ନିର୍ବାଚନୀ ପ୍ରକ୍ରିୟାରେ ଆସିବ ନୂଆ ସଂସ୍କାର : ଭୋଟ ପରିଚୟ ପତ୍ରରେ ସଂଯୋଗ ହେବ ଆଧାର

The Sakala Picture
Published On

ନୂଆଦିଲ୍ଲୀ :  ନିର୍ବାଚନ ପ୍ରକ୍ରିୟାରେ ନୂଆ ସଂସ୍କାର ଆଣିବା ଲାଗି କେନ୍ଦ୍ର ସରକାର ଚଳିତ ଶୀତ ଅଧିବେଶନରେ କେତେକ ବିଲ ଆଣିବାକୁ ଯାଉଛନ୍ତି । ବୁଧବାର ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯାଇଥିବା ଜଣାପଡିଛି । ବିଲ ଗୃହିତ ହେଲେ ଭୋଟର ପରିଚୟ ପତ୍ରରେ ଆଧାର କାର୍ଡ ସଂଯୋଗ କରାଯିବା ଲାଗି ନିର୍ବାଚନ କମିଶନଙ୍କୁ ଅନୁମତି ମିଳିବ । ବିଲ୍ ଅନୁଯାୟୀ, ଆଗାମୀ ସମୟରେ ଭୋଟର ଆଇଡି କାର୍ଡ ସହ ଆଧାର କାର୍ଡ ନମ୍ବର ସଂଯୋଗ […]

ନୂଆଦିଲ୍ଲୀ :  ନିର୍ବାଚନ ପ୍ରକ୍ରିୟାରେ ନୂଆ ସଂସ୍କାର ଆଣିବା ଲାଗି କେନ୍ଦ୍ର ସରକାର ଚଳିତ ଶୀତ ଅଧିବେଶନରେ କେତେକ ବିଲ ଆଣିବାକୁ ଯାଉଛନ୍ତି । ବୁଧବାର ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯାଇଥିବା ଜଣାପଡିଛି । ବିଲ ଗୃହିତ ହେଲେ ଭୋଟର ପରିଚୟ ପତ୍ରରେ ଆଧାର କାର୍ଡ ସଂଯୋଗ କରାଯିବା ଲାଗି ନିର୍ବାଚନ କମିଶନଙ୍କୁ ଅନୁମତି ମିଳିବ ।

ଆହୁରି ପଢ଼ନ୍ତୁ: ଆଦିତ୍ୟ ଠାକରେ ଓ ଅନିଲ ଦେଶମୁଖଙ୍କୁ ୫୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲେ ଦିଶା ସାଲିଆନଙ୍କ ବାପା

ବିଲ୍ ଅନୁଯାୟୀ, ଆଗାମୀ ସମୟରେ ଭୋଟର ଆଇଡି କାର୍ଡ ସହ ଆଧାର କାର୍ଡ ନମ୍ବର ସଂଯୋଗ କରାଯିବ । ନିର୍ବାଚନ ଆୟୋଗର ସୁପାରିଶ ଆଧାରରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଧାରକୁ ଭୋଟର ID ସହିତ ଲିଙ୍କ୍ କରିବା ଦ୍ୱାରା ନକଲି ଭୋଟର ବା ଜାଲିଆତି କରି ଗୋଟିଏ ନାଁରେ ଦୁଇଟି ଜାଗାରେ ଭୋଟ ଦେଇ ହେବନାହିଁ। ତେବେ ଏହି ସଂଯୋଗକୁ ବାଧ୍ୟତାମୂଳକ କରାଯିବ ନାହିଁ । ସୁପ୍ରିମକୋର୍ଟ ଗୋପନୀୟତା ଅଧିକାର ସଂକ୍ରାନ୍ତ ରାୟ ଆଧାରରେ ଏହାକୁ ଇଚ୍ଛାଧୀନ ରଖିବା ପାଇଁ ଚିନ୍ତା କରାଯାଉଛି ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୬ରୁ ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ (UPI) ପେମେଣ୍ଟ ଗ୍ରହଣ କରାଯିବ ନାହିଁ

ସେହିପରି ପୂର୍ବରୁ ୧୮ ବର୍ଷରେ ପାଦ ଦେଉଥିବା ନୂଆ ଭୋଟରଙ୍କ ପାଇଁ ବର୍ଷକରେ ଥରେ ପଞ୍ଜୀକରଣର ସୁଯୋଗ ମିଳୁଥିଲା । ନୂଆ ବ୍ୟବସ୍ଥାରେ ବର୍ଷକୁ ୪ ଥର ନୂଆ ଭୋଟର ପଞ୍ଜୀକରଣ କରିପାରିବେ । କ୍ୟାବିନେଟ ଅନୁମୋଦନ ପରେ ଜନପ୍ରତିନିଧି ଆଇନ ୧୯୫୧ ଏବଂ ଆଧାର ଆଇନ ୨୦୧୬ ସଂଶୋଧନ ପାଇଁ ସଂସଦର ଚଳିତ ଅଧିବେଶନରେ ବିଲ୍ ଆସିବ । ତେବେ ଆଧାର କାର୍ଡ-ଭୋଟର ପରିଚୟପତ୍ର ଲିଙ୍କକୁ ବାଧ୍ୟତାମୂଳକ କରାଯାଇନାହିଁ । ଆଧାର ଏବଂ ଭୋଟର ପରିଚୟ ସଂଯୋଗ ମାମଲାରେ ସୁପ୍ରିମକୋର୍ଟଙ୍କ ଗୋପନୀୟତା ନିଷ୍ପତ୍ତିର ଅଧିକାରକୁ ବିଚାରକୁ ନିଆଯିବ। ନିର୍ବାଚନ ଆୟୋଗକୁ ଅଧିକ କ୍ଷମତା ଦେବା ପାଇଁ ସରକାର ଏହି ପଦକ୍ଷେପ ନେବେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ଆମେରିକାର ଶକ୍ତି ପ୍ରଦର୍ଶନ: 'ତରଙ୍ଗ ଶକ୍ତି' ଯୁଦ୍ଧାଭ୍ୟାସରେ ସାମିଲ ହେବ ଘାତକ 'F-35' ଫାଇଟର ଜେଟ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର