ଆଜି ୭୮ତମ ସ୍ଥଳସେନା ଦିବସ; ବୀର ଯବାନଙ୍କ ବୀରତ୍ବ,ସେବା, ତ୍ୟାଗ ଓ ବଳିଦାନକୁ ସମ୍ମାନ

Madhusudan Das Picture
Published On

ରାଜସ୍ଥାନ: ଦେଶ ପାଳୁଛି ଗୌରବମୟ ୭୮ତମ ସ୍ଥଳସେନା ଦିବସ । ବୀର ଯବାନଙ୍କ ବୀରତ୍ବ, ଶୌର୍ଯ୍ୟ, ପରାକ୍ରମ, ସେବା, ତ୍ୟାଗ ଓ ବଳିଦାନକୁ ସମ୍ମାନ । ଭାରତୀୟ ସେନାର ସାହସ, ନିସ୍ୱାର୍ଥପରତା, ଆଉ ବଳିଦାନକୁ ସମ୍ମାନ ଦେବାକୁ ଯାଇ ଆଜି ଦେଶ ପାଳୁଛି ଇଣ୍ଡିଆନ ଆର୍ମି ଡେ । ପ୍ରତି ବର୍ଷ ଜାନୁଆରୀ ୧୫ ତାରିଖରେ ଭବ୍ୟ ସମାରୋହ, ସୈନ୍ୟ ପରେଡର ସମାରୋହ ସହ ସେନା ଦିବସ ପାଳନ ହୁଏ । ଆଉ ଚଳିତ ବର୍ଷ ଜୟପୁରରେ ସେନା ଦିବସ ପାଳନ ହେଉଛି । ରାଜସ୍ଥାନ ଜୟପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ସେନା କରୁଛନ୍ତି ଶୌର୍ଯ୍ୟ ପ୍ରଦର୍ଶନ । 

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ରାଜସ୍ଥାନର ଜୟପୁର ଠାରେ ଆଜି ୭୮ତମ ସେନା ଦିବସ ଅବସରରେ ଏକ ଐତିହାସିକ ମୁହୂର୍ତ୍ତ ଦେଖିବାକୁ ମିଳିଛି। ଇତିହାସରେ ପ୍ରଥମ ଥର ପାଇଁ ସେନା ଛାଉଣୀ ବାହାରେ ଏବଂ ସର୍ବସାଧାରଣଙ୍କ ପାଇଁ ଖୋଲା ସ୍ଥାନରେ ସେନା ଦିବସ ପରେଡ୍ ଅନୁଷ୍ଠିତ ହୋଇଛି। ଏହି ଭବ୍ୟ ସମାରୋହରେ ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ପ୍ରଦର୍ଶିତ ହୋଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସେନା ଦିବସ ପାଳନର ଅଂଶବିଶେଷ ଭାବରେ ଆୟୋଜିତ ‘ଶୌର୍ଯ୍ୟ ସନ୍ଧ୍ୟା’ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ସେନା ଦିବସର ପୂର୍ବଦିନ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏକ ସ୍ୱତନ୍ତ୍ର ଅଳଙ୍କରଣ ସମାରୋହରେ ବୀର ଯବାନ ଓ ୟୁନିଟ୍ ଗୁଡିକୁ ସମ୍ମାନିତ କରିଥିଲେ। ଏହି ଅବସରରେ:
*   ୧୦ ଜଣଙ୍କୁ ସେନା ପଦକ (ବୀରତା) ପ୍ରଦାନ କରାଯାଇଛି।
*   ୪୯ଟି ସିଓଏଏସ୍ (COAS) ୟୁନିଟ୍ ସାଇଟେସନ୍ ପ୍ରଦାନ କରାଯାଇଛି।
*   ‘ଅପରେସନ୍ ସିନ୍ଦୂର’ ପାଇଁ ୨୬ଟି ୟୁନିଟ୍ ସମେତ ମୋଟ ୬୦ଟି ୟୁନିଟ୍‌କୁ ପ୍ରଶଂସା ପତ୍ର ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର