧ୍ୟ ସୁଦୃଢ କରିବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ସନ୍ତୁଳିତ କରିବାରେ ସକ୍ଷମ ହେବେ। ଏହି ସୁବିଧା ସୁରକ୍ଷା ବାହିନୀରେ ଅଧିକାରୀ ହୁଅନ୍ତୁ କିମ୍ବା ଅନ୍ୟ କୌଣସି ପଦବୀର ମହିଳାଙ୍କୁ ଯୋଗାଇ ଦେବାକୁ କୁହାଯାଇଛି। ଏହି ନିଷ୍ପତ୍ତି ସେନାରେ ମହିଳାମାନଙ୍କର କାର୍ଯ୍ୟ ସ୍ଥିତିକୁ ସୁଦୃଢ଼ କରିବ ଏବଂ ସେମାନଙ୍କୁ ସାମାଜିକ ଏବଂ ବୃତ୍ତିଗତ ଜୀବନକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିବ । ଏଥିସହିତ ଅଗ୍ନିବୀର ମହିଳାମାନେ ମଧ୍ୟ ସମାନ ସୁବିଧା ପାଇବେ।

ଆହୁରି ପଢ଼ନ୍ତୁ: ବିହାରରେ ଶିକ୍ଷକ ନିଯୁକ୍ତିକୁ ନେଇ ହଙ୍ଗାମା: ସରକାରଙ୍କୁ ୫ ଦିନର ଅଲ୍ଟିମେଟମ୍, ୧୮ରୁ ଆମରଣ ଅନଶନ ଚେତାବନୀ

ଏହା ମଧ୍ୟ କୁହାଯାଇଛି ଯେ ମହିଳା ଅଧିକାରୀମାନେ ପ୍ରତ୍ୟେକ ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ଦରମା ସହିତ ୧୮୦ ଦିନ ମାତୃତ୍ୱ ଛୁଟି ନେଉଛନ୍ତି। ଏହି ସୁବିଧା ସର୍ବାଧିକ ଦୁଇ ପିଲାଙ୍କ ପାଇଁ ପ୍ରଯୁଜ୍ୟ ରହିଛି। ଅଧିକାରୀଙ୍କ କହିବାନୁସାରେ, ମହିଳା ସୈନିକଙ୍କ ସମୁଦାୟ ସେବା କ୍ୟାରିୟରରେ ୩୬୦ ଦିନର ମାତୃତ୍ୱ ଛୁଟି ଦିଆଯାଏ। ଦେଶର ୩ବାହିନୀରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରି ଭାରତୀୟ ସେନା ଏକ ବ୍ୟାପକ ପରିବର୍ତ୍ତନ ଆଣିପାରିଛି । ୨୦୧୯ ମସିହାଠାରୁ ଭାରତୀୟ ସେନାରେ ମହିଳା ସୈନିକ, ନାବିକ ଏବଂ ସଶସ୍ତ୍ରବାହିନୀରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ।

ଆହୁରି ପଢ଼ନ୍ତୁ: ମଡେଲ ତ୍ୱିଶା ଶର୍ମା ମୃତ୍ୟୁ ମାମଲା: ସ୍ୱାମୀ ଓ ଶାଶୁଙ୍କ ବିରୋଧରେ ୬୩୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ସିବିଆଇ

05 Nov 2023 By The Sakala

ସେନାରେ ମ୍ୟାଟରନିଟି ଲିଭ୍‌କୁ ନେଇ ହେବନି ଭେଦଭାବ, ସମସ୍ତଙ୍କୁ ମିଳିବ ସମାନ ଛୁଟି

ନୂଆଦିଲ୍ଲୀ: ଏଣିକି ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ସୈନିକମାନେ ମଧ୍ୟ ମାତୃତ୍ୱ, ଶିଶୁ ଯତ୍ନ ଏବଂ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଛୁଟି ପାଇପାରିବେ। ଏଥିସହିତ ଅନ୍ୟାନ୍ୟ ସୁବିଧା ଭଳି ସମାନ ସୁବିଧା ମଧ୍ୟ ପାଇବେ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରସ୍ତାବର ଅନୁମୋଦନ ପରେ ମହିଳା ସୈନିକ, ମହିଳା ନାବିକ ଏବଂ ମହିଳା ବିମାନ କର୍ମଚାରୀମାନେ ମାତୃତ୍ୱ, ଶିଶୁ ଯତ୍ନ ଏବଂ ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସେମାନଙ୍କ ଅଧିକାରୀମାନଙ୍କ ପରି ଛୁଟି ଏବଂ ଅନ୍ୟାନ୍ୟ ସୁବିଧା ପାଇବେ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କୁହାଯାଇଛି ଏହି ପଦକ୍ଷେପ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ହୋଇଛି। ଏହି ନିୟମ ସେନାର ସମସ୍ତ ମହିଳାଙ୍କ ପାଇଁ ସମାନ ରୂପେ କାର୍ଯ୍ୟକରିବ। ଯାହାଦ୍ୱରା ମହିଳାମାନଙ୍କୁ ପରିବାର ଏବଂ ସାମାଜିକ ସମସ୍ୟାର ମୁକାବିଲା କରିବାରେ ବହୁତ ସାହାଯ୍ୟ କରିବ। ଏହା ବ୍ୟତୀତ ମହିଳା ସୈନିକଙ୍କ କାର୍ଯ୍ୟ ସ୍ଥିତିକୁ ମଧ୍ୟ ସୁଦୃଢ କରିବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ସନ୍ତୁଳିତ କରିବାରେ ସକ୍ଷମ ହେବେ। ଏହି ସୁବିଧା ସୁରକ୍ଷା ବାହିନୀରେ ଅଧିକାରୀ ହୁଅନ୍ତୁ କିମ୍ବା ଅନ୍ୟ କୌଣସି ପଦବୀର ମହିଳାଙ୍କୁ ଯୋଗାଇ ଦେବାକୁ କୁହାଯାଇଛି। ଏହି ନିଷ୍ପତ୍ତି ସେନାରେ ମହିଳାମାନଙ୍କର କାର୍ଯ୍ୟ ସ୍ଥିତିକୁ ସୁଦୃଢ଼ କରିବ ଏବଂ ସେମାନଙ୍କୁ ସାମାଜିକ ଏବଂ ବୃତ୍ତିଗତ ଜୀବନକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିବ । ଏଥିସହିତ ଅଗ୍ନିବୀର ମହିଳାମାନେ ମଧ୍ୟ ସମାନ ସୁବିଧା ପାଇବେ।

ଏହା ମଧ୍ୟ କୁହାଯାଇଛି ଯେ ମହିଳା ଅଧିକାରୀମାନେ ପ୍ରତ୍ୟେକ ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ଦରମା ସହିତ ୧୮୦ ଦିନ ମାତୃତ୍ୱ ଛୁଟି ନେଉଛନ୍ତି। ଏହି ସୁବିଧା ସର୍ବାଧିକ ଦୁଇ ପିଲାଙ୍କ ପାଇଁ ପ୍ରଯୁଜ୍ୟ ରହିଛି। ଅଧିକାରୀଙ୍କ କହିବାନୁସାରେ, ମହିଳା ସୈନିକଙ୍କ ସମୁଦାୟ ସେବା କ୍ୟାରିୟରରେ ୩୬୦ ଦିନର ମାତୃତ୍ୱ ଛୁଟି ଦିଆଯାଏ। ଦେଶର ୩ବାହିନୀରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରି ଭାରତୀୟ ସେନା ଏକ ବ୍ୟାପକ ପରିବର୍ତ୍ତନ ଆଣିପାରିଛି । ୨୦୧୯ ମସିହାଠାରୁ ଭାରତୀୟ ସେନାରେ ମହିଳା ସୈନିକ, ନାବିକ ଏବଂ ସଶସ୍ତ୍ରବାହିନୀରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର