ମହଙ୍ଗା ତେଲ ଦର, ନେପାଳରୁ ବିହାରକୁ ପେଟ୍ରୋଲ ଚୋରାଚାଲାଣ

The Sakala Picture
Published On

ଭୁବନେଶ୍ବର: ଲଗାମହୀନ ହୋଇଛି ତେଲ ଦର। ଦେଖୁ ଦେଖୁ ତେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଶତକଠାରୁ ଖୁବ୍‌ କମ୍‌ ଦୂରରେ ପେଟ୍ରୋଲ ଏବଂ ଡିଜେଲ ଦର। ଏପରିକି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦରେ ୯୦ ଟଙ୍କା ସ୍ତର ଟପିଥିବାବେଳେ ଡିଜେଲ ଦର ଏବେ ୯୦ ଟଙ୍କା ସ୍ତର ଛୁଇଁବାକୁ ବସିଛି। ତେଲ ଦରରେ ଅତିଷ୍ଠ ଖାଉଟି। ରାଜସ୍ଥାନର ଶ୍ରୀଗଙ୍ଗାନଗରଠାରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୭ ପଇସାରେ ପହଞ୍ଚିଛି। ତେଲ ଦରରେ ଏଭଳି […]

ଭୁବନେଶ୍ବର: ଲଗାମହୀନ ହୋଇଛି ତେଲ ଦର। ଦେଖୁ ଦେଖୁ ତେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଶତକଠାରୁ ଖୁବ୍‌ କମ୍‌ ଦୂରରେ ପେଟ୍ରୋଲ ଏବଂ ଡିଜେଲ ଦର। ଏପରିକି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦରେ ୯୦ ଟଙ୍କା ସ୍ତର ଟପିଥିବାବେଳେ ଡିଜେଲ ଦର ଏବେ ୯୦ ଟଙ୍କା ସ୍ତର ଛୁଇଁବାକୁ ବସିଛି। ତେଲ ଦରରେ ଅତିଷ୍ଠ ଖାଉଟି। ରାଜସ୍ଥାନର ଶ୍ରୀଗଙ୍ଗାନଗରଠାରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୭ ପଇସାରେ ପହଞ୍ଚିଛି। ତେଲ ଦରରେ ଏଭଳି ବୃଦ୍ଧି ଫଳରେ ଏବେ ନେପାଳରୁ ଦେଶକୁ ଚୋରା ପେଟ୍ରୋଲ ଚାଲାଣ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ୧.୫ କୋଟି ଟଙ୍କାର ଏଲପିଜି ଘୋଟାଲା: ମାଷ୍ଟରମାଇଣ୍ଡ ବାହାରିଲେ ଖାଦ୍ୟ ଅଧିକାରୀ

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ; ପାସ୍‌ ହାର ୮୫.୨୦%

ଦେଶରେ ସାଧାରଣ ବଜେଟ୍‌ ଆଗତ ହେବା ପରଠାରୁ ଘରୋଇ ବଜାରରେ ଅହେତୁକ ଭାବେ ବଢ଼ିବାରେ ଲାଗିଛି ତେଲ ଦର। ଦେଶର କେବଳ ମଧ୍ୟପ୍ରଦେଶ ଭୋପାଳ ନୁହେଁ ସେହି ରାଜ୍ୟର ଅନୂପ୍‌ପୁର ଏବଂ ରାଜସ୍ଥାନର ଶ୍ରୀଗଙ୍ଗାନଗରଠାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଥିବାବେଳେ ଅନ୍ୟ ପ୍ରମୁଖ ସହରଗୁଡିକରେ ଏହା ଶତକ ପୂରଣଠାରୁ ଅଳ୍ପ ଦୂରରେ ରହିଛି। ମଧ୍ୟପ୍ରଦେଶର ଅନୂପ୍‌ପୁରଠାରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୨୫ ପଇସାରେ ପହଞ୍ଚିଥିବାବେଳେ ରାଜସ୍ଥାନର ଶ୍ରୀଗଙ୍ଗାନଗରଠାରେ ଏହା ଲିଟର ପିଛା ୧୦୦ ଟଙ୍କା ୭ ପଇସା ରହିଛି। ଅନ୍ୟପକ୍ଷରେ ଦର କମଥିବାରୁ ତେଲ ପାଇଁ ଲୋକେ ରାଜସ୍ଥାନରୁ ପଞ୍ଜାବର ୫ କି.ମି. ଦୂର ସ୍ଥାନକୁ ଯାଉଥିବା ଗୁରୁବାର ରିପୋର୍ଟ ମାନ ଆସିଛି। ରାଜସ୍ଥାନ ଶ୍ରୀ ଗଙ୍ଗାନଗରରୁ ପଞ୍ଜାବର ଆବୋହରକୁ ଅନେକ ଲୋକେ ଟ୍ୟାକ୍ସି, ଟ୍ରକ ଏବଂ ବିଭିନ୍ନ ଗାଡି ଲଗାଇ ତେଲ ବୋହିନେଉଛନ୍ତି। ଏହାଛଡା ଭାରତ –ନେପାଳ ସୀମାର କିଛି ସ୍ଥାନରେ ଲୋକେ ପେଟ୍ରୋଲ ବିହାର ଆଭ୍ୟନ୍ତରୀଣ ଅଞ୍ଚଳକୁ ଆଣି କମ୍‌ ମୂଲ୍ୟରେ ବିକ୍ରି କରୁଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧ ଓ ତୈଳ ଦର ବୃଦ୍ଧିର ପ୍ରଭାବ: ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଟଙ୍କା, ଡଲାର ତୁଳନାରେ ୯୬ ପାର୍

ଚୋରା ଚାଲାଣ ସମୟରେ କେତେକ ଏସ୍‌ଏସ୍‌ବି ଏବଂ ପୁଲିସ ହାତରେ ଧରାପଡିଲେଣି। ଗୁରୁବାର ଘରୋଇ ବଜାରରେ ପେଟ୍ରୋଲ ଲିଟର ପିଛା ୩୪ ପଇସା ଏବଂ ଡିଜେଲ ଲିଟର ପିଛା ୩୨ ପଇସା ବୃଦ୍ଧି ହୋଇଛି। ରାଜଧାନୀ ନୂଆଦିଲ୍ଲୀଠାରେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ୮୮ ପଇସା ଏବଂ ଡିଜେଲ ୮୦ ଟଙ୍କା ୨୭ ପଇସା ହୋଇଛି। ଦର ଉଚ୍ଚା ରହୁଥିବା ଯୋଗୁ ନେପାଳରୁ ବିହାରକୁ ପେଟ୍ରୋଲ ଚୋରାଚାଲାଣ ହେଉଛି । କାରଣ ନେପାଳରେ ଭାରତ ଅପେକ୍ଷା ତେଲ ଦର କମ୍‌ ରହିଛି। ନେପାଳରେ ପେଟ୍ରୋଲ ଲିଟର ପ୍ରତି ୬୮ଟଙ୍କା ୯୭ ପଇସା ଏବଂ ଡିଜେଲ୍ ୫୮ ଟଙ୍କା ୩୧ ପଇସାରେ ବିକ୍ରି ହେଉଥିବା ଜଣାଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ବରରେ ଆଜି ପେଟ୍ରୋଲ ଲିଟର ପିଛା ୩୪ ପଇସା ଏବଂ ଡିଜେଲ ୩୫ ପଇସା ବୃଦ୍ଧ଄ ଘଟିଛି। ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୮ ପଇସାରେ ପହଞ୍ଚିଛି। ତେବେ ଡିଜେଲ ଲିଟର ପିଛା ୮୭ ଟଙ୍କା ୪୬ ପଇସା ଛୁଇଁ ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି। ଭୁବନେଶ୍ବରରେ ଖୁବ୍‌ ଶୀଘ୍ର ଡିଜେଲ ଦର ୯୦ ଟଙ୍କା ଛୁଇଁବା ଅନୁମାନ କରାଯାଉଛି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କରେ ହ୍ରାସ କଲେ ଦର କମିଯାଇପାରନ୍ତା କିନ୍ତୁ କେନ୍ଦ୍ର ବାରମ୍ବାର ଏହାକୁ ରାଜ୍ୟ ଉପରେ ଛାଡୁଛି। ଯେହେତୁ ରାଜ୍ୟଗୁଡିକର ଆର୍ଥିକ ସ୍ଥିତି ଭଲ ନାହିଁ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କରେ ହ୍ରାସ କଲେ ଦର କମିଯିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

19 Feb 2021 By The Sakala

ମହଙ୍ଗା ତେଲ ଦର, ନେପାଳରୁ ବିହାରକୁ ପେଟ୍ରୋଲ ଚୋରାଚାଲାଣ

ଭୁବନେଶ୍ବର: ଲଗାମହୀନ ହୋଇଛି ତେଲ ଦର। ଦେଖୁ ଦେଖୁ ତେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଶତକଠାରୁ ଖୁବ୍‌ କମ୍‌ ଦୂରରେ ପେଟ୍ରୋଲ ଏବଂ ଡିଜେଲ ଦର। ଏପରିକି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦରେ ୯୦ ଟଙ୍କା ସ୍ତର ଟପିଥିବାବେଳେ ଡିଜେଲ ଦର ଏବେ ୯୦ ଟଙ୍କା ସ୍ତର ଛୁଇଁବାକୁ ବସିଛି। ତେଲ ଦରରେ ଅତିଷ୍ଠ ଖାଉଟି। ରାଜସ୍ଥାନର ଶ୍ରୀଗଙ୍ଗାନଗରଠାରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୭ ପଇସାରେ ପହଞ୍ଚିଛି। ତେଲ ଦରରେ ଏଭଳି ବୃଦ୍ଧି ଫଳରେ ଏବେ ନେପାଳରୁ ଦେଶକୁ ଚୋରା ପେଟ୍ରୋଲ ଚାଲାଣ ହେବାରେ ଲାଗିଛି।

ଦେଶରେ ସାଧାରଣ ବଜେଟ୍‌ ଆଗତ ହେବା ପରଠାରୁ ଘରୋଇ ବଜାରରେ ଅହେତୁକ ଭାବେ ବଢ଼ିବାରେ ଲାଗିଛି ତେଲ ଦର। ଦେଶର କେବଳ ମଧ୍ୟପ୍ରଦେଶ ଭୋପାଳ ନୁହେଁ ସେହି ରାଜ୍ୟର ଅନୂପ୍‌ପୁର ଏବଂ ରାଜସ୍ଥାନର ଶ୍ରୀଗଙ୍ଗାନଗରଠାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଥିବାବେଳେ ଅନ୍ୟ ପ୍ରମୁଖ ସହରଗୁଡିକରେ ଏହା ଶତକ ପୂରଣଠାରୁ ଅଳ୍ପ ଦୂରରେ ରହିଛି। ମଧ୍ୟପ୍ରଦେଶର ଅନୂପ୍‌ପୁରଠାରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୨୫ ପଇସାରେ ପହଞ୍ଚିଥିବାବେଳେ ରାଜସ୍ଥାନର ଶ୍ରୀଗଙ୍ଗାନଗରଠାରେ ଏହା ଲିଟର ପିଛା ୧୦୦ ଟଙ୍କା ୭ ପଇସା ରହିଛି। ଅନ୍ୟପକ୍ଷରେ ଦର କମଥିବାରୁ ତେଲ ପାଇଁ ଲୋକେ ରାଜସ୍ଥାନରୁ ପଞ୍ଜାବର ୫ କି.ମି. ଦୂର ସ୍ଥାନକୁ ଯାଉଥିବା ଗୁରୁବାର ରିପୋର୍ଟ ମାନ ଆସିଛି। ରାଜସ୍ଥାନ ଶ୍ରୀ ଗଙ୍ଗାନଗରରୁ ପଞ୍ଜାବର ଆବୋହରକୁ ଅନେକ ଲୋକେ ଟ୍ୟାକ୍ସି, ଟ୍ରକ ଏବଂ ବିଭିନ୍ନ ଗାଡି ଲଗାଇ ତେଲ ବୋହିନେଉଛନ୍ତି। ଏହାଛଡା ଭାରତ –ନେପାଳ ସୀମାର କିଛି ସ୍ଥାନରେ ଲୋକେ ପେଟ୍ରୋଲ ବିହାର ଆଭ୍ୟନ୍ତରୀଣ ଅଞ୍ଚଳକୁ ଆଣି କମ୍‌ ମୂଲ୍ୟରେ ବିକ୍ରି କରୁଥିବା ଅଭିଯୋଗ ହେଉଛି।

ଚୋରା ଚାଲାଣ ସମୟରେ କେତେକ ଏସ୍‌ଏସ୍‌ବି ଏବଂ ପୁଲିସ ହାତରେ ଧରାପଡିଲେଣି। ଗୁରୁବାର ଘରୋଇ ବଜାରରେ ପେଟ୍ରୋଲ ଲିଟର ପିଛା ୩୪ ପଇସା ଏବଂ ଡିଜେଲ ଲିଟର ପିଛା ୩୨ ପଇସା ବୃଦ୍ଧି ହୋଇଛି। ରାଜଧାନୀ ନୂଆଦିଲ୍ଲୀଠାରେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ୮୮ ପଇସା ଏବଂ ଡିଜେଲ ୮୦ ଟଙ୍କା ୨୭ ପଇସା ହୋଇଛି। ଦର ଉଚ୍ଚା ରହୁଥିବା ଯୋଗୁ ନେପାଳରୁ ବିହାରକୁ ପେଟ୍ରୋଲ ଚୋରାଚାଲାଣ ହେଉଛି । କାରଣ ନେପାଳରେ ଭାରତ ଅପେକ୍ଷା ତେଲ ଦର କମ୍‌ ରହିଛି। ନେପାଳରେ ପେଟ୍ରୋଲ ଲିଟର ପ୍ରତି ୬୮ଟଙ୍କା ୯୭ ପଇସା ଏବଂ ଡିଜେଲ୍ ୫୮ ଟଙ୍କା ୩୧ ପଇସାରେ ବିକ୍ରି ହେଉଥିବା ଜଣାଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ବରରେ ଆଜି ପେଟ୍ରୋଲ ଲିଟର ପିଛା ୩୪ ପଇସା ଏବଂ ଡିଜେଲ ୩୫ ପଇସା ବୃଦ୍ଧ଄ ଘଟିଛି। ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୮ ପଇସାରେ ପହଞ୍ଚିଛି। ତେବେ ଡିଜେଲ ଲିଟର ପିଛା ୮୭ ଟଙ୍କା ୪୬ ପଇସା ଛୁଇଁ ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି। ଭୁବନେଶ୍ବରରେ ଖୁବ୍‌ ଶୀଘ୍ର ଡିଜେଲ ଦର ୯୦ ଟଙ୍କା ଛୁଇଁବା ଅନୁମାନ କରାଯାଉଛି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କରେ ହ୍ରାସ କଲେ ଦର କମିଯାଇପାରନ୍ତା କିନ୍ତୁ କେନ୍ଦ୍ର ବାରମ୍ବାର ଏହାକୁ ରାଜ୍ୟ ଉପରେ ଛାଡୁଛି। ଯେହେତୁ ରାଜ୍ୟଗୁଡିକର ଆର୍ଥିକ ସ୍ଥିତି ଭଲ ନାହିଁ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କରେ ହ୍ରାସ କଲେ ଦର କମିଯିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର