ଭାରତର ଆକ୍ରମଣ ଭୟରେ ସତ ମାନିଲା ପାକିସ୍ତାନ: ପାକ୍ ରକ୍ଷାମନ୍ତ୍ରୀ କହିଲେ…..ଦେଖନ୍ତୁ ଭିଡିଓ….
ନୂଆଦିଲ୍ଲୀ : ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣଙ୍କୁ ହତ୍ୟା କରାଯାଇଛି। ଏହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଭାରତ ଏହି ଆତଙ୍କୀ ହମଲା ପଛରେ ପାକିସ୍ତାନର ହାତ ରହିଥିବା କହୁଥିବା ବେଳେ ପାକିସ୍ତାନ ସବୁ ଥର ଭଳି ଏହାକୁ ମଛ କହୁଛି। ତେବେ ଏହାରି ମଧ୍ୟରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି। ଯେତେବେଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଏହା ସ୍ପଷ୍ଟ କରିଛନ୍ତି।ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ […]
ନୂଆଦିଲ୍ଲୀ : ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣଙ୍କୁ ହତ୍ୟା କରାଯାଇଛି। ଏହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଭାରତ ଏହି ଆତଙ୍କୀ ହମଲା ପଛରେ ପାକିସ୍ତାନର ହାତ ରହିଥିବା କହୁଥିବା ବେଳେ ପାକିସ୍ତାନ ସବୁ ଥର ଭଳି ଏହାକୁ ମଛ କହୁଛି। ତେବେ ଏହାରି ମଧ୍ୟରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି। ଯେତେବେଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଏହା ସ୍ପଷ୍ଟ କରିଛନ୍ତି।ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ଗତ ୩୦ ବର୍ଷ ଧରି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ଆସୁଛି।
ବ୍ରିଟିଶ ଗଣମାଧ୍ୟମ ସ୍କାଏ ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ, ଯେତେବେଳେ ତାଙ୍କୁ ପଚରାଯାଇଥିଲା, ‘ଆପଣ କ’ଣ ସ୍ୱୀକାର କରନ୍ତି ଯେ ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ, ତାଲିମ ଏବଂ ପାଣ୍ଠି ଯୋଗାଇବାର ଏକ ଲମ୍ବା ଇତିହାସ ଅଛି?’ ଏହାର ଜବାବରେ, ଆସିଫ୍ ଏକ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତିରେ କହିଥିଲେ, ‘ହଁ, ଆମେ ଗତ ତିନି ଦଶନ୍ଧି ଧରି ଏହା କରି ଆସୁଛୁ। ତାଙ୍କର ଏହି ବକ୍ତବ୍ୟ ଭାରତର ମତକୁ ଆହୁରି ମଜବୁତ କରିଛି। ଭାରତ ବିଶ୍ୱ ମଞ୍ଚରେ ଲଗାତାର କହିଆସିଛି ଯେ ପାକିସ୍ତାନ ସରକାର ଆତଙ୍କବାଦକୁ ସମର୍ଥନ କରେ। କିନ୍ତୁ ପାକିସ୍ତାନ ତାର ଆତଙ୍କବାଦ ନୀତି ପାଇଁ ଆମେରିକାକୁ ଦାୟୀ କରିଛି। ସେ କହିଥିଲେ, ‘ଆମେ ତିନି ଦଶନ୍ଧି ଧରି ଆମେରିକା ଏବଂ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ କରିଥିଲୁ କାରଣ ଏହା ସେମାନଙ୍କ ରଣନୀତିର ଏକ ଅଂଶ ଥିଲା।’ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ପାକିସ୍ତାନକୁ ଦୋଷ ଦେବା ଅନୁଚିତ କାରଣ ଏହା ପାଶ୍ଚାତ୍ୟ ଦେଶଗୁଡ଼ିକର ନିର୍ଦ୍ଦେଶରେ କାମ କରୁଛି।
Sky News (@SkyYaldaHakim): “But you do admit, you do admit sir, that Pakistan has had a long history of backing and supporting and training and funding these terrorist organizations?”
Pakistan Def. Minister: “Well, we have been doing this dirty work for United States for 3… pic.twitter.com/sv5TRkCgCZ
— Drop Site (@DropSiteNews) April 24, 2025
ପ୍ରକୃତରେ, ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନ ସହିତ ଜଡିତ ଆତଙ୍କବାଦୀ ସଂଗଠନଗୁଡ଼ିକ ଏହି ଆକ୍ରମଣ କରିଛନ୍ତି। ଖୱାଜା ଆସିଫ୍ ମଧ୍ୟ ଧମକ ଦେଇଛନ୍ତି ଯେ ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଆହୁରି ଖରାପ ହୁଏ, ତେବେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ହୋଇପାରେ। ସେ କହିଛନ୍ତି ଯେ ଉଭୟ ଦେଶ ପାଖରେ ପରମାଣୁ ଅସ୍ତ୍ର ଅଛି ଏବଂ ଏପରି ପରିସ୍ଥିତିରେ ସମଗ୍ର ବିଶ୍ୱ ଚିନ୍ତିତ ହେବା ଉଚିତ।
ଇମ୍ରାନ ଖାନ ମଧ୍ୟ ସହମତ ହୋଇଥିଲେ
ଆଉ ଏକ ସତ୍ୟ ହେଉଛି ଯେ ୨୦୧୯ ମସିହାରେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ସ୍ୱୀକାର କରିଥିଲେ ଯେ ପାକିସ୍ତାନରେ ୩୦ ହଜାରରୁ ୪୦ ହଜାର ପ୍ରଶିକ୍ଷିତ ଆତଙ୍କବାଦୀ ଅଛନ୍ତି ଯେଉଁମାନେ ଆଫଗାନିସ୍ତାନ କିମ୍ବା କାଶ୍ମୀରରେ ଲଢ଼ିଛନ୍ତି। ଭାରତ ବହୁତ ଦିନ ଧରି ଦୋହରାଇ ଆସୁଛି ଯେ ଭାରତରେ ହେଉଥିବା ଆତଙ୍କବାଦୀ ଆକ୍ରମଣର ମୂଳ ପାକିସ୍ତାନରେ ରହିଛି। ଏବେ ପାକିସ୍ତାନର ନିଜ ନେତାମାନଙ୍କ ବୟାନ ମାଧ୍ୟମରେ ଏହି ସତ୍ୟ ବାହାରକୁ ଆସୁଛି।