୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ, ୧୦ରୁ ଘରୋଇ ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା

The Sakala Picture
Published On

ନୂଆଦିଲ୍ଲୀ: ଏପ୍ରିଲ ୧୦ ତାରିଖରୁ ଦେଶର ୧୮ ରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଏନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ଦେଶରେ କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଭୂତାଣୁ ଚିହ୍ନଟ ହେବା ସହ ଦେଶରେ ଦୈନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାକୁ ଆରମ୍ଭ କରିଛି। ଗତକାଲି ଦେଶରେ ଦୈିନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଉପରେ ରହିଥିବା ବେଳେ ଆଜି ଏହା ୧୧୦୦ ଟପି ଯାଇଛି। […]

ନୂଆଦିଲ୍ଲୀ: ଏପ୍ରିଲ ୧୦ ତାରିଖରୁ ଦେଶର ୧୮ ରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଏନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ଦେଶରେ କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଭୂତାଣୁ ଚିହ୍ନଟ ହେବା ସହ ଦେଶରେ ଦୈନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାକୁ ଆରମ୍ଭ କରିଛି। ଗତକାଲି ଦେଶରେ ଦୈିନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଉପରେ ରହିଥିବା ବେଳେ ଆଜି ଏହା ୧୧୦୦ ଟପି ଯାଇଛି। ଦୈନିକ କୋଭିଡ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଏପରି ପରିସ୍ଥିତିରେ ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କ ନାଗରିକଙ୍କୁ କରୋନାର ବୁଷ୍ଟର ଡୋଜ ଦିଆଯିବ। ଏନେଇ ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧୦ ତାରିଖରୁ ଘରୋଇ ଟିକା କେନ୍ଦ୍ରରେ ଏହି ବୁଷ୍ଟର ଡୋଜ ପ୍ରଦାନ କରାଯିବ।ଦୁଇଟି ଯାକ ଡୋଜ ନେଇଥିବା ବ୍ୟକ୍ତି ଘରୋଇ ହସ୍ପିଟାଲରେ ନେଇପାରିବେ ବୁଷ୍ଟର ଡୋଜ । ଆସନ୍ତା ୧୦ରୁ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ ପକ୍ରିୟା। ସରକାରୀ ମେଡିକାଲରେ ଦୁଇଟି ଯାକ ଟିକା ନେଇସାରିଥିବା ବେଳେ ବୁଷ୍ଟର ଡୋଜ ଘରୋଇ ହସ୍ପିଟାଲରୁ ନେଇ ପାରିବେ । କୋଭିଡର ଦୁଇଟି ଯାକ ଡୋଜ ନେବାର ୯ ମାସ ପରେ ବୁଷ୍ଟର ଡୋଜ ନେବେ ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ମିଳିଥିବା ସୂଚନା ମୁତାବକ ଦେଶରେ ୧୫ ବର୍ଷରୁ ଅଧିକ ବୟସ୍କ ପିଲା ଗୋଟିଏ ଟିକା ନେଇଥିବା ସଂଖ୍ୟା ୯୬ ପ୍ରତିଶତ ରହିଛି । ସେହିପରି ୮୩ ପ୍ରତିଶତ ଡବଲ ଡୋଜ ଅର୍ଥାତ ଦୁଇଟି ଯାକ ଟିକା ନେଇସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ପର୍ଯ୍ୟନ୍ତ ୨.୪ କୋଟିରୁ ଅଧିକ ବୁଷ୍ଟର ଡୋଜ ସ୍ୱାସ୍ଥ୍ୟ କର୍ମୀ ଏବଂ ୬୦ରୁ ଅଧିକ ବୟସ୍କ ଲୋକଙ୍କୁ ଦିଆସରିଛି । ଅନ୍ୟପଟେ ୧୨ ରୁ ୧୪ ବର୍ଷ ବୟସର ୪୫ ପ୍ରତିଶତ ପିଲା ଟିକା ନେଇସାରିଛନ୍ତି ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

ସୂଚନାଯୋଗ୍ୟ ୨୦୨୧ ଜାନୁଆରୀ ୧୬ରେ ଦେଶରେ ସାର୍ବଜାନୀନ ଟିକାକରଣ ଆରମ୍ଭ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଦିଆଯାଇଥିଲା। ଏହାପରେ ଗତ ବର୍ଷ ଫେବ୍ରୁଆରୀ ୨ ତାରିଖରେ ସମ୍ମୁଖଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଜୁନ ୨୧ ଯୋଗ ଦିବସରୁ ସାରା ଦେଶରେ ସମସ୍ତଙ୍କୁ ମାଗଣା ଟିଆ ଦେବା ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ବର୍ତ୍ତମାନ ସୁଦ୍ଧା ଦେଶରେ ୧୮୫.୩୮ କୋଟି ଡୋଜ ଦିଆଯାଇଛି।

08 Apr 2022 By The Sakala

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ, ୧୦ରୁ ଘରୋଇ ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା

ନୂଆଦିଲ୍ଲୀ: ଏପ୍ରିଲ ୧୦ ତାରିଖରୁ ଦେଶର ୧୮ ରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଏନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ଦେଶରେ କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଭୂତାଣୁ ଚିହ୍ନଟ ହେବା ସହ ଦେଶରେ ଦୈନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାକୁ ଆରମ୍ଭ କରିଛି। ଗତକାଲି ଦେଶରେ ଦୈିନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଉପରେ ରହିଥିବା ବେଳେ ଆଜି ଏହା ୧୧୦୦ ଟପି ଯାଇଛି। ଦୈନିକ କୋଭିଡ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଏପରି ପରିସ୍ଥିତିରେ ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କ ନାଗରିକଙ୍କୁ କରୋନାର ବୁଷ୍ଟର ଡୋଜ ଦିଆଯିବ। ଏନେଇ ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧୦ ତାରିଖରୁ ଘରୋଇ ଟିକା କେନ୍ଦ୍ରରେ ଏହି ବୁଷ୍ଟର ଡୋଜ ପ୍ରଦାନ କରାଯିବ।ଦୁଇଟି ଯାକ ଡୋଜ ନେଇଥିବା ବ୍ୟକ୍ତି ଘରୋଇ ହସ୍ପିଟାଲରେ ନେଇପାରିବେ ବୁଷ୍ଟର ଡୋଜ । ଆସନ୍ତା ୧୦ରୁ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ ପକ୍ରିୟା। ସରକାରୀ ମେଡିକାଲରେ ଦୁଇଟି ଯାକ ଟିକା ନେଇସାରିଥିବା ବେଳେ ବୁଷ୍ଟର ଡୋଜ ଘରୋଇ ହସ୍ପିଟାଲରୁ ନେଇ ପାରିବେ । କୋଭିଡର ଦୁଇଟି ଯାକ ଡୋଜ ନେବାର ୯ ମାସ ପରେ ବୁଷ୍ଟର ଡୋଜ ନେବେ ।

ମିଳିଥିବା ସୂଚନା ମୁତାବକ ଦେଶରେ ୧୫ ବର୍ଷରୁ ଅଧିକ ବୟସ୍କ ପିଲା ଗୋଟିଏ ଟିକା ନେଇଥିବା ସଂଖ୍ୟା ୯୬ ପ୍ରତିଶତ ରହିଛି । ସେହିପରି ୮୩ ପ୍ରତିଶତ ଡବଲ ଡୋଜ ଅର୍ଥାତ ଦୁଇଟି ଯାକ ଟିକା ନେଇସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ପର୍ଯ୍ୟନ୍ତ ୨.୪ କୋଟିରୁ ଅଧିକ ବୁଷ୍ଟର ଡୋଜ ସ୍ୱାସ୍ଥ୍ୟ କର୍ମୀ ଏବଂ ୬୦ରୁ ଅଧିକ ବୟସ୍କ ଲୋକଙ୍କୁ ଦିଆସରିଛି । ଅନ୍ୟପଟେ ୧୨ ରୁ ୧୪ ବର୍ଷ ବୟସର ୪୫ ପ୍ରତିଶତ ପିଲା ଟିକା ନେଇସାରିଛନ୍ତି ।

ସୂଚନାଯୋଗ୍ୟ ୨୦୨୧ ଜାନୁଆରୀ ୧୬ରେ ଦେଶରେ ସାର୍ବଜାନୀନ ଟିକାକରଣ ଆରମ୍ଭ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଦିଆଯାଇଥିଲା। ଏହାପରେ ଗତ ବର୍ଷ ଫେବ୍ରୁଆରୀ ୨ ତାରିଖରେ ସମ୍ମୁଖଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଜୁନ ୨୧ ଯୋଗ ଦିବସରୁ ସାରା ଦେଶରେ ସମସ୍ତଙ୍କୁ ମାଗଣା ଟିଆ ଦେବା ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ବର୍ତ୍ତମାନ ସୁଦ୍ଧା ଦେଶରେ ୧୮୫.୩୮ କୋଟି ଡୋଜ ଦିଆଯାଇଛି।

https://www.thesakala.in/national-international/people-of-18-age-will-also-get-precautionary-dose/article-10605
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର