ଇଥିଓପିଆ ସଂସଦରେ ମୋଦୀଙ୍କ ଅଭିଭାଷଣ: 'ବନ୍ଧୁତାର ନୂଆ ଅଧ୍ୟାୟ ଲେଖୁଛନ୍ତି ଭାରତ ଓ ଇଥିଓପିଆ'

Madhusudan Das Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରି ଦୁଇ ଦେଶର ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବା ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି,'' ଏହା ମୋ ପାଇଁ ଗର୍ବର ବିଷୟ କି ଲୋକତନ୍ତ୍ରର ମନ୍ଦିରକୁ ଆସିଛି । ବନ୍ଧୁତାର ନୂଆ ଅଧ୍ୟାୟ ଲେଖୁଛନ୍ତି ଭାରତ ଓ ଇଥିଓପିଆ । ମନ ମିଶିଲା ପର୍ବତ ବି ଆପେ ଆପେ ରାସ୍ତା ଦେଖାଏ । ଇଥିଓପିଆ ସିଂହଙ୍କ ଦେଶ ମୁଁ ଏଠାକୁ ଆସି ବେଶ୍ ଆନନ୍ଦିତ । ଏଠାକୁ ମୁଁ ଆସି ନିଜ ଘରକୁ ଆସିବା ପରି ଅନୁଭବ କରୁଛି । କାରଣ ମୋ ଦେଶ ଭାରତରେ ମୋର ଗୃହ ରାଜ୍ୟ ଗୁଜରାଟକୁ ସିଂହ ଧରତ୍ରୀ ବୋଲି କୁହାଯାଏ । ଆମ ରାଷ୍ଟ୍ରୀୟ ଗୀତ 'ବନ୍ଦେ ମାତରମ୍' ପରି ଇଥିଓପିଆ ଜାତୀୟ ସଙ୍ଗୀତ । ଆମର ଦୃଷ୍ଟିକୋଣ ହେଉଛି ଏପରି ଏକ ବିଶ୍ୱ ଯେଉଁଠାରେ ଗ୍ଲୋବାଲ୍ ସାଉଥ୍ କାହା ବିରୁଦ୍ଧରେ ନୁହେଁ, ବରଂ ସମସ୍ତଙ୍କ ପାଇଁ । "

ଆହୁରି ପଢ଼ନ୍ତୁ: ବାୟୁସେନାରେ ସାମିଲ ହେବ ୧୧୪ ନୂଆ ରାଫେଲ, ମାକ୍ରୋନଙ୍କ ଭାରତ ଗସ୍ତ ପୂର୍ବରୁ ହୋଇପାରେ ବଡ଼ ଚୁକ୍ତି

ଏହି ଅବସରରେ ସେ କହିଛନ୍ତି ଯେ ଗ୍ଲୋବାଲ ସାଉଥ୍ ବା ଦକ୍ଷିଣ ବିଶ୍ୱର ଉତ୍ଥାନ କୌଣସି ଦେଶ ବିରୋଧରେ ନୁହେଁ, ବରଂ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ଭାରତ ଓ ଇଥିଓପିଆର ଦୃଷ୍ଟିକୋଣ ସମାନ ଏବଂ ଉଭୟ ଦେଶ ବିକାଶ ପଥରେ ନିଜ ଭାଗ୍ୟ ନିଜେ ଲେଖୁଛନ୍ତି।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପ୍ ଓ ମେଟାକୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ: 'ଡାଟା ଗୋପନୀୟତା ରକ୍ଷା କର, ନଚେତ୍ ଭାରତ ଛାଡ଼ି ପଳାଅ'

ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ ସେ ଏବଂ ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲି ଦ୍ୱିପାକ୍ଷିକ ସମ୍ପର୍କକୁ ଏକ 'ରଣନୈତିକ ଭାଗିଦାରୀ' (Strategic Partnership) ସ୍ତରକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ଫଳରେ ପ୍ରଯୁକ୍ତିବିଦ୍ୟା, ଉଦ୍ଭାବନ, ଖଣି, ସ୍ଥାୟୀ ବିକାଶ ଏବଂ ସ୍ୱଚ୍ଛ ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ଆହୁରି ମଜବୁତ ହେବ।

ଆହୁରି ପଢ଼ନ୍ତୁ: 'କୋରିଆନ୍ ଲଭର୍' ଗେମ୍‌ର ଭୟଙ୍କର ପରିଣାମ: ୯ମ ମହଲାରୁ ଡେଇଁ ୩ ଭଉଣୀଙ୍କ ଆତ୍ମହତ୍ୟା

ଇଥିଓପିଆରେ ଭାରତୀୟ କମ୍ପାନୀଗୁଡ଼ିକ ସବୁଠାରୁ ବଡ଼ ବିଦେଶୀ ନିବେଶକଙ୍କ ମଧ୍ୟରେ ଅନ୍ୟତମ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଟେକ୍ସଟାଇଲ୍, ଉତ୍ପାଦନ, କୃଷି ଏବଂ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରରେ ଭାରତୀୟ କମ୍ପାନୀଗୁଡ଼ିକ ୫ ବିଲିୟନ ଡଲାରରୁ ଅଧିକ ନିବେଶ କରିଛନ୍ତି। ଏହି ନିବେଶ ଦ୍ୱାରା ସେଠାରେ ୭୫,୦୦୦ରୁ ଅଧିକ ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି।

ଐତିହାସିକ ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୯୪୧ ମସିହାରେ ଇଥିଓପିଆର ମୁକ୍ତି ସଂଗ୍ରାମରେ ଭାରତୀୟ ସୈନିକମାନେ କାନ୍ଧରେ କାନ୍ଧ ମିଶାଇ ଲଢ଼ିଥିଲେ। କରୋନା ମହାମାରୀ ସମୟର କଥା ଉଲ୍ଲେଖ କରି ସେ କହିଛନ୍ତି ଯେ, ସୀମିତ ସମ୍ବଳ ସତ୍ତ୍ୱେ ଭାରତ ମାନବିକତା ପାଇଁ ନିଜର ଦାୟିତ୍ୱ ନିଭାଇଥିଲା। ସଙ୍କଟ ସମୟରେ ଭାରତ ୧୫୦ରୁ ଅଧିକ ଦେଶକୁ ଔଷଧ ଯୋଗାଇଥିବା ବେଳେ ଇଥିଓପିଆକୁ ୪ ମିଲିୟନରୁ ଅଧିକ କରୋନା ଟିକା ପ୍ରଦାନ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp