ଚଳିତମାସ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

The Sakala Picture
Published On

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ମାସ ପ୍ରଧାନମନ୍ତ୍ରୀ ପାରାଦୀପ ଗସ୍ତରେ ଆସି ସେ ୪ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଚୂଡ଼ାନ୍ତ ଗସ୍ତସୂଚୀ ଆସିନଥିଲେ ମଧ୍ୟ ହିଁ ଚଳିତମାସରେ ଆସିବା ଏକପ୍ରକାର ସ୍ପଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବାକୁ ଥିବା ପ୍ରକଳ୍ପଗୁଡ଼ିକ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି। ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। […]

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ମାସ ପ୍ରଧାନମନ୍ତ୍ରୀ ପାରାଦୀପ ଗସ୍ତରେ ଆସି ସେ ୪ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଚୂଡ଼ାନ୍ତ ଗସ୍ତସୂଚୀ ଆସିନଥିଲେ ମଧ୍ୟ ହିଁ ଚଳିତମାସରେ ଆସିବା ଏକପ୍ରକାର ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ନ୍ୟାୟପାଳିକା ଉପରେ ବଢ଼ୁଥିବା ଆକ୍ରମଣକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ: ସମାଲୋଚକଙ୍କୁ 'ଅସରପା' ସହ କଲେ ତୁଳନା

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବାକୁ ଥିବା ପ୍ରକଳ୍ପଗୁଡ଼ିକ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି। ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। ସେଥିପାଇଁ ଷ୍ଟାଡ଼ିୟମ ପାର୍ଶ୍ବରେ ଏକାଥରକେ ୩ଟି ହେଲିକପ୍ଟର ଓହ୍ଲାଇବା ପାଇଁ ବ୍ୟବସ୍ଥା ଥିବା ଏକ ନୂତନ ହେଲିପ୍ୟାଡ୍ ନିର୍ମାଣ କରାଯାଉଛି। ଏହାପରେ ସେଠାରେ ଦୁଇ ହଜାର ଲୋକଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଆମେରିକା ଏବଂ ଇସ୍ରାଏଲର ମିଳିତ ଯୋଜନା: ଆସନ୍ତା ସପ୍ତାହରେ ଇରାନ ଉପରେ ହୋଇପାରେ ବଡ଼ ଆକ୍ରମଣ

ବନ୍ଦର ମଧ୍ୟରେ ନିର୍ମାଣ କରାଯାଇଥିବା ଜେଏସ୍‌ଡବ୍ଲ୍ୟୁ ସମେତ ଆଉ ଏକ କମ୍ପାନିର ୪ଟି ପ୍ରକଳ୍ପ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଚୂଡ଼ାନ୍ତ ହୋଇ ନଥିବାରୁ ବନ୍ଦର ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ କିଛି କୁହାଯାଇନାହିଁ। କିନ୍ତୁ ଦିନେ ଦୁଇ ଦିନ ମଧ୍ୟରେ ଗସ୍ତ କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ଜଣା ପଡ଼ିଯିବ। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଓସିଏଲ୍‌ ଲୋକାର୍ପଣ ଉତ୍ସବରେ ଯୋଗ ଦେବାପାଇଁ ପ୍ରଥମ ଥର ପାରାଦୀପ ଆସିଥିଲେ। ଏହା ହେବ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ଦ୍ବିତୀୟ ପାରାଦୀପ ଗସ୍ତ କାର୍ଯ୍ୟକ୍ରମ।

ଆହୁରି ପଢ଼ନ୍ତୁ: ଭାରତରେ ନୂଆ ରାଜନୈତିକ ଲଢ଼େଇ: 'କକରୋଚ୍ ଜନତା ପାର୍ଟି' ବନାମ 'ନ୍ୟାସନାଲ୍ ପାରାସାଇଟିକ୍ ଫ୍ରଣ୍ଟ'

14 Jun 2022 By The Sakala

ଚଳିତମାସ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ମାସ ପ୍ରଧାନମନ୍ତ୍ରୀ ପାରାଦୀପ ଗସ୍ତରେ ଆସି ସେ ୪ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଚୂଡ଼ାନ୍ତ ଗସ୍ତସୂଚୀ ଆସିନଥିଲେ ମଧ୍ୟ ହିଁ ଚଳିତମାସରେ ଆସିବା ଏକପ୍ରକାର ସ୍ପଷ୍ଟ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବାକୁ ଥିବା ପ୍ରକଳ୍ପଗୁଡ଼ିକ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି। ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। ସେଥିପାଇଁ ଷ୍ଟାଡ଼ିୟମ ପାର୍ଶ୍ବରେ ଏକାଥରକେ ୩ଟି ହେଲିକପ୍ଟର ଓହ୍ଲାଇବା ପାଇଁ ବ୍ୟବସ୍ଥା ଥିବା ଏକ ନୂତନ ହେଲିପ୍ୟାଡ୍ ନିର୍ମାଣ କରାଯାଉଛି। ଏହାପରେ ସେଠାରେ ଦୁଇ ହଜାର ଲୋକଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ବନ୍ଦର ମଧ୍ୟରେ ନିର୍ମାଣ କରାଯାଇଥିବା ଜେଏସ୍‌ଡବ୍ଲ୍ୟୁ ସମେତ ଆଉ ଏକ କମ୍ପାନିର ୪ଟି ପ୍ରକଳ୍ପ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଚୂଡ଼ାନ୍ତ ହୋଇ ନଥିବାରୁ ବନ୍ଦର ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ କିଛି କୁହାଯାଇନାହିଁ। କିନ୍ତୁ ଦିନେ ଦୁଇ ଦିନ ମଧ୍ୟରେ ଗସ୍ତ କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ଜଣା ପଡ଼ିଯିବ। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଓସିଏଲ୍‌ ଲୋକାର୍ପଣ ଉତ୍ସବରେ ଯୋଗ ଦେବାପାଇଁ ପ୍ରଥମ ଥର ପାରାଦୀପ ଆସିଥିଲେ। ଏହା ହେବ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ଦ୍ବିତୀୟ ପାରାଦୀପ ଗସ୍ତ କାର୍ଯ୍ୟକ୍ରମ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର