ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଧନଖରଙ୍କୁ ସମର୍ଥନ ଘୋଷଣା କଲେ ମାୟାବତୀ

The Sakala Picture
Published On

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ ସମର୍ଥନ କରିବ ବିଏସପି । ଦଳର ମୁଖ୍ୟ ମାୟାବତୀ ଟ୍ବିଟ୍ କରି ଏହା ସ୍ପଷ୍ଟ କରିଛନ୍ତି । ମାୟାବତୀ ଟ୍ୱିଟ କରି କହିଛନ୍ତି ଯେ, ଦେଶର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ପାଇଁ ନିର୍ବାଚନରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ସହମତି ଅଭାବରୁ ଶେଷରେ ଏଥିପାଇଁ ନିର୍ବାଚନ ହୋଇଥିଲା। ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ ୬ରେ ହେବାକୁ ଯାଉଛି। ଏପରି ସ୍ଥିତିରେ ଉପରାଷ୍ଟ୍ରପତି ପଦ ପାଇଁ […]

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ ସମର୍ଥନ କରିବ ବିଏସପି । ଦଳର ମୁଖ୍ୟ ମାୟାବତୀ ଟ୍ବିଟ୍ କରି ଏହା ସ୍ପଷ୍ଟ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଟାଟା ସନ୍ସ ଚେୟାରମ୍ୟାନ୍ ଭାବେ ଏନ୍. ଚନ୍ଦ୍ରଶେଖରନ୍‌ଙ୍କ କାର୍ଯ୍ୟକାଳ ଆହୁରି ୫ ବର୍ଷ ବୃଦ୍ଧି

ମାୟାବତୀ ଟ୍ୱିଟ କରି କହିଛନ୍ତି ଯେ, ଦେଶର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ପାଇଁ ନିର୍ବାଚନରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ସହମତି ଅଭାବରୁ ଶେଷରେ ଏଥିପାଇଁ ନିର୍ବାଚନ ହୋଇଥିଲା। ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ ୬ରେ ହେବାକୁ ଯାଉଛି। ଏପରି ସ୍ଥିତିରେ ଉପରାଷ୍ଟ୍ରପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ​ ଜନସାଧାରଣଙ୍କ ସ୍ବାର୍ଥ ଏବଂ ଦଳର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜଗଦୀପ ଧନଖରଙ୍କୁ ସମର୍ଥନ ଜଣାଇବାକୁ ନିଷ୍ପତ୍ତି ନେଇଛି । ଏହା ମୁଁ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରୁଛି ବୋଲି ମାୟାବତୀ କହିଛନ୍ତି । ଜାଟ୍ ସମ୍ପ୍ରଦାୟରୁ ଆସିଥିବା ଧନଖରଙ୍କର ସମାଜବାଦୀ ପୃଷ୍ଠଭୂମି ରହିଛି ଏବଂ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ସରକାରରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ରହିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର


ସୂଚନାଯୋଗ୍ୟ ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଏମ ଭେଙ୍କୟା ନାୟଡୁଙ୍କ କାର୍ୟ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେଉଛି। ଆସନ୍ତା ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ବିରୋଧୀଙ୍କ ପକ୍ଷରୁ କଂଗ୍ରେସର ବରିଷ୍ଠ ନେତା ମାର୍ଗରେଟ ଆଲଭା ପ୍ରାର୍ଥୀ ହୋଇଛନ୍ତି।ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ପଦ ପାଇଁ ଭୋଟ ପଡିବ । ଏହି ଦିନ ହିଁ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର