ପ୍ରେମର ନାହିଁ ବୟସ ସୀମା: ୬୦ ବର୍ଷୀୟ ହିନ୍ଦୁ ପ୍ରିନ୍ସିପାଲଙ୍କୁ ବିବାହ କଲେ ୨୮ ବର୍ଷୀୟ ମୁସଲିମ ଶିକ୍ଷୟିତ୍ରୀ, ନେପାଳରେ ପଡ଼ିଲା ହାତଗଣ୍ଠି

Suryakanta Picture
Published On

ବିହାରର ମୁଜାଫରପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ୬୦ ବର୍ଷୀୟ ସ୍କୁଲ ପ୍ରିନ୍ସିପାଲ ନିଜ ବିଦ୍ୟାଳୟର ୨୮ ବର୍ଷୀୟା ମୁସଲିମ ଶିକ୍ଷୟିତ୍ରୀଙ୍କ ସହ ପ୍ରେମ ବିବାହ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଉଭୟଙ୍କ ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ନେପାଳରେ ହେଲା ବିବାହ

ରିପୋର୍ଟ ଅନୁଯାୟୀ, ପ୍ରିନ୍ସିପାଲ ରାକେଶ ସାହ ଏବଂ ଶିକ୍ଷୟିତ୍ରୀ ଶାଇସ୍ତା ପରଭୀନ ନେପାଳର ଜନକପୁର ଧାମରେ ବିବାହ କରିଛନ୍ତି। ବିବାହ ପରେ ଶିକ୍ଷୟିତ୍ରୀ ଶାଇସ୍ତା ଏକ ଭିଡିଓ ଜାରି କରି ନିଜ ଇଚ୍ଛାରେ ବିବାହ କରିଥିବା କଥା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଉପରେ କୌଣସି ଚାପ ନାହିଁ ଏବଂ ସେ ନିଜ ଖୁସିରେ ଏହି ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ

ପରିବାରର ଅଭିଯୋଗ ଓ ପୋଲିସ ତଦନ୍ତ

ଅନ୍ୟପକ୍ଷରେ, ଶିକ୍ଷୟିତ୍ରୀଙ୍କ ପରିବାର ଲୋକେ ଏହାକୁ ଅପହରଣ ଏବଂ ଜବରଦସ୍ତି ଧର୍ମ ପରିବର୍ତ୍ତନ ବୋଲି ଅଭିଯୋଗ କରି ଥାନାରେ ମାମଲା ରୁଜୁ କରିଛନ୍ତି। ପରିବାରର ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସର ସୂଚନା ଅନୁଯାୟୀ, ବର୍ତ୍ତମାନ ଉଭୟ ଦମ୍ପତି ଫେରାର ଅଛନ୍ତି ଏବଂ ପୋଲିସ ସେମାନଙ୍କୁ ଖୋଜୁଛି।

ଆହୁରି ପଢ଼ନ୍ତୁ: ଶିଶୁ ଯୌନ ଶୋଷଣ ମାମଲା: ବ୍ରିଟେନରୁ ଆମେରିକୀୟ କୂଟନୀତିଜ୍ଞଙ୍କୁ ଗୁପ୍ତରେ ଉଠାଇ ନେଲା ଆମେରିକା, ବଢ଼ିଲା କୂଟନୈତିକ ବିବାଦ

ସନ୍ତାନ ପ୍ରସବ ପରେ ଚର୍ଚ୍ଚା ଜୋରଦାର

ସଦ୍ୟତମ ସୂଚନା ମୁତାବକ, ବିବାହ ପରେ ଶିକ୍ଷୟିତ୍ରୀ ଶାଇସ୍ତା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ମା ଓ ଶିଶୁ ଉଭୟ ସୁସ୍ଥ ଥିବା କୁହାଯାଉଛି। ଏହି ଘଟଣା ପରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରି ପୋଲିସ ସତର୍କ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର