ପିଏନବି ଘୋଟାଲା: ଗିରଫ ହେଲେ ପଳାତକ ମେହୁଲ ଚୋକସି

The Sakala Picture
Published On

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଘୋଟାଲା ମାମଲାରେ ଫେରାର ଥିବା ମେହୁଲ ଚୋକସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ଭାରତ ସରକାରଙ୍କ ଅପିଲ ପରେ ତାଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ମେହୁଲ ଚୋକସଙ୍କ ନାମରେ୧୩ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଖୁବ ଶୀଘ୍ର ମେହୁଲଙ୍କୁ ଭାରତ ଆଣିବାକୁ ପ୍ରୟାସ କରାଯିବ ବୋଲି ଜଣାପଡ଼ିଛି। ପଳାତକ ବ୍ୟବସାୟୀ ମେହୁଲ ଚୋକସି ବେଲଜିୟମରେ ରହୁଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଋଣ ଠକେଇ ମାମଲାରେ ଚୋକସିକୁ ଗିରଫ କରିବା ପାଇଁ […]

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଘୋଟାଲା ମାମଲାରେ ଫେରାର ଥିବା ମେହୁଲ ଚୋକସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ଭାରତ ସରକାରଙ୍କ ଅପିଲ ପରେ ତାଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ମେହୁଲ ଚୋକସଙ୍କ ନାମରେ୧୩ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଖୁବ ଶୀଘ୍ର ମେହୁଲଙ୍କୁ ଭାରତ ଆଣିବାକୁ ପ୍ରୟାସ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ, ନିଜ ଦେଶର ଫେଡେରାଲ ରିଜର୍ଭକୁ କଲେ ତୀବ୍ର ସମାଲୋଚନା

ପଳାତକ ବ୍ୟବସାୟୀ ମେହୁଲ ଚୋକସି ବେଲଜିୟମରେ ରହୁଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଋଣ ଠକେଇ ମାମଲାରେ ଚୋକସିକୁ ଗିରଫ କରିବା ପାଇଁ ଭାରତ ଖୋଜୁଛି। ମେହୁଲ ଚୋକସି (୬୫) ଜଣେ ପଳାତକ ଭାରତୀୟ ବ୍ୟବସାୟୀ ଏବଂ ଭାରତରେ ଏକ ଖୁଚୁରା ଅଳଙ୍କାର ଫାର୍ମ ଗୀତାଞ୍ଜଳି ଗ୍ରୁପର ମାଲିକ। ସେ ୧୩, ୫୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ  ଗିରଫ ଭୟରେ ଭାରତରୁ ଫେରାର ହୋଇଯାଇଛନ୍ତି। ଚୋକସି ଏବଂ ତାଙ୍କ ଭଣଜା ନୀରବ ମୋଦିଙ୍କ ସହିତ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଦୁର୍ନୀତିରେ ଅଭିଯୁକ୍ତ ଅଛନ୍ତି ଯେଉଁଠାରେ ଚୋକସି-ମୋଦି ଯୋଡ଼ି  ୧୪୦୦୦ କୋଟିରୁ ଅଧିକ ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ବିସଲେରୀ ପାଣି ନମୁନା ଅସୁରକ୍ଷିତ ! କ୍ୟାନ୍ସର କାରକ ଉପାଦାନ ମିଳିବା ପରେ FSSAI ପକ୍ଷରୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର