କ୍ଷୁଦ୍ର ବିମାନ ଉଡ଼ାଣ ପାଇଁ କେତେ ସୁରକ୍ଷିତ ନେପାଳ ପାର୍ବତ୍ୟାଞ୍ଚଳ, ପ୍ରତିବର୍ଷ ବଢ଼ିଚାଲିଛି ଦୁର୍ଘଟଣା

The Sakala Picture
Published On

ନୂଆଦିଲ୍ଲୀ : ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୪ ଓଡ଼ିଆ ଯାତ୍ରୀଙ୍କ ସହ ୨୨ ଜଣଙ୍କୁ ନେଇ ଯାଉଥିବା ଏହି କ୍ଷୁଦ୍ର ବିମାନର ଭଗ୍ନାବଶେଷ ଠାବ କରାଯାଇଥିଲା ବେଳେ ଯାତ୍ରୀଙ୍କ ବିଷୟରେ କିଛି ସ୍ପଷ୍ଟ କରାଯାଇ ନାହିଁ। ବିମାନଟି ଯାତ୍ରା ଆରମ୍ଭ କରିବାର ମାତ୍ର କିଛି ମିନିଟ ପରେ ତଳକୁ ଖସିପଡ଼ିଥିଲା ବେଳେ ମୁସ୍ତାଙ୍ଗ ଜିଲ୍ଲାର ଲାମଚି ନଦୀ କୂଳରୁ ବିମାନର ଭଗ୍ନାବଶେଷ ଉଦ୍ଧାର କରାଯାଇଛି। ସାଧାରଣତଃ ନେପାଳ ଭଳି ଏକ […]

ନୂଆଦିଲ୍ଲୀ : ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୪ ଓଡ଼ିଆ ଯାତ୍ରୀଙ୍କ ସହ ୨୨ ଜଣଙ୍କୁ ନେଇ ଯାଉଥିବା ଏହି କ୍ଷୁଦ୍ର ବିମାନର ଭଗ୍ନାବଶେଷ ଠାବ କରାଯାଇଥିଲା ବେଳେ ଯାତ୍ରୀଙ୍କ ବିଷୟରେ କିଛି ସ୍ପଷ୍ଟ କରାଯାଇ ନାହିଁ। ବିମାନଟି ଯାତ୍ରା ଆରମ୍ଭ କରିବାର ମାତ୍ର କିଛି ମିନିଟ ପରେ ତଳକୁ ଖସିପଡ଼ିଥିଲା ବେଳେ ମୁସ୍ତାଙ୍ଗ ଜିଲ୍ଲାର ଲାମଚି ନଦୀ କୂଳରୁ ବିମାନର ଭଗ୍ନାବଶେଷ ଉଦ୍ଧାର କରାଯାଇଛି। ସାଧାରଣତଃ ନେପାଳ ଭଳି ଏକ ପାର୍ବତ୍ୟପୂର୍ଣ୍ଣ ରାଷ୍ଟ୍ରର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଏଭଳି ଛୋଟ ବିମାନ ଉଡାଣ କରିଥିବା ବେଳେ ବିଭିନ୍ନ ଦେଶରୁ ଆସିଥିବା ପର୍ଯ୍ୟଟକମାନେ ହିମାଳୟର ସୌନ୍ଦର୍ଯ୍ୟ ଏବଂ ସୁଦୂର ପାହାଡ଼ର ମନୋଲୋଭା ଦୃଶ୍ୟକୁ ଉପଭୋଗ କରିବା ଲକ୍ଷ୍ୟରେ ବିମାନ ଯାତ୍ରା କରିଥାଆନ୍ତି। ଏପରିକି ନେପାଳ ରୁଟ୍‌ ଦେଇ ଅନେକ ଯାତ୍ରୀ ପ୍ରସିଦ୍ଧ ମାନସରୋବର ସ୍ଥଳକୁ ମଧ୍ୟ ଯାତ୍ରା କରିଥାଆନ୍ତି। ହେଲେ ନେପାଳ ଭଳି ଏକ ପାର୍ବତ୍ୟପୂର୍ଣ୍ଣ ଅଞ୍ଚଳରେ ଏଭଳି ଛୋଟ ଛୋଟ ବିମାନ ଦ୍ବାରା ଯାତ୍ରା କେତେ ଦୂର ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିଛି। କାରଣ ପ୍ରତିବର୍ଷ ଏଭଳି ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି। ବିଗତ ୧୦ ବର୍ଷ ମଧ୍ୟରେ ନେପାଳରେ ଘଟିଥିବା ଦୁର୍ଘଟଣା ସଂଖ୍ୟାକୁ ନେଇ ବିଶ୍ଳେଷଣ କଲେ ପ୍ରତିବର୍ଷ ଗୋଟିଏ କିମ୍ବା ଦୁଇଟି ଦୁର୍ଘଟଣା ଘଟୁଥିବା ଦେଖାଯାଉଛି।

ଆହୁରି ପଢ଼ନ୍ତୁ: ଦୁବାଇରେ ବିଶ୍ୱର ପ୍ରଥମ ଏଆଇ ସ୍ମାର୍ଟ ବସ୍‌ ଷ୍ଟେସନ ଉଦ୍‌ଘାଟିତ

୨୦୧୮ରେ ୟୁଏସ-ବାଂଲା ଏୟାରଲାଇନ୍ସର ଏକ ଘରୋଇ ବିମାନ ଢାକା ରୁ କାଠମାଣ୍ଡୁ ଯାଉଥିଲା ବେଳେ ଏହା ନେପାଳର ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରୁଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୫୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପୂର୍ବରୁ ତାରା ଏୟାର ଫ୍ଲାଇଟ୍‌ର ଏକ ବିମାନ ପୋଖରାରୁ ଜୋମସନ ଯାଉଥିଲା ବେଳେ ଯାତ୍ରା ଆରମ୍ଭ କରିବାର କିଛି ସମୟ ମଧ୍ୟରେ ରାଡାରରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ପରେ ପରେ ମିଗାଡି ଅଞ୍ଚଳରୁ ଏହାର ଭଗ୍ନାବଶେଷ ଉଦ୍ଧାର କରାଯାଇଥିଲା ବେଳେ ଏଥିରେ ଯାତ୍ରା କରୁଥିବା ୨୦ ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ୨୦୧୨ରେ ନେପାଳର ସୀତା ଏୟାର ଏୟାର କାଠମାଣ୍ଡୁରୁ ଲୁକଲା ଟାଉନ ଯାଉଥିଲା ବେଳେ ଏକ ନଦୀ ମଧ୍ୟକୁ ଖସିପଡ଼ିଥିଲା। ଯେଉଁଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହିବର୍ଷ ଅଗ୍ନି ଏୟାର ନାମକ ଆଉ ଏକ ଘରୋଇ ବିମାନ ପୋଖରାରୁ ଜୋମସନ ଯାଉଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାସ୍ଥଳରୁ ମାତ୍ର ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଏଲ୍-ନିନୋ ଆଣିବ ହିଂସାତ୍ମକ ସଂଘର୍ଷ! ନୂଆ ଅଧ୍ୟୟନରୁ ଚାଞ୍ଚଲ୍ୟକର ଖୁଲାସା

ସେହିପରି ୨୦୧୧ରେ ବୁଦ୍ଧ ଏୟାର କାଠମାଣ୍ଡୁ ଉପତ୍ୟକାର ଲଲିତପୁର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୦ରେ ମଧ୍ୟ ତାରା ଏୟାର ଏବଂ ଅଗ୍ନି ଏୟାର ଭଳି ଦୁଇଟି ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବେଳେ ଏଥିରେ ଯଥାକ୍ରମେ ୨୨ ଏବଂ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା। ପାହାଡ଼ିଆ ଅଞ୍ଚଳରେ ଖରାପ ପାଗ ଏବଂ ଉନ୍ନତ ରାଡାର ବ୍ୟବସ୍ଥାର ଅଭାବରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ଆୟ କରିବା ନିଶାରେ ଘରୋଇ ବିମାନ କମ୍ପାନୀଗୁଡିକ ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡିକୁ ଏଭଳି ବିମାନ ସେବା ଯୋଗାଇ ଦେବାରୁ ବିରତ ହେଉନାହାନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ସେନାର ବଡ଼ ସଫଳତା: ମିଳିତ ଅପରେସନରେ ନିହତ ହେଲା ଆଇଏସଆଇଏସର ଦ୍ୱିତୀୟ ବଡ଼ ଆତଙ୍କବାଦୀ ଅବୁ-ବିଲାଲ

30 May 2022 By The Sakala

କ୍ଷୁଦ୍ର ବିମାନ ଉଡ଼ାଣ ପାଇଁ କେତେ ସୁରକ୍ଷିତ ନେପାଳ ପାର୍ବତ୍ୟାଞ୍ଚଳ, ପ୍ରତିବର୍ଷ ବଢ଼ିଚାଲିଛି ଦୁର୍ଘଟଣା

ନୂଆଦିଲ୍ଲୀ : ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୪ ଓଡ଼ିଆ ଯାତ୍ରୀଙ୍କ ସହ ୨୨ ଜଣଙ୍କୁ ନେଇ ଯାଉଥିବା ଏହି କ୍ଷୁଦ୍ର ବିମାନର ଭଗ୍ନାବଶେଷ ଠାବ କରାଯାଇଥିଲା ବେଳେ ଯାତ୍ରୀଙ୍କ ବିଷୟରେ କିଛି ସ୍ପଷ୍ଟ କରାଯାଇ ନାହିଁ। ବିମାନଟି ଯାତ୍ରା ଆରମ୍ଭ କରିବାର ମାତ୍ର କିଛି ମିନିଟ ପରେ ତଳକୁ ଖସିପଡ଼ିଥିଲା ବେଳେ ମୁସ୍ତାଙ୍ଗ ଜିଲ୍ଲାର ଲାମଚି ନଦୀ କୂଳରୁ ବିମାନର ଭଗ୍ନାବଶେଷ ଉଦ୍ଧାର କରାଯାଇଛି। ସାଧାରଣତଃ ନେପାଳ ଭଳି ଏକ ପାର୍ବତ୍ୟପୂର୍ଣ୍ଣ ରାଷ୍ଟ୍ରର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଏଭଳି ଛୋଟ ବିମାନ ଉଡାଣ କରିଥିବା ବେଳେ ବିଭିନ୍ନ ଦେଶରୁ ଆସିଥିବା ପର୍ଯ୍ୟଟକମାନେ ହିମାଳୟର ସୌନ୍ଦର୍ଯ୍ୟ ଏବଂ ସୁଦୂର ପାହାଡ଼ର ମନୋଲୋଭା ଦୃଶ୍ୟକୁ ଉପଭୋଗ କରିବା ଲକ୍ଷ୍ୟରେ ବିମାନ ଯାତ୍ରା କରିଥାଆନ୍ତି। ଏପରିକି ନେପାଳ ରୁଟ୍‌ ଦେଇ ଅନେକ ଯାତ୍ରୀ ପ୍ରସିଦ୍ଧ ମାନସରୋବର ସ୍ଥଳକୁ ମଧ୍ୟ ଯାତ୍ରା କରିଥାଆନ୍ତି। ହେଲେ ନେପାଳ ଭଳି ଏକ ପାର୍ବତ୍ୟପୂର୍ଣ୍ଣ ଅଞ୍ଚଳରେ ଏଭଳି ଛୋଟ ଛୋଟ ବିମାନ ଦ୍ବାରା ଯାତ୍ରା କେତେ ଦୂର ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିଛି। କାରଣ ପ୍ରତିବର୍ଷ ଏଭଳି ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି। ବିଗତ ୧୦ ବର୍ଷ ମଧ୍ୟରେ ନେପାଳରେ ଘଟିଥିବା ଦୁର୍ଘଟଣା ସଂଖ୍ୟାକୁ ନେଇ ବିଶ୍ଳେଷଣ କଲେ ପ୍ରତିବର୍ଷ ଗୋଟିଏ କିମ୍ବା ଦୁଇଟି ଦୁର୍ଘଟଣା ଘଟୁଥିବା ଦେଖାଯାଉଛି।

୨୦୧୮ରେ ୟୁଏସ-ବାଂଲା ଏୟାରଲାଇନ୍ସର ଏକ ଘରୋଇ ବିମାନ ଢାକା ରୁ କାଠମାଣ୍ଡୁ ଯାଉଥିଲା ବେଳେ ଏହା ନେପାଳର ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରୁଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୫୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପୂର୍ବରୁ ତାରା ଏୟାର ଫ୍ଲାଇଟ୍‌ର ଏକ ବିମାନ ପୋଖରାରୁ ଜୋମସନ ଯାଉଥିଲା ବେଳେ ଯାତ୍ରା ଆରମ୍ଭ କରିବାର କିଛି ସମୟ ମଧ୍ୟରେ ରାଡାରରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ପରେ ପରେ ମିଗାଡି ଅଞ୍ଚଳରୁ ଏହାର ଭଗ୍ନାବଶେଷ ଉଦ୍ଧାର କରାଯାଇଥିଲା ବେଳେ ଏଥିରେ ଯାତ୍ରା କରୁଥିବା ୨୦ ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ୨୦୧୨ରେ ନେପାଳର ସୀତା ଏୟାର ଏୟାର କାଠମାଣ୍ଡୁରୁ ଲୁକଲା ଟାଉନ ଯାଉଥିଲା ବେଳେ ଏକ ନଦୀ ମଧ୍ୟକୁ ଖସିପଡ଼ିଥିଲା। ଯେଉଁଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହିବର୍ଷ ଅଗ୍ନି ଏୟାର ନାମକ ଆଉ ଏକ ଘରୋଇ ବିମାନ ପୋଖରାରୁ ଜୋମସନ ଯାଉଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାସ୍ଥଳରୁ ମାତ୍ର ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସେହିପରି ୨୦୧୧ରେ ବୁଦ୍ଧ ଏୟାର କାଠମାଣ୍ଡୁ ଉପତ୍ୟକାର ଲଲିତପୁର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୦ରେ ମଧ୍ୟ ତାରା ଏୟାର ଏବଂ ଅଗ୍ନି ଏୟାର ଭଳି ଦୁଇଟି ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବେଳେ ଏଥିରେ ଯଥାକ୍ରମେ ୨୨ ଏବଂ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା। ପାହାଡ଼ିଆ ଅଞ୍ଚଳରେ ଖରାପ ପାଗ ଏବଂ ଉନ୍ନତ ରାଡାର ବ୍ୟବସ୍ଥାର ଅଭାବରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ଆୟ କରିବା ନିଶାରେ ଘରୋଇ ବିମାନ କମ୍ପାନୀଗୁଡିକ ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡିକୁ ଏଭଳି ବିମାନ ସେବା ଯୋଗାଇ ଦେବାରୁ ବିରତ ହେଉନାହାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର