ଆଉଜଣେ ମାଂଝୀ : ସ୍ତ୍ରୀଙ୍କ ପାଇଁ ପାହାଡ଼ ଉପରେ ଖୋଳିଲେ ୬୦ ଫୁଟ୍‌ ଗଭୀର କୂଅ

The Sakala Picture
Published On

ନୂଆଦିଲ୍ଲୀ : ଜୀବନରେ କିଛି ଅସମ୍ଭବ ନୁହେଁ। ମଣିଷ ଥରେ ଯାହା କରିବା ପାଇଁ ନିର୍ଣ୍ଣୟ କରିନିଏ, ଯଦି ତାହା ପଛରେ କଠିନ ପରିଶ୍ରମ କରେ ତେବେ ତାହା ସମ୍ଭବ ହେବ। ବିହାରର ପର୍ବତାରୋହୀ ଦଶରଥ ମାଂଝୀଙ୍କୁ କିଏ ବା ନଜାଣେ । ଯିଏକି ୨୨ ବର୍ଷ କଠିନ ପରିଶ୍ରମ କରି ୩୬୦ ଫୁଟ ଲମ୍ବ, ୩୦ ଫୁଟ ଚଉଡା ଏବଂ ୨୫ ଫୁଟ ଉଚ୍ଚରେ ହାତୁଡ଼ି ଏବଂ ବାରିସି ସାହାଯ୍ୟରେ ପାହାଡ଼ କାଟି ଏକାକୀ ରାସ୍ତା […]

ନୂଆଦିଲ୍ଲୀ : ଜୀବନରେ କିଛି ଅସମ୍ଭବ ନୁହେଁ। ମଣିଷ ଥରେ ଯାହା କରିବା ପାଇଁ ନିର୍ଣ୍ଣୟ କରିନିଏ, ଯଦି ତାହା ପଛରେ କଠିନ ପରିଶ୍ରମ କରେ ତେବେ ତାହା ସମ୍ଭବ ହେବ। ବିହାରର ପର୍ବତାରୋହୀ ଦଶରଥ ମାଂଝୀଙ୍କୁ କିଏ ବା ନଜାଣେ । ଯିଏକି ୨୨ ବର୍ଷ କଠିନ ପରିଶ୍ରମ କରି ୩୬୦ ଫୁଟ ଲମ୍ବ, ୩୦ ଫୁଟ ଚଉଡା ଏବଂ ୨୫ ଫୁଟ ଉଚ୍ଚରେ ହାତୁଡ଼ି ଏବଂ ବାରିସି ସାହାଯ୍ୟରେ ପାହାଡ଼ କାଟି ଏକାକୀ ରାସ୍ତା ତିଆରି କରିଥିଲେ। ସେତେବେଳେ ଏହି ଘଟଣା କେବଳ ଆମ ଦେଶ ଭାରତ ନୁହେଁ ବିଦେଶରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଆଉ ଏହାଉପରେ ମଧ୍ୟ ଚଳଚିତ୍ର ନିର୍ମାଣ କରାଯାଇଥିଲା ମାଂଝୀ ଦ ମାଉଣ୍ଟେନ୍‌ ମ୍ୟାନ୍‌।

ଆହୁରି ପଢ଼ନ୍ତୁ: ଟିଏମସିରେ କନ୍ଦଳ: ନିର୍ବାଚନ ପରାଜୟ ପରେ ଅଭିଷେକ ବାନାର୍ଜୀ ଓ ବରିଷ୍ଠ ନେତାଙ୍କ ମଧ୍ୟରେ ବଢୁଛି ଦୂରତା

ସେତେବେଳେ ବିହାରର ଦଶରଥ ମାଂଝୀଙ୍କୁ ନେଇ ଚର୍ଚ୍ଚା ଲଗିରହିଥିବା ବେଳେ ଏବେ ମଧ୍ୟପ୍ରଦେଶର ସିଦ୍ଧିରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ୪୦ ବର୍ଷିୟ ହରି ସଂହ ନିଜ ସ୍ତ୍ରୀଙ୍କ ଜଳ କଷ୍ଟ ଦୂର କରିବାକୁ ପାହାଡର ଛାତି ଚିରି ଏକ କୂଅ ଖୋଲିଦେଇଛନ୍ତି। ବାସ୍ତବରେ ମଧ୍ୟପ୍ରଦେଶର ସିଦ୍ଧି ଅଞ୍ଚଳରେ ବାରବନ୍ଧା ଗ୍ରାମର ହରି ସିଂହ ପର୍ବତ ଉପରେ ଏକ କୂଅ ଖୋଳିଛନ୍ତି। ହରି ସିଂହ ଓ ତାଙ୍କ ସ୍ତ୍ରୀ ସିଆବତୀଙ୍କ ଘର ପାହାଡ ଉପରେ । ତେବେ ତାଙ୍କ ଘର ପାଖରେ ପିଇବା ପାଣିର କିଛି ଉତ୍ସ ନଥିବାରୁ ହରି ସିଂହ ସ୍ତ୍ରୀ ସବୁବେଳେ ପ୍ରାୟ ୨ କିମି ଯାଏଁ ପାଣି ପାଇଁ ଯାଆନ୍ତି। ସ୍ତ୍ରୀଙ୍କ ଏଭଳି ସମସ୍ୟା ହରି ସିଂହଙ୍କୁ ସବୁବେଳେ କଷ୍ଟ ଦେଉଥିଲା। ଏଣୁ ସେ ଏହାର କିଛି ସମାଧାନ ବାବଦରେ ଚିନ୍ତା କରି ପାହାଡ ଉପରେ ଏକ କଳଅ ଖୋଲିବାକୁ ମନସ୍ଥ କଲେ। ଆଉ କୁହାଯାଏ ମଣିଷ ଚାହିଁଲେ ଅସମ୍ଭବକୁ ବି ସମ୍ଭବ କରିପାରିବ। ଆଉ ନିଜ ଜିଦ୍‌ରେ ଅଟଳ ହରି ସିଂହ ଗତ ତିନିବର୍ଷ ମଧ୍ୟରେ ୨୦ ଫୁଟ ଚଉଡା ୬୦ ଫୁଟ ଗଭୀର କୂଅ ମଧ୍ୟ ଖୋଳିଛନ୍ତି। ଯେଉଁଠାରେ ଟିକିଏ ପାଣି ମଧ୍ୟ ବାହାରିଛି। ଖନନ କାର୍ଯ୍ୟ ଏଯାଏଁ ଶେଷ ହୋଇନାହିଁ। ଏବେ ଅଳ୍ପ ପାଣି ବାହାରିଥିବା ବେଳେ କାମ ହରି ସିଂହ ମନରେ ଏକ ନୂଆ ଆଶାର ସମ୍ଭାର ହୋଇଛି। ଆଉ ସେ ଆହୁରି ଖୋଳିବାରେ ଲାଗିଛନ୍ତି।

ଆହୁରି ପଢ଼ନ୍ତୁ: ଜ୍ୟୋତିଷ ରିକି ରାଧାନ ପଣ୍ଡିତ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ OSD

ସଂକଳ୍ପ ନେଇଥିଲି-କୂଅ ଖୋଳିବି ତା ପରେ ଯାହା ହେବ – ହରି ସଂହ 

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶରେ କାଳବୈଶାଖୀର ତାଣ୍ଡବ: ଝଡ଼-ତୋଫାନ ଓ ବର୍ଷାରେ ୫୪ ଜଣଙ୍କ ମୃତ୍ୟୁ, ଅନେକ ଆହତ

ହରି ସିଂ କହିଛନ୍ତି ଯେ ଯେତେବେଳେ କୂଅ ଖୋଳିବା ଆରମ୍ଭ କଲି,ଲାଗିଲା ଏହି କାମ କଷ୍ଟସାଧ୍ୟ, କିନ୍ତୁ ମନବଳ ଦୃଢ କଲି ଆଉ ଖୋଳିବା କାର୍ଯ୍ୟରେ ଲାଗିଲି। ଏଠାରେ ମାଟିର ଟିକିଏ ବି ସ୍ତର ନଥିଲା,ଖାଲି ପଥର ହିଁ ପଥର। ଏଭଳି ପରିସ୍ଥିତି ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା, କିନ୍ତୁ ଥକି ଯିବା ପରିବର୍ତ୍ତେ ମୁଁ ନିଜର ମନକୁ ଦୃଢ କରିବାରେ ଲାଗିଲି। ମୋ ଅସୁବିଧା ଅଛି ତାର ନିହାତି ସମାଧାନ ଆବଶ୍ୟକ ଏହି ମନବଳ ନେଇ କାମ ଜାରି ରଖିଲି। ନିଜକୁ ନିଜେ କହୁଥିଲି ଦୁନିଆରେ କିଛି ଅସମ୍ଭବ ନୁହେଁ, ଆଉ ଆହୁରି ଖୋଳିବାରେ ଲାଗିଥିଲି। ଆଉ ଏବେ ମତେ କିଛି ମାତ୍ରାରେ ଖୁସି ମିଳିଛି କାରଣ ଟିକିଏ ପାଣି ବାହାରିଛି। କିନ୍ତୁ ମୁଁ ସେପର୍ଯ୍ୟନ୍ତ ଖୋଳିବି ଯେଉଁଯାଏଁ ବ୍ୟବହର ପାଇଁ ଉପଯୁକ୍ତ ପରିମାଣର ପାଣି ନ ବାହାରିଛି।

ସମର୍ଥନ ମିଳିଳା ନାହିଁ, ନିଜେ ଅସମ୍ଭବକୁ ସମ୍ଭବ କଲି 

ହରି ସିଂ କହିଛନ୍ତି ଯେ ମୋର ୫୦ ଡିସିମିଲ୍ ଜମି ଅଛି । ମେ ଜମିରେ କୂଅ ଟିଏ ଖୋଳାଇବା ପାଇଁ ପଞ୍ଚାୟତ କର୍ମଚାରୀଙ୍କୁ ବାରମ୍ବାର କହିଥିଲି। କିନ୍ତୁ କେହି ଶୁଣିଲେନି। ପରିଶେଷରେ ମୁଁ ନିଷ୍ପତ୍ତି ନେଲି ଆଉ କାହା ଆଗରେ ମଥା ନପାତି ନିଜ ପାଇଁ ନିଜେ କୂଅ ଖୋଳିବି। ଆଉ ଏବେ ସେହି ଅସମ୍ଭବ କାର୍ଯ୍ୟ ସମ୍ଭବ ହେବାକୁ ଯାଉଛି। ଅନ୍ୟପକ୍ଷରେ ଗ୍ରାମ ପଞ୍ଚାୟତ ବାରବନ୍ଧାର ସରପଞ୍ଚ ପ୍ରତିନିଧୀ ମହମ୍ମଦ ଇସଲାମ ଅନସାରୀ କହିଛନ୍ତି ଯେ ଆମେ ସେମାନଙ୍କ କୂଅ ଖନନ ପାଇଁ ଉଦ୍ୟମ କରିଛୁ। ତାଙ୍କର ଜମି ଡକ୍ୟୁମେଣ୍ଟ୍ ତାଙ୍କ ମାମୁଁଙ୍କ ନାମରେ ଥିଲା ଏବଂ ତାହା ମଧ୍ୟ ହଜି ଯାଇଥିଲା | ଯେଉଁଥିପାଇଁ ତାଙ୍କ କୂଅ  ଖୋଳା ହୋଇ ପାରିଲା ନାହିଁ ।

10 Jun 2022 By The Sakala

ଆଉଜଣେ ମାଂଝୀ : ସ୍ତ୍ରୀଙ୍କ ପାଇଁ ପାହାଡ଼ ଉପରେ ଖୋଳିଲେ ୬୦ ଫୁଟ୍‌ ଗଭୀର କୂଅ

ନୂଆଦିଲ୍ଲୀ : ଜୀବନରେ କିଛି ଅସମ୍ଭବ ନୁହେଁ। ମଣିଷ ଥରେ ଯାହା କରିବା ପାଇଁ ନିର୍ଣ୍ଣୟ କରିନିଏ, ଯଦି ତାହା ପଛରେ କଠିନ ପରିଶ୍ରମ କରେ ତେବେ ତାହା ସମ୍ଭବ ହେବ। ବିହାରର ପର୍ବତାରୋହୀ ଦଶରଥ ମାଂଝୀଙ୍କୁ କିଏ ବା ନଜାଣେ । ଯିଏକି ୨୨ ବର୍ଷ କଠିନ ପରିଶ୍ରମ କରି ୩୬୦ ଫୁଟ ଲମ୍ବ, ୩୦ ଫୁଟ ଚଉଡା ଏବଂ ୨୫ ଫୁଟ ଉଚ୍ଚରେ ହାତୁଡ଼ି ଏବଂ ବାରିସି ସାହାଯ୍ୟରେ ପାହାଡ଼ କାଟି ଏକାକୀ ରାସ୍ତା ତିଆରି କରିଥିଲେ। ସେତେବେଳେ ଏହି ଘଟଣା କେବଳ ଆମ ଦେଶ ଭାରତ ନୁହେଁ ବିଦେଶରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଆଉ ଏହାଉପରେ ମଧ୍ୟ ଚଳଚିତ୍ର ନିର୍ମାଣ କରାଯାଇଥିଲା ମାଂଝୀ ଦ ମାଉଣ୍ଟେନ୍‌ ମ୍ୟାନ୍‌।

ସେତେବେଳେ ବିହାରର ଦଶରଥ ମାଂଝୀଙ୍କୁ ନେଇ ଚର୍ଚ୍ଚା ଲଗିରହିଥିବା ବେଳେ ଏବେ ମଧ୍ୟପ୍ରଦେଶର ସିଦ୍ଧିରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ୪୦ ବର୍ଷିୟ ହରି ସଂହ ନିଜ ସ୍ତ୍ରୀଙ୍କ ଜଳ କଷ୍ଟ ଦୂର କରିବାକୁ ପାହାଡର ଛାତି ଚିରି ଏକ କୂଅ ଖୋଲିଦେଇଛନ୍ତି। ବାସ୍ତବରେ ମଧ୍ୟପ୍ରଦେଶର ସିଦ୍ଧି ଅଞ୍ଚଳରେ ବାରବନ୍ଧା ଗ୍ରାମର ହରି ସିଂହ ପର୍ବତ ଉପରେ ଏକ କୂଅ ଖୋଳିଛନ୍ତି। ହରି ସିଂହ ଓ ତାଙ୍କ ସ୍ତ୍ରୀ ସିଆବତୀଙ୍କ ଘର ପାହାଡ ଉପରେ । ତେବେ ତାଙ୍କ ଘର ପାଖରେ ପିଇବା ପାଣିର କିଛି ଉତ୍ସ ନଥିବାରୁ ହରି ସିଂହ ସ୍ତ୍ରୀ ସବୁବେଳେ ପ୍ରାୟ ୨ କିମି ଯାଏଁ ପାଣି ପାଇଁ ଯାଆନ୍ତି। ସ୍ତ୍ରୀଙ୍କ ଏଭଳି ସମସ୍ୟା ହରି ସିଂହଙ୍କୁ ସବୁବେଳେ କଷ୍ଟ ଦେଉଥିଲା। ଏଣୁ ସେ ଏହାର କିଛି ସମାଧାନ ବାବଦରେ ଚିନ୍ତା କରି ପାହାଡ ଉପରେ ଏକ କଳଅ ଖୋଲିବାକୁ ମନସ୍ଥ କଲେ। ଆଉ କୁହାଯାଏ ମଣିଷ ଚାହିଁଲେ ଅସମ୍ଭବକୁ ବି ସମ୍ଭବ କରିପାରିବ। ଆଉ ନିଜ ଜିଦ୍‌ରେ ଅଟଳ ହରି ସିଂହ ଗତ ତିନିବର୍ଷ ମଧ୍ୟରେ ୨୦ ଫୁଟ ଚଉଡା ୬୦ ଫୁଟ ଗଭୀର କୂଅ ମଧ୍ୟ ଖୋଳିଛନ୍ତି। ଯେଉଁଠାରେ ଟିକିଏ ପାଣି ମଧ୍ୟ ବାହାରିଛି। ଖନନ କାର୍ଯ୍ୟ ଏଯାଏଁ ଶେଷ ହୋଇନାହିଁ। ଏବେ ଅଳ୍ପ ପାଣି ବାହାରିଥିବା ବେଳେ କାମ ହରି ସିଂହ ମନରେ ଏକ ନୂଆ ଆଶାର ସମ୍ଭାର ହୋଇଛି। ଆଉ ସେ ଆହୁରି ଖୋଳିବାରେ ଲାଗିଛନ୍ତି।

ସଂକଳ୍ପ ନେଇଥିଲି-କୂଅ ଖୋଳିବି ତା ପରେ ଯାହା ହେବ – ହରି ସଂହ 

ହରି ସିଂ କହିଛନ୍ତି ଯେ ଯେତେବେଳେ କୂଅ ଖୋଳିବା ଆରମ୍ଭ କଲି,ଲାଗିଲା ଏହି କାମ କଷ୍ଟସାଧ୍ୟ, କିନ୍ତୁ ମନବଳ ଦୃଢ କଲି ଆଉ ଖୋଳିବା କାର୍ଯ୍ୟରେ ଲାଗିଲି। ଏଠାରେ ମାଟିର ଟିକିଏ ବି ସ୍ତର ନଥିଲା,ଖାଲି ପଥର ହିଁ ପଥର। ଏଭଳି ପରିସ୍ଥିତି ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା, କିନ୍ତୁ ଥକି ଯିବା ପରିବର୍ତ୍ତେ ମୁଁ ନିଜର ମନକୁ ଦୃଢ କରିବାରେ ଲାଗିଲି। ମୋ ଅସୁବିଧା ଅଛି ତାର ନିହାତି ସମାଧାନ ଆବଶ୍ୟକ ଏହି ମନବଳ ନେଇ କାମ ଜାରି ରଖିଲି। ନିଜକୁ ନିଜେ କହୁଥିଲି ଦୁନିଆରେ କିଛି ଅସମ୍ଭବ ନୁହେଁ, ଆଉ ଆହୁରି ଖୋଳିବାରେ ଲାଗିଥିଲି। ଆଉ ଏବେ ମତେ କିଛି ମାତ୍ରାରେ ଖୁସି ମିଳିଛି କାରଣ ଟିକିଏ ପାଣି ବାହାରିଛି। କିନ୍ତୁ ମୁଁ ସେପର୍ଯ୍ୟନ୍ତ ଖୋଳିବି ଯେଉଁଯାଏଁ ବ୍ୟବହର ପାଇଁ ଉପଯୁକ୍ତ ପରିମାଣର ପାଣି ନ ବାହାରିଛି।

ସମର୍ଥନ ମିଳିଳା ନାହିଁ, ନିଜେ ଅସମ୍ଭବକୁ ସମ୍ଭବ କଲି 

ହରି ସିଂ କହିଛନ୍ତି ଯେ ମୋର ୫୦ ଡିସିମିଲ୍ ଜମି ଅଛି । ମେ ଜମିରେ କୂଅ ଟିଏ ଖୋଳାଇବା ପାଇଁ ପଞ୍ଚାୟତ କର୍ମଚାରୀଙ୍କୁ ବାରମ୍ବାର କହିଥିଲି। କିନ୍ତୁ କେହି ଶୁଣିଲେନି। ପରିଶେଷରେ ମୁଁ ନିଷ୍ପତ୍ତି ନେଲି ଆଉ କାହା ଆଗରେ ମଥା ନପାତି ନିଜ ପାଇଁ ନିଜେ କୂଅ ଖୋଳିବି। ଆଉ ଏବେ ସେହି ଅସମ୍ଭବ କାର୍ଯ୍ୟ ସମ୍ଭବ ହେବାକୁ ଯାଉଛି। ଅନ୍ୟପକ୍ଷରେ ଗ୍ରାମ ପଞ୍ଚାୟତ ବାରବନ୍ଧାର ସରପଞ୍ଚ ପ୍ରତିନିଧୀ ମହମ୍ମଦ ଇସଲାମ ଅନସାରୀ କହିଛନ୍ତି ଯେ ଆମେ ସେମାନଙ୍କ କୂଅ ଖନନ ପାଇଁ ଉଦ୍ୟମ କରିଛୁ। ତାଙ୍କର ଜମି ଡକ୍ୟୁମେଣ୍ଟ୍ ତାଙ୍କ ମାମୁଁଙ୍କ ନାମରେ ଥିଲା ଏବଂ ତାହା ମଧ୍ୟ ହଜି ଯାଇଥିଲା | ଯେଉଁଥିପାଇଁ ତାଙ୍କ କୂଅ  ଖୋଳା ହୋଇ ପାରିଲା ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର