ଟିକା ପାଇଁ ଲମ୍ବା ଲାଇନରେ ଭାରତର ଜନତା….

The Sakala Picture
Published On

ଦେଶରେ ଘାତକ ରୂପ ଧାରଣା କରିଛି ମହାମାରୀ କରୋନା। ଦୈନିକ ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଧିକାଂଶ ରାଜ୍ୟରେ ଲାଗୁ ହୋଇଯାଇଛି ଲକ୍‌ଡାଉନ । ମାତ୍ର ବିଡମ୍ବନାର ବିଷୟ ଏହା ଯେ କେଉଁଠି କରୋନା ରୋଗୀ ବେଡ୍ ନପାଇ ହନ୍ତସନ୍ତ ତ ଆଉ କେଉଁଠି ନିଶ୍ୱାସ ପାଇଁ କରୁଛନ୍ତି ସଂଘର୍ଷ । ସବୁ ସ୍ଥାନରେ ନିଜ ପାଳି ପଡିବା ପାଇଁ କରିଛନ୍ତି ସମସ୍ତେ ଅପେକ୍ଷା । ଆଉ ଯଦି […]

ଦେଶରେ ଘାତକ ରୂପ ଧାରଣା କରିଛି ମହାମାରୀ କରୋନା। ଦୈନିକ ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଧିକାଂଶ ରାଜ୍ୟରେ ଲାଗୁ ହୋଇଯାଇଛି ଲକ୍‌ଡାଉନ । ମାତ୍ର ବିଡମ୍ବନାର ବିଷୟ ଏହା ଯେ କେଉଁଠି କରୋନା ରୋଗୀ ବେଡ୍ ନପାଇ ହନ୍ତସନ୍ତ ତ ଆଉ କେଉଁଠି ନିଶ୍ୱାସ ପାଇଁ କରୁଛନ୍ତି ସଂଘର୍ଷ । ସବୁ ସ୍ଥାନରେ ନିଜ ପାଳି ପଡିବା ପାଇଁ କରିଛନ୍ତି ସମସ୍ତେ ଅପେକ୍ଷା । ଆଉ ଯଦି ଏହିସବୁ ସ୍ଥିତି ଯୋଗୁଁ କାହାର ଜୀବନ ଚାଲିଯାଉଛି ତାହାଲେ ବି ମଶାଣୀ ଘାଟରେ ଶବ ସତ୍କାର ପାଇଁ ଦେବାକୁ ପଡୁଛି ଲମ୍ବା ଲାଇନ୍ । ଏହି ଲମ୍ବା ଲାଇନରେ ଏବେ ଛିଡା ହୋଇଛନ୍ତି ଭାରତର ହଜାର ହଜାର ଜନତା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ପରେ ମୋବାଇଲ୍ ଚାର୍ଜିଂ କେବୁଲରେ ତଣ୍ଟି ଚିପି ହତ୍ୟା

କିନ୍ତୁ ଏହାରି ଭିତରେ ଚିନ୍ତା ବଢାଉଛି କରୋନା ଟିକା କେନ୍ଦ୍ର । ଆଜ୍ଞା ହଁ ଯେଉଁ ଟିକା କରଣର ଅଭିଯାନ ମେ ୧ ତାରିଖରୁ ଆରମ୍ଭ ହୋଇଥିଲା । ସେହିଠାରେ ହିଁ ଜନ୍ମନେଉଛି କରୋନା ସଂକ୍ରମଣ । ଏହିସବୁ ଟିକାକରଣ କେନ୍ଦ୍ରର ଦୃଶ୍ୟକୁ ଦେଖିଲେ ଆପଣମାନେ ଠିକ୍ ବୁଝିପାରିବେ । କେଉଁଭଳି ଭାବେ ସୁରକ୍ଷିତ ଟିକାକରଣ ଅସୁରକ୍ଷିତର ରୂପ ନେଉଛି । ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବା ପାଇଁ ରହିଛି ସମସ୍ତ ନିୟମ । ହେଲେ ଟିକାକରଣ କେନ୍ଦ୍ରରେ ଟିକା ନେବା ପାଇଁ ଆରମ୍ଭ ହୋଇଯାଇଛି ଭିଡ । ନା ରହିଛି କରୋନା ଗାଇଡଲାଇନ୍ ନା ରହିଛି ସାମାଜିକ ଦୂରତା । ସବୁ ନିୟମ ଯେମିତି ଏହି ଟିକାକରଣକେନ୍ଦ୍ର ଗୁଡିକରେ ଠପ୍ ହୋଇଯାଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ସରକାର ସଚେତନ କରୁଥିବା ବେଳେ ।

ଆହୁରି ପଢ଼ନ୍ତୁ: ଭାରତ ଏବଂ ଚୀନ୍‌କୁ 'ନର୍କ' କହିଲେ ଟ୍ରମ୍ପ! ଜନ୍ମଗତ ନାଗରିକତ୍ୱକୁ ନେଇ କଲେ ବିବାଦୀୟ ପୋଷ୍ଟ

ଟିକା ଦିଆଯାଉଥିବା କେନ୍ଦ୍ରଗୁଡିକରେ ଏହିଭଳି କରୋନା ଗାଇଡଲାଇନର ଅବହେଳା ସଂମ୍ପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ୟଜନକ କଥା । ଭିଡ ଭିତରେ ଅନେକ ଲୋକଙ୍କୁ କରୋନା ହେଇଯିବ ଭାବି ଲୋକେ କୋଭିଡ୍ ଟିକା ନେବା ପାଇଁ କେନ୍ଦ୍ରକୁ ବି ଆସୁନାହିଁ । ଆଉ ଯେଉଁମାନେ ଆସୁଛନ୍ତି ଲମ୍ବା ଲାଇନ ଓ ଅତ୍ୟଧିକ ସମୟ ଅପେକ୍ଷା କରିବାକୁ ପଡୁଛି ବୋଲି ଅଭିଯୋଗ । ତାସହ ଦିଲ୍ଲୀ,ମୁମ୍ବାଇ ଭଳି ମେଟ୍ରୋ ସିଟି ମାନଙ୍କର ସ୍ଥିତି ବି ସଙ୍ଗିନ ପାଲଟିଛି । ଲୋକଙ୍କର ଟିକାକରଣ କେନ୍ଦ୍ରରେ ଜମୁଥିବା ଭିଡ ସତେ ଯେମିତି କରୋନା ସଂକ୍ରମଣକୁ ନିମନ୍ତ୍ରଣ କରୁଛି । ଅନ୍ୟପଟେ ଦେଶରେ କରୋନା ମୃତ୍ୟୁସଂଖ୍ୟା ସମସ୍ତ ରେକର୍ଡ ଭାଙ୍ଗିସାରିଲାଣି । ଏବେ ସୁଦ୍ଦା ଆମେରିକା ,ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ଅଧିକ ଥିଲା । କିନ୍ତୁ ଗତ ୧୦ ଦିନ ଭିତରେ ଭାରତରେ କରୋନା ଜନିତ ମୃତ୍ୟୁ ସବୁଠାରୁ ଅଧିକ ହୋଇଛି । ଦେଶରେ ବର୍ତମାନ ସୁଦ୍ଦା ୪ଲକ୍ଷ ୧୪ହଜାରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ୩୯୨୭ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଅର୍ଥାତ ଦେଶରେ ଘଣ୍ଟାକୁ ୧୫୦ଜଣଙ୍କର ମୃତ୍ୟୁ ହେଉଛି । ତେବେ ଏହିଭଳି ସ୍ଥିତିରେ ଜନତାଙ୍କର ଟିକାକରଣ କେନ୍ଦ୍ରରେ ଅବହେଳା ଓ ଅଭିଯୋଗ ସତରେ ଚିନ୍ତାର ବିଷୟ ପାଲଟିଛି । ଏସବୁକୁ ଲକ୍ଷ୍ୟକରି ସରକାର ନିୟମାବଳୀ ଗୁଡିକୁ ନେଇ ଲୋକଙ୍କୁ ଅଧିକ ସଜାଗ ଓ ସର୍ତକ କରାଇବା ହିଁ ପ୍ରମୁଖ କାର୍ଯ୍ୟ ହେବା ଆବଶ୍ୟକ ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୯୨% ମତଦାନ, ଏହି ଭୋଟ୍ ସୁନାମି ବିଜେପି ନା ମମତା କାହାକୁ ଦେବ ଫାଇଦା?

07 May 2021 By The Sakala

ଟିକା ପାଇଁ ଲମ୍ବା ଲାଇନରେ ଭାରତର ଜନତା….

ଦେଶରେ ଘାତକ ରୂପ ଧାରଣା କରିଛି ମହାମାରୀ କରୋନା। ଦୈନିକ ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଧିକାଂଶ ରାଜ୍ୟରେ ଲାଗୁ ହୋଇଯାଇଛି ଲକ୍‌ଡାଉନ । ମାତ୍ର ବିଡମ୍ବନାର ବିଷୟ ଏହା ଯେ କେଉଁଠି କରୋନା ରୋଗୀ ବେଡ୍ ନପାଇ ହନ୍ତସନ୍ତ ତ ଆଉ କେଉଁଠି ନିଶ୍ୱାସ ପାଇଁ କରୁଛନ୍ତି ସଂଘର୍ଷ । ସବୁ ସ୍ଥାନରେ ନିଜ ପାଳି ପଡିବା ପାଇଁ କରିଛନ୍ତି ସମସ୍ତେ ଅପେକ୍ଷା । ଆଉ ଯଦି ଏହିସବୁ ସ୍ଥିତି ଯୋଗୁଁ କାହାର ଜୀବନ ଚାଲିଯାଉଛି ତାହାଲେ ବି ମଶାଣୀ ଘାଟରେ ଶବ ସତ୍କାର ପାଇଁ ଦେବାକୁ ପଡୁଛି ଲମ୍ବା ଲାଇନ୍ । ଏହି ଲମ୍ବା ଲାଇନରେ ଏବେ ଛିଡା ହୋଇଛନ୍ତି ଭାରତର ହଜାର ହଜାର ଜନତା ।

କିନ୍ତୁ ଏହାରି ଭିତରେ ଚିନ୍ତା ବଢାଉଛି କରୋନା ଟିକା କେନ୍ଦ୍ର । ଆଜ୍ଞା ହଁ ଯେଉଁ ଟିକା କରଣର ଅଭିଯାନ ମେ ୧ ତାରିଖରୁ ଆରମ୍ଭ ହୋଇଥିଲା । ସେହିଠାରେ ହିଁ ଜନ୍ମନେଉଛି କରୋନା ସଂକ୍ରମଣ । ଏହିସବୁ ଟିକାକରଣ କେନ୍ଦ୍ରର ଦୃଶ୍ୟକୁ ଦେଖିଲେ ଆପଣମାନେ ଠିକ୍ ବୁଝିପାରିବେ । କେଉଁଭଳି ଭାବେ ସୁରକ୍ଷିତ ଟିକାକରଣ ଅସୁରକ୍ଷିତର ରୂପ ନେଉଛି । ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବା ପାଇଁ ରହିଛି ସମସ୍ତ ନିୟମ । ହେଲେ ଟିକାକରଣ କେନ୍ଦ୍ରରେ ଟିକା ନେବା ପାଇଁ ଆରମ୍ଭ ହୋଇଯାଇଛି ଭିଡ । ନା ରହିଛି କରୋନା ଗାଇଡଲାଇନ୍ ନା ରହିଛି ସାମାଜିକ ଦୂରତା । ସବୁ ନିୟମ ଯେମିତି ଏହି ଟିକାକରଣକେନ୍ଦ୍ର ଗୁଡିକରେ ଠପ୍ ହୋଇଯାଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ସରକାର ସଚେତନ କରୁଥିବା ବେଳେ ।

ଟିକା ଦିଆଯାଉଥିବା କେନ୍ଦ୍ରଗୁଡିକରେ ଏହିଭଳି କରୋନା ଗାଇଡଲାଇନର ଅବହେଳା ସଂମ୍ପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ୟଜନକ କଥା । ଭିଡ ଭିତରେ ଅନେକ ଲୋକଙ୍କୁ କରୋନା ହେଇଯିବ ଭାବି ଲୋକେ କୋଭିଡ୍ ଟିକା ନେବା ପାଇଁ କେନ୍ଦ୍ରକୁ ବି ଆସୁନାହିଁ । ଆଉ ଯେଉଁମାନେ ଆସୁଛନ୍ତି ଲମ୍ବା ଲାଇନ ଓ ଅତ୍ୟଧିକ ସମୟ ଅପେକ୍ଷା କରିବାକୁ ପଡୁଛି ବୋଲି ଅଭିଯୋଗ । ତାସହ ଦିଲ୍ଲୀ,ମୁମ୍ବାଇ ଭଳି ମେଟ୍ରୋ ସିଟି ମାନଙ୍କର ସ୍ଥିତି ବି ସଙ୍ଗିନ ପାଲଟିଛି । ଲୋକଙ୍କର ଟିକାକରଣ କେନ୍ଦ୍ରରେ ଜମୁଥିବା ଭିଡ ସତେ ଯେମିତି କରୋନା ସଂକ୍ରମଣକୁ ନିମନ୍ତ୍ରଣ କରୁଛି । ଅନ୍ୟପଟେ ଦେଶରେ କରୋନା ମୃତ୍ୟୁସଂଖ୍ୟା ସମସ୍ତ ରେକର୍ଡ ଭାଙ୍ଗିସାରିଲାଣି । ଏବେ ସୁଦ୍ଦା ଆମେରିକା ,ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ଅଧିକ ଥିଲା । କିନ୍ତୁ ଗତ ୧୦ ଦିନ ଭିତରେ ଭାରତରେ କରୋନା ଜନିତ ମୃତ୍ୟୁ ସବୁଠାରୁ ଅଧିକ ହୋଇଛି । ଦେଶରେ ବର୍ତମାନ ସୁଦ୍ଦା ୪ଲକ୍ଷ ୧୪ହଜାରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ୩୯୨୭ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଅର୍ଥାତ ଦେଶରେ ଘଣ୍ଟାକୁ ୧୫୦ଜଣଙ୍କର ମୃତ୍ୟୁ ହେଉଛି । ତେବେ ଏହିଭଳି ସ୍ଥିତିରେ ଜନତାଙ୍କର ଟିକାକରଣ କେନ୍ଦ୍ରରେ ଅବହେଳା ଓ ଅଭିଯୋଗ ସତରେ ଚିନ୍ତାର ବିଷୟ ପାଲଟିଛି । ଏସବୁକୁ ଲକ୍ଷ୍ୟକରି ସରକାର ନିୟମାବଳୀ ଗୁଡିକୁ ନେଇ ଲୋକଙ୍କୁ ଅଧିକ ସଜାଗ ଓ ସର୍ତକ କରାଇବା ହିଁ ପ୍ରମୁଖ କାର୍ଯ୍ୟ ହେବା ଆବଶ୍ୟକ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର