କେବଳ ଭାରତ ନୁହେଁ ବିଶ୍ୱର ଏହି ସବୁ ବଡ ଦେଶରେ ଅଗ୍ନିପଥ ପରି ଯୋଜନା ମାଧ୍ୟମରେ ହୋଇଥାଏ ସେନା ନିଯୁକ୍ତି

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା କ୍ଷେତ୍ରର ତିନି ପ୍ରମୁଖ ବିଭାଗ ସ୍ଥଳସେନା, ବାୟୁ ସେନା ଏବଂ ନୌସେନାରେ ୪ ବର୍ଷିଆ ନିଯୁକ୍ତି ଦେବାକୁ ନିକଟରେ କେନ୍ଦ୍ର ସରକାର ଘୋଷଣା କରିଥିବା ‘ଅଗ୍ନିପଥ’ ଯୋଜନାକୁ ନେଇ ଏବେ ସାରା ଦେଶରେ ନିଆଁ ଜଳୁଛି। ଏହି ଯୋଜନାକୁ ବିରୋଧ କରି ଯୁବବର୍ଗ ରାଜରାସ୍ତାକୁ ଓହ୍ଲାଇଥିଲା ବେଳେ ବିକ୍ଷୋଭ ଏବଂ ହିଂସା ଦ୍ବାରା କୋଟି କୋଟି ଟଙ୍କାର ସରକାରୀ ଏବଂ ବେସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ଏହାକୁ ନେଇ ରାଜନୈତିକ ସ୍ତରରେ […]

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା କ୍ଷେତ୍ରର ତିନି ପ୍ରମୁଖ ବିଭାଗ ସ୍ଥଳସେନା, ବାୟୁ ସେନା ଏବଂ ନୌସେନାରେ ୪ ବର୍ଷିଆ ନିଯୁକ୍ତି ଦେବାକୁ ନିକଟରେ କେନ୍ଦ୍ର ସରକାର ଘୋଷଣା କରିଥିବା ‘ଅଗ୍ନିପଥ’ ଯୋଜନାକୁ ନେଇ ଏବେ ସାରା ଦେଶରେ ନିଆଁ ଜଳୁଛି। ଏହି ଯୋଜନାକୁ ବିରୋଧ କରି ଯୁବବର୍ଗ ରାଜରାସ୍ତାକୁ ଓହ୍ଲାଇଥିଲା ବେଳେ ବିକ୍ଷୋଭ ଏବଂ ହିଂସା ଦ୍ବାରା କୋଟି କୋଟି ଟଙ୍କାର ସରକାରୀ ଏବଂ ବେସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ଏହାକୁ ନେଇ ରାଜନୈତିକ ସ୍ତରରେ ବିବାଦ ମଧ୍ୟ ତେଜିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୮ଟି ରାଜ୍ୟରେ ଏହି ଯୋଜନାକୁ ବିରୋଧ କରି ବିକ୍ଷୋଭ କରାଯାଇଥିଲା ବେଳେ ବହୁ ଧନଜୀବନ ନଷ୍ଟ ହୋଇଛି। ଏହି ଯୋଜନା ଭାରତୀୟ ସେନା ପାଇଁ ସାଂପ୍ରତିକ ଆହ୍ବାନ ଏବଂ ଏହାଦ୍ବାରା ସେନା ଆହୁରି ସଶକ୍ତ ହେବା ସହିତ ଶତ୍ରୁପକ୍ଷ ମୁକାବିଲା ପାଇଁ ଅପରିହାର୍ଯ୍ୟ ବୋଲି ସରକାର କହୁଥିଲେ ହେଁ ଏହାକୁ ବୁଝିବାକୁ ଅନେକ ପ୍ରସ୍ତୁତ ନାହାନ୍ତି। କିନ୍ତୁ ଅଗ୍ନିପଥ ଯୋଜନା ମଡେଲକୁ କାର୍ଯ୍ୟକାରୀ କରି ବହୁ ବିଦେଶୀ ରାଷ୍ଟ୍ର ଏବେ ସଫଳତା ହାସଲ କରିଥିଲା ବେଳେ ଭାରତର ସାମରିକ ଦୃଶ୍ୟପଟକୁ ଦୃଷ୍ଟିରେ ରଖି ଏହାକୁ ବିରୋଧ କରିବା ପରିବର୍ତ୍ତେ ଏହାର ବିଭିନ୍ନ ଦିଗରେ ତର୍ଜମା କରିବାର ଆବଶ୍ୟକତା ରହିଛି ବୋଲି ବିଶେଜ୍ଞମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ଆମେରିକା, ଇସ୍ରାଏଲ.ଚୀନ୍‌, ଫ୍ରାନ୍ସ, ରୁଷିଆ ଏବଂ ଜର୍ମାନୀ ଭଳି ବହୁ ଉନ୍ନତ ଏବଂ ସାମରିକ ଶକ୍ତିଶାଳୀ ରାଷ୍ଟ୍ର ଏଭଳି ମଡେଲକୁ ନିଜ ସେନାରେ ସାମିଲ କରି ସଂସ୍କାରଭିତ୍ତିକ ଆଧୁନିକୀକରଣ କରିଛନ୍ତି। ଆମେରିକାରେ ଏହି ମଡେଲକୁ ‘ କନସ୍କ୍ରିପସନ ମଡେଲ’(ବାଧ୍ୟତାମୂଳକ ସେନା ସେବା) ଆକାରରେ ଲାଗୁ କରାଯାଇଛି। ଏଥିପାଇଁ ଏକ ସ୍ବତନ୍ତ୍ର ଆଇନ ଅଣାଯାଇ ପ୍ରତ୍ୟେକ ଆମେରିକୀୟ ପୁରୁଷ ନାଗରିକ ସେନାରେ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ୧୮ ରୁ ୨୫ ବର୍ଷ ବୟସ୍କ ପ୍ରତ୍ୟେକ ନାଗରିକ ସର୍ବନିମ୍ନ ୪ ବର୍ଷ ପାଇଁ ସେନାରେ ଭର୍ତ୍ତି ହେବା ଲାଗି ପଞ୍ଜିକରଣ ବ୍ୟବସ୍ଥା ରହିଛି। ୪ ବର୍ଷ ପରେ ଜଣେ ଚାହିଁଲେ ସେନାରେ ନିୟମିତ ନିଯୁକ୍ତି ଲାଗି ଆବେଦନ କରିପାରିବେ ଏବଂ ସର୍ବାଧିକ ୨୦ ବର୍ଷ ପାଇଁ ପୂର୍ଣ୍ଣ ନିଯୁକ୍ତି ଭିତ୍ତିରେ କାର୍ଯ୍ୟ କରିବାର ନିୟମ ରହିଛି। ଚଳିତ ମାସ ୧୭ ତାରିଖରୁ ଆମେରିକା ସେନା ପକ୍ଷରୁ ‘କ୍ବିକ୍‌ ସିପ’ ନାମରେ ଏକ ୪ ବର୍ଷିଆ ନୂଆ ଯୋଜନା ପ୍ରଣୟନ କରାଯିବା ସହିତ ପ୍ରତ୍ୟେକ ଯବାନଙ୍କୁ ୩୫ ହଜାର ଡଲାର ବୋନସ ଆକାରରେ ଦେବାକୁ ଘୋଷଣା କରାଯାଇଛି। କେବଳ ଆମେରିକା ନୁହେଁ ; ବିଶ୍ବର ସର୍ବବୃହତ ସେନା ଭାବେ ପରିଚିତ ଚୀନରେ ମଧ୍ୟ ଏହି ମଡେଲରେ ସେନାରେ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଚାଇନା ମିଲିଟାରୀ ସେବା ଆଇନ ଅନୁଯାୟୀ ୧୮ ରୁ ୨୨ ବର୍ଷୀୟ ପ୍ରତ୍ୟେକ ପୁରୁଷ ଚାଇନା ନାଗରିକ ସେନାରେ ସେବା ଯୋଗାଇ ଦେବାକୁ ପଞ୍ଜିକରଣ କରିବାକୁ ବାଧ୍ୟ। ସେହିପରି ସାମରିକ କୌଶଳରେ ସାରା ବିଶ୍ବରେ ପ୍ରତିଷ୍ଠାଲାଭ କରିଥିବା ଇସ୍ରାଏଲ ମଧ୍ୟ ଏହି ମଡେଲରେ କାର୍ଯ୍ୟ କରୁଛି। ଏଠାରେ ୧୮ ବର୍ଷ ଅତିକ୍ରମ କରିଥିବା ଜିଉ , ଡ୍ରୁଜ୍‌ କିମ୍ବା କାର୍କାସିଆନ ଇସ୍ରାଏଲୀ ନାଗରିକ ସେନାରେ ସେବା ଯୋଗାଇ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଏପରିକି ମହିଳାମାନଙ୍କୁ ମଧ୍ୟ ଏଥିରେ ସୁଯୋଗ ଦିଆଯାଇଛି। ପଞ୍ଜିକରଣ ପରେ ପୁରୁଷମାନଙ୍କୁ ସର୍ବନିମ୍ନ ୩୨ ମାସ ଏବଂ ମହିଳାମାନଙ୍କୁ ୨୪ ମାସ ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ବିଶ୍ବର ଅନ୍ୟତମ ପ୍ରମୁଖ ଏବଂ ଶକ୍ତିଶାଳୀ ରାଷ୍ଟ୍ର ରୁଷିଆରେ ମଧ୍ୟ ଏହି ମଡେଲରେ କାର୍ଯ୍ୟ କରାଯାଉଛି। ଏଠାରେ ‘କନସ୍କ୍ରିପସନ(ବାଧ୍ୟତାମୂଳକ)’, କଣ୍ଟ୍ରାକ୍ଟ,ଅଲଟରନେଟିଭ୍‌ ଏବଂ ଷ୍ଟେଟ ସିଭିଲିଆନ ସର୍ଭିସ ଭାବେ ସାଧାରଣ ନାଗରିକଙ୍କୁ ସେନାରେ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି।

ଆହୁରି ପଢ଼ନ୍ତୁ: ଡୋଡା ଜଙ୍ଗଲରୁ ଜୈଶ୍ ଆତଙ୍କବାଦୀର ମୃତଦେହ ସହ ଆମେରିକୀୟ M4 କାର୍ବାଇନ୍ ଉଦ୍ଧାର

ଏଥିମଧ୍ୟରୁ ‘କନସ୍କ୍ରିପସନ(ବାଧ୍ୟତାମୂଳକ)’ ଏବଂ କଣ୍ଟ୍ରାକ୍ଟ ଭଳି ଦୁଇଟି ମଡେଲକୁ ମିଶାଇ ହାଇବ୍ରିଡ୍‌ ପଦ୍ଧତି ପ୍ରସ୍ତୁତ କରାଯାଇଛି ଏବଂ ୧୮ ରୁ ୨୭ ବର୍ଷ ବୟସ୍କ ପ୍ରତ୍ୟେକ ପୁରୁଷ ରୁଷ ନାଗରିକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ଯେକୌଣସି ଜରୁରୀକାଳୀନ ସ୍ଥିତିରେ ପ୍ରଶିକ୍ଷିତ ଏହି ଯବାନମାନେ ସେନାକୁ ସେବା ଯୋଗାଇ ଦେବାର ନିୟମ ରହିଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ପ୍ରାୟ ୨ ଲକ୍ଷ ୨୫ ହଜାର କଣ୍ଟ୍ରାକ୍ଯ ହୋଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଏହି ବ୍ୟବସ୍ଥାରେ ୪ ଲକ୍ଷରୁ ଅଧିକ ଯବାନ ରୁଷ ସେନାକୁ ସେବା ଯୋଗାଇ ଦେଉଛନ୍ତି। ୟୁରୋପର ଅନ୍ୟତମ ପ୍ରମୁଖ ରାଷ୍ଟ୍ର ଜର୍ମାନୀରେ ମଧ୍ୟ ଏଭଳି ବ୍ୟବସ୍ଥା ରହିଛି।ପୂର୍ବରୁ ସେନାରେ ଯୋଗ ଦେବା ନେଇ ବାଧ୍ୟତାମୂଳକ ବ୍ୟବସ୍ଥାକୁ ୨୦୧୧ରେ ପ୍ରତ୍ୟାହାର କରି ନିଆଯାଇଥିଲା ବେଳେ ଏବେ ସ୍ବତଃପ୍ରବୃତ ଭାବେ ସେନାରେ ଯୋଗ ଦେବାର ନିୟମ କରାଯାଇଛି। ଅତି କମ୍‌ରେ ୧୭ ବର୍ଷ ବୟସ୍କଜଣେ ଜର୍ମାନୀ ଯୁବକ ସର୍ବନିମ୍ନ ୭ ମାସ ଏବଂ ୨୩ ମାସ ପର୍ଯ୍ୟନ୍ତ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି। ପ୍ରକୃତରେ ଅଗ୍ନିପଥ ମଡେଲକୁ ଭାରତରେ କାର୍ଯ୍ୟକାରୀ କରିବାକୁ ୧୯୮୯ ମସିହାରେ ପରିକଳ୍ପନା କରାଯାଇଥିଲା। କିନ୍ତୁ ବିଭିନ୍ନ କାରଣକୁ ନେଇ ଏହା ହୋଇପାରି ନ ଥÒଲା। ତେବେ ଭାରତର ସାଂପ୍ରତିକ ସ୍ଥିତି ଏବଂ ଶତ୍ରୁପକ୍ଷକୁ ଦୃଷ୍ଟିରେ ରଖି ଏଭଳି ଯୋଜନା କାର୍ଯ୍ୟକାରିତା କେତେ ଆବଶ୍ୟକ ତାହା ବିଚାର କରିବାର ସମୟ ଆସିଛି ବୋଲି ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର