ଅଗ୍ନିପଥ ଯୋଜନାକୁ ବିରୋଧ ମଧ୍ୟରେ ସେନାର ବଡ ଘୋଷଣା : ଖୁବ୍‌ ଶିଘ୍ର ୩ ସେନା ଆରମ୍ଭ କରିବେ ଅଗ୍ନିବୀରଙ୍କୁ ବାଛିବା ପ୍ରକ୍ରିୟା

The Sakala Picture
Published On

ନୂଆଦିଲ୍ଲୀ : ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଚାଲିଛି। କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଚାଲିଥିବା ହିଂସା, ପ୍ରତିବାଦ ଓ ଆକ୍ରୋଶର ନିଆଁ ଦେଖାଦେଇଛି। କେଉଁଠି ଟ୍ରେନକୁ ଜାଳି ଦେଉଛନ୍ତି ତ କେଉଁଠି ଷ୍ଟେସନ ଭିତରେ ଭଙ୍ଗାରୁଜା କରୁଛନ୍ତି । ଆଖି ପିଛୁଳାକେ ନଷ୍ଟ ହେଉଛି ଜାତୀୟ ସମ୍ପତି । ୧୦ରୁ ଅଧିକ ରାଜ୍ୟରେ ବ୍ୟାପୁଥିବା ଏହି ହିଂସା ଅଧିକ ଉଗ୍ର ହେବାରେ ଲାଗିଛି । ଉତରପ୍ରଦେଶ, ହରିୟାଣା, […]

ନୂଆଦିଲ୍ଲୀ : ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଚାଲିଛି। କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଚାଲିଥିବା ହିଂସା, ପ୍ରତିବାଦ ଓ ଆକ୍ରୋଶର ନିଆଁ ଦେଖାଦେଇଛି। କେଉଁଠି ଟ୍ରେନକୁ ଜାଳି ଦେଉଛନ୍ତି ତ କେଉଁଠି ଷ୍ଟେସନ ଭିତରେ ଭଙ୍ଗାରୁଜା କରୁଛନ୍ତି । ଆଖି ପିଛୁଳାକେ ନଷ୍ଟ ହେଉଛି ଜାତୀୟ ସମ୍ପତି । ୧୦ରୁ ଅଧିକ ରାଜ୍ୟରେ ବ୍ୟାପୁଥିବା ଏହି ହିଂସା ଅଧିକ ଉଗ୍ର ହେବାରେ ଲାଗିଛି । ଉତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀକୁ ଆନ୍ଦୋଳନ ବ୍ୟାପିଛି । ବିହାରରେ ଉତ୍ୟକ୍ତ ପ୍ରତିବାଦକାରୀ ବିଭିନ୍ନ ରେଳ ଷ୍ଟେସନରେ ଟ୍ରେନ୍ ଜାଳି ଦେବା ସହ ଏକ୍ସପ୍ରେସରେ ଝରକା କାଚକୁ ପିଟି ଭାଙ୍ଗି ପକାଇଛନ୍ତି ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ସାରା ଦେଶରେ ‘ଅଗ୍ନିପଥ’ ଯୋଜନା ବିରୋଧରେ ଦେଶର ବହୁ ଅଞ୍ଚଳରେ ନିଆଁ ଜଳୁଥିବା ବେଳେ ଏହି ଯୋଜନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇସାରିଛନ୍ତି ୩ ସେନା। ସରକାର ଅଗ୍ନିପଥ ସ୍କିମରେ ପୂର୍ବରୁ ଥିବା ବୟସ ସୀମାକୁ ବଢ଼ାଇ ୨୩ବର୍ଷ କରିଛନ୍ତି। ପୂର୍ବରୁ ବୟସ ସୀମା କେବଳ ୧୭-୨୧ବର୍ଷ ଥିଲା। ତେବେ ବୟସ ସୀମା ବଢ଼ାଇବା ସହ ଆସନ୍ତା ଦୁଇ ଦିନ ମଧ୍ୟରେ ଏଥିପାଇଁ ଏକ ବିଜ୍ଞପ୍ତି ଜାରି ହେବ ବୋଲି କହିଥିଲେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ। ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର କହିଛନ୍ତି, ୨୦୨୨ରେ ଭର୍ତ୍ତି ପାଇଁ ବୟସକୁ ବଢାଇ ୨୩ ବର୍ଷ କରିବା ନେଇ ସରକାରଙ୍କ ନିଷ୍ପତ୍ତି ସହ ଅବଗତ ହୋଇଛି । ଏହି ନିଷ୍ପତ୍ତି ଆମ ଉର୍ଜାବାନ ଏବଂ ଦେଶଭକ୍ତ ଯୁବକଙ୍କୁ ସୁଯୋଗ ପ୍ରଦାନ କରିବ । ଯେଉଁମାନେ କରୋନା ମହାମାରୀ ସତ୍ତ୍ୱେ ରାଲିରେ ସାମିଲ ହେବା ପାଇଁ ପ୍ରସ୍ତୁତି କରୁଥିଲେ, କିନ୍ତୁ ଦୁଇ ବର୍ଷର କରୋନା କଟକଣା ଯୋଗୁଁ ପୂରଣ ହୋଇପାରି ନଥିଲା।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ସ୍ଥଳସେନା ମୁଖ୍ୟ ଜନେରାଲ ପାଣ୍ଡ କହିଛନ୍ତି, ଖୁବଶୀଘ୍ର ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୨ ଦିନ ଭିତରେ https://joinindianarmy.nic.in/ ରେ ବିଜ୍ଞପ୍ତି ପ୍ରକାଶ କରାଯିବ। ଚଳିତ ଡିସେମ୍ୱରଠୁ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚର ପ୍ରଶିକ୍ଷଣ ଆରମ୍ଭ ହେବ। ଏହାସହ ଭାରତୀୟ ସେନାରେ ଅଗ୍ନିବୀର ଭାବେ ସାମିଲ ହେବାର ଏହି ସୁଯୋଗର ଲାଭ ଉଠାଇବାକୁ ଯୁବକଙ୍କୁ ସ୍ଥଳ ସେନା ମୁଖ୍ୟ ଆହ୍ୱାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରତକୁ 'ନର୍କଖଣ୍ଡ' କହି ବିବାଦରେ ଟ୍ରମ୍ପ: କଡ଼ା ଜବାବ ଦେଲା ଭାରତ ଓ ଇରାନ

ଅନ୍ୟପଟେ ଆସନ୍ତା ଶୁକ୍ରବାର ୨୪ତାରିଖ ଦିନ ବାୟୁସେନାରେ ଅଗ୍ନିବୀରକୁ ଭର୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଭି.ଆର. ଚୌଧୁରୀ । ଏହାସହ ଅଗ୍ନିପଥ ନିଯୁକ୍ତି ଯୋଜନାର ବୟସ ସୀମା ମଧ୍ୟ ବଢାଯାଇଥିବା ନେଇ ସୂଚନା ଦେଇଛନ୍ତି ଏୟାର ଚିଫ୍ ମାର୍ଶଲ। ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ କହିଛନ୍ତି, ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୨୩ ବର୍ଷ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା ଯୁବପିଢ଼ିଙ୍କୁ ଫାଇଦା ଦେବ। ଭାରତୀୟ ବାୟୁସେନାର ନିଯୁକ୍ତି ପ୍ରକ୍ରିୟା ଜୁନ୍ ୨୪ ତାରିଖରୁ ଆରମ୍ଭ ହେବ।କୋଭିଡ୍ ଯୋଗୁ ଦୁଇ ବର୍ଷ ହେଲା ସ୍ଥଳ ସେନାର ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଥିଲା। ୨୦୧୯-୨୦୨୦ରେ ସ୍ଥଳସେନା ପକ୍ଷରୁ ଯବାନମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ତା’ପରଠୁ ଆଉ କୌଣସି ନିଯୁକ୍ତି ହୋଇନାହିଁ। ଅନ୍ୟପକ୍ଷରେ ଭାରତୀୟ ନୌସେନା ଓ ବାୟୁସେନାରେ ଗତ ଦୁଇ ବର୍ଷରେ ନିଯୁକ୍ତି ହୋଇଥିଲା।

ସେହିପରି ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଭିତରେ ନୌସେନା ମୁଖ୍ୟ ଆଡମିରାଲ ହରି କୁମାରଙ୍କ ବଡ ବୟାନ ସାମ୍ନାକୁ ଆସିଛି।ନୌସେନା ମୁଖ୍ୟ କହିଛନ୍ତି, ମୋତେ ଏହି ଧରଣର ବିରୋଧ ପ୍ରଦର୍ଶନର ଆଶା ନଥିଲା। ଆମେ ପ୍ରାୟ ଦେଢ ବର୍ଷ ପର୍ଯ୍ୟନ୍ତ ଅଗ୍ନିପଥ ଯୋଜନା ଉପରେ କାମ କରିଛୁ। ଏହି ଯୋଜନାକୁ ପରିବର୍ତ୍ତନକାରୀ ଦର୍ଶାଇ ଆଡମିରାଲ କୁମାର କହିଛନ୍ତି, ଏହା ଭାରତରେ ନିର୍ମିତ ଏବଂ ଭାରତ ପାଇଁ ହିଁ କରାଯାଇଛି। ମୁଁ ଲୋକଙ୍କୁ କହିବାକୁ ଚାହୁଁଛି ଯେ, ଏହାର ବିରୋଧ କରନ୍ତୁ ନାହିଁ ଏବଂ ହିଂସାତ୍ମକ ହୁଅନ୍ତୁ ନାହିଁ। ଏହି ଯୋଜନାକୁ ବୁଝିବା ଉଚିତ୍ ଏବଂ ଶାନ୍ତି ବଜାୟ ରଖିବା ଉଚିତ୍। ଯୁବ ପିଢିଙ୍କ ପାଇଁ ଦେଶର ସେବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।

17 Jun 2022 By The Sakala

ଅଗ୍ନିପଥ ଯୋଜନାକୁ ବିରୋଧ ମଧ୍ୟରେ ସେନାର ବଡ ଘୋଷଣା : ଖୁବ୍‌ ଶିଘ୍ର ୩ ସେନା ଆରମ୍ଭ କରିବେ ଅଗ୍ନିବୀରଙ୍କୁ ବାଛିବା ପ୍ରକ୍ରିୟା

ନୂଆଦିଲ୍ଲୀ : ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଚାଲିଛି। କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଚାଲିଥିବା ହିଂସା, ପ୍ରତିବାଦ ଓ ଆକ୍ରୋଶର ନିଆଁ ଦେଖାଦେଇଛି। କେଉଁଠି ଟ୍ରେନକୁ ଜାଳି ଦେଉଛନ୍ତି ତ କେଉଁଠି ଷ୍ଟେସନ ଭିତରେ ଭଙ୍ଗାରୁଜା କରୁଛନ୍ତି । ଆଖି ପିଛୁଳାକେ ନଷ୍ଟ ହେଉଛି ଜାତୀୟ ସମ୍ପତି । ୧୦ରୁ ଅଧିକ ରାଜ୍ୟରେ ବ୍ୟାପୁଥିବା ଏହି ହିଂସା ଅଧିକ ଉଗ୍ର ହେବାରେ ଲାଗିଛି । ଉତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀକୁ ଆନ୍ଦୋଳନ ବ୍ୟାପିଛି । ବିହାରରେ ଉତ୍ୟକ୍ତ ପ୍ରତିବାଦକାରୀ ବିଭିନ୍ନ ରେଳ ଷ୍ଟେସନରେ ଟ୍ରେନ୍ ଜାଳି ଦେବା ସହ ଏକ୍ସପ୍ରେସରେ ଝରକା କାଚକୁ ପିଟି ଭାଙ୍ଗି ପକାଇଛନ୍ତି ।

ସାରା ଦେଶରେ ‘ଅଗ୍ନିପଥ’ ଯୋଜନା ବିରୋଧରେ ଦେଶର ବହୁ ଅଞ୍ଚଳରେ ନିଆଁ ଜଳୁଥିବା ବେଳେ ଏହି ଯୋଜନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇସାରିଛନ୍ତି ୩ ସେନା। ସରକାର ଅଗ୍ନିପଥ ସ୍କିମରେ ପୂର୍ବରୁ ଥିବା ବୟସ ସୀମାକୁ ବଢ଼ାଇ ୨୩ବର୍ଷ କରିଛନ୍ତି। ପୂର୍ବରୁ ବୟସ ସୀମା କେବଳ ୧୭-୨୧ବର୍ଷ ଥିଲା। ତେବେ ବୟସ ସୀମା ବଢ଼ାଇବା ସହ ଆସନ୍ତା ଦୁଇ ଦିନ ମଧ୍ୟରେ ଏଥିପାଇଁ ଏକ ବିଜ୍ଞପ୍ତି ଜାରି ହେବ ବୋଲି କହିଥିଲେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ। ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର କହିଛନ୍ତି, ୨୦୨୨ରେ ଭର୍ତ୍ତି ପାଇଁ ବୟସକୁ ବଢାଇ ୨୩ ବର୍ଷ କରିବା ନେଇ ସରକାରଙ୍କ ନିଷ୍ପତ୍ତି ସହ ଅବଗତ ହୋଇଛି । ଏହି ନିଷ୍ପତ୍ତି ଆମ ଉର୍ଜାବାନ ଏବଂ ଦେଶଭକ୍ତ ଯୁବକଙ୍କୁ ସୁଯୋଗ ପ୍ରଦାନ କରିବ । ଯେଉଁମାନେ କରୋନା ମହାମାରୀ ସତ୍ତ୍ୱେ ରାଲିରେ ସାମିଲ ହେବା ପାଇଁ ପ୍ରସ୍ତୁତି କରୁଥିଲେ, କିନ୍ତୁ ଦୁଇ ବର୍ଷର କରୋନା କଟକଣା ଯୋଗୁଁ ପୂରଣ ହୋଇପାରି ନଥିଲା।

ସ୍ଥଳସେନା ମୁଖ୍ୟ ଜନେରାଲ ପାଣ୍ଡ କହିଛନ୍ତି, ଖୁବଶୀଘ୍ର ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୨ ଦିନ ଭିତରେ https://joinindianarmy.nic.in/ ରେ ବିଜ୍ଞପ୍ତି ପ୍ରକାଶ କରାଯିବ। ଚଳିତ ଡିସେମ୍ୱରଠୁ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚର ପ୍ରଶିକ୍ଷଣ ଆରମ୍ଭ ହେବ। ଏହାସହ ଭାରତୀୟ ସେନାରେ ଅଗ୍ନିବୀର ଭାବେ ସାମିଲ ହେବାର ଏହି ସୁଯୋଗର ଲାଭ ଉଠାଇବାକୁ ଯୁବକଙ୍କୁ ସ୍ଥଳ ସେନା ମୁଖ୍ୟ ଆହ୍ୱାନ ଦେଇଛନ୍ତି।

ଅନ୍ୟପଟେ ଆସନ୍ତା ଶୁକ୍ରବାର ୨୪ତାରିଖ ଦିନ ବାୟୁସେନାରେ ଅଗ୍ନିବୀରକୁ ଭର୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଭି.ଆର. ଚୌଧୁରୀ । ଏହାସହ ଅଗ୍ନିପଥ ନିଯୁକ୍ତି ଯୋଜନାର ବୟସ ସୀମା ମଧ୍ୟ ବଢାଯାଇଥିବା ନେଇ ସୂଚନା ଦେଇଛନ୍ତି ଏୟାର ଚିଫ୍ ମାର୍ଶଲ। ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ କହିଛନ୍ତି, ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୨୩ ବର୍ଷ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା ଯୁବପିଢ଼ିଙ୍କୁ ଫାଇଦା ଦେବ। ଭାରତୀୟ ବାୟୁସେନାର ନିଯୁକ୍ତି ପ୍ରକ୍ରିୟା ଜୁନ୍ ୨୪ ତାରିଖରୁ ଆରମ୍ଭ ହେବ।କୋଭିଡ୍ ଯୋଗୁ ଦୁଇ ବର୍ଷ ହେଲା ସ୍ଥଳ ସେନାର ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଥିଲା। ୨୦୧୯-୨୦୨୦ରେ ସ୍ଥଳସେନା ପକ୍ଷରୁ ଯବାନମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ତା’ପରଠୁ ଆଉ କୌଣସି ନିଯୁକ୍ତି ହୋଇନାହିଁ। ଅନ୍ୟପକ୍ଷରେ ଭାରତୀୟ ନୌସେନା ଓ ବାୟୁସେନାରେ ଗତ ଦୁଇ ବର୍ଷରେ ନିଯୁକ୍ତି ହୋଇଥିଲା।

ସେହିପରି ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଭିତରେ ନୌସେନା ମୁଖ୍ୟ ଆଡମିରାଲ ହରି କୁମାରଙ୍କ ବଡ ବୟାନ ସାମ୍ନାକୁ ଆସିଛି।ନୌସେନା ମୁଖ୍ୟ କହିଛନ୍ତି, ମୋତେ ଏହି ଧରଣର ବିରୋଧ ପ୍ରଦର୍ଶନର ଆଶା ନଥିଲା। ଆମେ ପ୍ରାୟ ଦେଢ ବର୍ଷ ପର୍ଯ୍ୟନ୍ତ ଅଗ୍ନିପଥ ଯୋଜନା ଉପରେ କାମ କରିଛୁ। ଏହି ଯୋଜନାକୁ ପରିବର୍ତ୍ତନକାରୀ ଦର୍ଶାଇ ଆଡମିରାଲ କୁମାର କହିଛନ୍ତି, ଏହା ଭାରତରେ ନିର୍ମିତ ଏବଂ ଭାରତ ପାଇଁ ହିଁ କରାଯାଇଛି। ମୁଁ ଲୋକଙ୍କୁ କହିବାକୁ ଚାହୁଁଛି ଯେ, ଏହାର ବିରୋଧ କରନ୍ତୁ ନାହିଁ ଏବଂ ହିଂସାତ୍ମକ ହୁଅନ୍ତୁ ନାହିଁ। ଏହି ଯୋଜନାକୁ ବୁଝିବା ଉଚିତ୍ ଏବଂ ଶାନ୍ତି ବଜାୟ ରଖିବା ଉଚିତ୍। ଯୁବ ପିଢିଙ୍କ ପାଇଁ ଦେଶର ସେବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର