ଇମ୍ରାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ରଦ୍ଦ କଲେ ଉପବାଚସ୍ପତି

The Sakala Picture
Published On

ଇସଲାମାବାଦ: ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ରଦ୍ଦ କଲେ ଉପବାଚସ୍ପତି । ବିଦେଶୀ ଚକ୍ରାନ୍ତ ଦେଖାଇ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି ଉପବାଚସ୍ପତି।  ଏହା ପରେ ଏପ୍ରିଲ ୨୫ ଯାଏ ପାକ ସଂସଦକୁ ଉପବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି। ଅନସ୍ଥା ପ୍ରସ୍ତାବ ରଦ୍ଦ ପରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ଯାଲେଞ୍ଚ କରିବ ବୋଲି ବିରୋଧୀ କହିଛନ୍ତି। ସୂଚନା ଅନୁଯାୟୀ, ବିଧାନସଭା ଭଙ୍ଗ କରିବାକୁ ଇମ୍ରାନ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିବା କହିଛନ୍ତି। ଗଣତାନ୍ତ୍ରିକ […]

ଇସଲାମାବାଦ: ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ରଦ୍ଦ କଲେ ଉପବାଚସ୍ପତି । ବିଦେଶୀ ଚକ୍ରାନ୍ତ ଦେଖାଇ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି ଉପବାଚସ୍ପତି।  ଏହା ପରେ ଏପ୍ରିଲ ୨୫ ଯାଏ ପାକ ସଂସଦକୁ ଉପବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି। ଅନସ୍ଥା ପ୍ରସ୍ତାବ ରଦ୍ଦ ପରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ଯାଲେଞ୍ଚ କରିବ ବୋଲି ବିରୋଧୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ହିଂସା: ସାମ୍ପ୍ରଦାୟିକ ସଂଘର୍ଷ ପରେ ପୋଲିସ ଗୁଳିରେ ଜଣେ ମୃତ, ୧୨ରୁ ଅଧିକ ଆହତ

ସୂଚନା ଅନୁଯାୟୀ, ବିଧାନସଭା ଭଙ୍ଗ କରିବାକୁ ଇମ୍ରାନ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିବା କହିଛନ୍ତି। ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ହେବା ଉଚିତ୍ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ବାଚସ୍ପତିଙ୍କ ନିଷ୍ପତ୍ତିରେ ମୁଁ ପ୍ରତ୍ୟେକ ପାକିସ୍ତାନୀଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ଇମ୍ରାନ କହିଛନ୍ତି। ତାଙ୍କ ବିରୁଦ୍ଧରେ ଏକ ବିଦେଶୀ ଷଡଯନ୍ତ୍ର ଥିଲା ବୋଲି ସେ କହିଛନ୍ତି। ସେମାନଙ୍କୁ କିଏ ଶାସନ କରିବା ଉଚିତ ତାହା ପାକିସ୍ତାନ ସ୍ଥିର କରିବ ବୋଲି ଇମ୍ରାନ ଖାନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ର ଆନ୍ଦୋଳନକାରୀଙ୍କ ଉପରୁ ଏଫଆଇଆର ହଟାଇବା ପ୍ରସଙ୍ଗ: ସରକାରଙ୍କ ଲିଖିତ ପ୍ରତିଶ୍ରୁତି ମିଳିନଥିବା କହିଲେ ସିଜେପି ମୁଖପାତ୍ର ସୌରଭ ଦାସ

୩୪୨ ଆସନ ବିଶିଷ୍ଟ ପାକିସ୍ତାନ ଜାତୀୟ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ଅତି କମରେ ୧୭୨ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ତେବେ ବିରୋଧୀ ଦଳଗୁଡ଼ିକର ଜାତୀୟ ସଭାରେ ୧୭୭ ସଦସ୍ୟଙ୍କ ସମର୍ଥନ ରହିଛି ଏବଂ ଶାସକ ଦଳର କିଛି ସଦସ୍ୟ ମଧ୍ୟ ଇମ୍ରାନଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ ଏବଂ ପିପିପି ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀଙ୍କ ବହିଷ୍କାର ପାଇଁ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ମେଣ୍ଟଙ୍କ ନିକଟରେ ୧୭୭ ସାଂସଦଙ୍କ ସମର୍ଥନ ରହିଥବବାରୁ ଇମ୍ରାନଙ୍କ ପଦବୀ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲ॥

ଆହୁରି ପଢ଼ନ୍ତୁ: ଇରାନର ବଡ଼ ଆକ୍ରମଣ: କୁଏତରେ ଚୀନ୍ କମ୍ପାନୀ ଉପରେ ମିସାଇଲ୍ ମାଡ଼, ଜଣଙ୍କର ମୃତ୍ୟୁ

ହେଲେ ଆଜି ପାକିସ୍ତାନ ଜାତୀୟ ସଭାରେ ଇମ୍ରାନ ଖାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ଉପବାଚସ୍ପତି। ସେଠାକାର ବିରୋଧୀ ଦଳ ଭୋଟିଂ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସରକାର ଭାଙ୍ଗିବା ନେଇ ବିଦେଶୀ ଦେଶର ହାତ ଥିବା ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତି ଖାରଜ କରିଦେଇଥିଲେ ।

ସୂଚନା ଅନୁଯାୟୀ, ଇମ୍ରାନ ଶନିବାର ଯୁବପିଢିଙ୍କୁ ସମ୍ବୋଧନ କରି ତାଙ୍କ ସରକାରକୁ ଭାଙ୍ଗିବା ପଛରେ ବିଦେଶୀ ହାତ ରହିଛି ବୋଲି କହିଥିଲେ। ଏଥିପାଇଁ ମୁଖ୍ୟତଃ ଆମେରିକାକୁ ଇମ୍ରାନ ଦାୟୀ କରିଥିଲା ବେଳେ ସାଂସଦମାନେ କୋଟି କୋଟି ଟଙ୍କାରେ ବାହାର ଲୋକଙ୍କ ହାତରେ ବିକ୍ରି ହୋଇଯାଇଛନ୍ତି ବୋଲି ସେ କହିଥିଲେ।

03 Apr 2022 By The Sakala

ଇମ୍ରାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ରଦ୍ଦ କଲେ ଉପବାଚସ୍ପତି

ଇସଲାମାବାଦ: ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ରଦ୍ଦ କଲେ ଉପବାଚସ୍ପତି । ବିଦେଶୀ ଚକ୍ରାନ୍ତ ଦେଖାଇ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି ଉପବାଚସ୍ପତି।  ଏହା ପରେ ଏପ୍ରିଲ ୨୫ ଯାଏ ପାକ ସଂସଦକୁ ଉପବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି। ଅନସ୍ଥା ପ୍ରସ୍ତାବ ରଦ୍ଦ ପରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ଯାଲେଞ୍ଚ କରିବ ବୋଲି ବିରୋଧୀ କହିଛନ୍ତି।

ସୂଚନା ଅନୁଯାୟୀ, ବିଧାନସଭା ଭଙ୍ଗ କରିବାକୁ ଇମ୍ରାନ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିବା କହିଛନ୍ତି। ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ହେବା ଉଚିତ୍ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ବାଚସ୍ପତିଙ୍କ ନିଷ୍ପତ୍ତିରେ ମୁଁ ପ୍ରତ୍ୟେକ ପାକିସ୍ତାନୀଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ଇମ୍ରାନ କହିଛନ୍ତି। ତାଙ୍କ ବିରୁଦ୍ଧରେ ଏକ ବିଦେଶୀ ଷଡଯନ୍ତ୍ର ଥିଲା ବୋଲି ସେ କହିଛନ୍ତି। ସେମାନଙ୍କୁ କିଏ ଶାସନ କରିବା ଉଚିତ ତାହା ପାକିସ୍ତାନ ସ୍ଥିର କରିବ ବୋଲି ଇମ୍ରାନ ଖାନ କହିଛନ୍ତି।

୩୪୨ ଆସନ ବିଶିଷ୍ଟ ପାକିସ୍ତାନ ଜାତୀୟ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ବହିଷ୍କାର କରିବା ପାଇଁ ଅତି କମରେ ୧୭୨ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ତେବେ ବିରୋଧୀ ଦଳଗୁଡ଼ିକର ଜାତୀୟ ସଭାରେ ୧୭୭ ସଦସ୍ୟଙ୍କ ସମର୍ଥନ ରହିଛି ଏବଂ ଶାସକ ଦଳର କିଛି ସଦସ୍ୟ ମଧ୍ୟ ଇମ୍ରାନଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ ଏବଂ ପିପିପି ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀଙ୍କ ବହିଷ୍କାର ପାଇଁ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ମେଣ୍ଟଙ୍କ ନିକଟରେ ୧୭୭ ସାଂସଦଙ୍କ ସମର୍ଥନ ରହିଥବବାରୁ ଇମ୍ରାନଙ୍କ ପଦବୀ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲ॥

ହେଲେ ଆଜି ପାକିସ୍ତାନ ଜାତୀୟ ସଭାରେ ଇମ୍ରାନ ଖାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ଉପବାଚସ୍ପତି। ସେଠାକାର ବିରୋଧୀ ଦଳ ଭୋଟିଂ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସରକାର ଭାଙ୍ଗିବା ନେଇ ବିଦେଶୀ ଦେଶର ହାତ ଥିବା ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତି ଖାରଜ କରିଦେଇଥିଲେ ।

ସୂଚନା ଅନୁଯାୟୀ, ଇମ୍ରାନ ଶନିବାର ଯୁବପିଢିଙ୍କୁ ସମ୍ବୋଧନ କରି ତାଙ୍କ ସରକାରକୁ ଭାଙ୍ଗିବା ପଛରେ ବିଦେଶୀ ହାତ ରହିଛି ବୋଲି କହିଥିଲେ। ଏଥିପାଇଁ ମୁଖ୍ୟତଃ ଆମେରିକାକୁ ଇମ୍ରାନ ଦାୟୀ କରିଥିଲା ବେଳେ ସାଂସଦମାନେ କୋଟି କୋଟି ଟଙ୍କାରେ ବାହାର ଲୋକଙ୍କ ହାତରେ ବିକ୍ରି ହୋଇଯାଇଛନ୍ତି ବୋଲି ସେ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର