ନକଲି ଇସ୍ରୋ ବୈଜ୍ଞାନିକର କାରନାମା: ବିବାହ ପ୍ରତିଶ୍ରୁତି ଦେଇ ପୁଣେ ଯୁବତୀଙ୍କ ଠାରୁ ୪୨ ଲକ୍ଷ ଠକେଇ

Suryakanta Picture
Published On

ପୁଣେର ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ୪୨ ଲକ୍ଷ ଟଙ୍କା ଠକେଇ କରାଯାଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ଠକ ଜଣକ ନିଜକୁ 'ଇସ୍ରୋ' (ISRO) ର ବୈଜ୍ଞାନିକ ବୋଲି ପରିଚୟ ଦେଇ ମାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ଏନେଇ ପୀଡିତା ୱାକଡ ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ମାଟ୍ରିମୋନିଆଲ୍ ସାଇଟରେ ପକାଇଥିଲା ଜାଲ

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତର ନାମ ଆଦର୍ଶ ପ୍ରଶାନ୍ତ ମ୍ହାତ୍ରେ (୩୬) ଏବଂ ସେ ରାୟଗଡର ଅଲିବାଗ ଅଞ୍ଚଳର ବାସିନ୍ଦା। ସେ ଏକ ପ୍ରମୁଖ ମାଟ୍ରିମୋନିଆଲ୍ ସାଇଟରେ 'ଜୟେଶ ପାଟିଲ' ନାମରେ ଏକ ନକଲି ପ୍ରୋଫାଇଲ୍ ତିଆରି କରିଥିଲା। ସେଥିରେ ସେ ନିଜକୁ ଇସ୍ରୋର ବୈଜ୍ଞାନିକ ବୋଲି ଦର୍ଶାଇଥିଲା ଏବଂ ନଭି ମୁମ୍ବାଇରେ ରହୁଥିବା ଦାବି କରିଥିଲା। ପୁଣେର ହିଞ୍ଜେୱାଡିରେ କାମ କରୁଥିବା ୩୦ ବର୍ଷୀୟା ପୀଡିତାଙ୍କ ସହ ତାର ସମ୍ପର୍କ ଗଢିଉଠିବା ପରେ ଅଭିଯୁକ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲା।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଜମି କିଣିବା ବାହାନାରେ ଲୁଟ୍

ବିବାହର ମିଥ୍ୟା ସ୍ୱପ୍ନ ଦେଖାଇ ଅଭିଯୁକ୍ତ ଜଣକ ପୀଡିତାଙ୍କ ବିଶ୍ୱାସ ଜିତିଥିଲା। ଏହାପରେ ବିଭିନ୍ନ ବାହାନା ଦେଖାଇ ସେ ଟଙ୍କା ମାଗିବା ଆରମ୍ଭ କରିଥିଲା। କେତେବେଳେ ଜମି କିଣିବା ପାଇଁ ତ ଆଉ କେତେବେଳେ ଟ୍ରେନିଂ ପାଇଁ ଟଙ୍କା ଦରକାର ବୋଲି କହି ସେ ପ୍ରାୟ ୪୨.୬୪ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରାଇ ନେଇଥିଲା। ନଭେମ୍ବର ୨୦୨୪ ରୁ ଜାନୁଆରୀ ୨୦୨୫ ମଧ୍ୟରେ ଏହି ଠକେଇ ହୋଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ଜୁଆ ଆଡ୍ଡାରେ ଉଡାଉଥିଲା ଟଙ୍କା

ଯେତେବେଳେ ଯୁବତୀ ଜଣକ ଠକେଇର ଶିକାର ହୋଇଛନ୍ତି ବୋଲି ଜାଣିବାକୁ ପାଇଲେ, ସେ ତୁରନ୍ତ ସାଇବର ପୋଲିସର ଦ୍ୱାରସ୍ଥ ହୋଇଥିଲେ। ପୋଲିସର ତତ୍ପରତା ଯୋଗୁଁ ଠକେଇ ହୋଇଥିବା ଅର୍ଥରାଶି ମଧ୍ୟରୁ ପ୍ରାୟ ୧୬.୬୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇ ପାରିଛି। ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ଆଦର୍ଶ ଜଣେ ପେଶାଦାର ଠକ ଏବଂ ସେ ପୂର୍ବରୁ ଅନେକ ମହିଳାଙ୍କୁ ଏଭଳି ଠକିଛି। ଠକେଇ ଟଙ୍କାରେ ସେ ଗୋଆର କ୍ୟାସିନୋରେ ଜୁଆ ଖେଳୁଥିବା ପୋଲିସ ଜାଣିବାକୁ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର