ଆତଙ୍କୀଗଡ଼ରେ ଆତଙ୍କ : ଭାରତର ଡ୍ରୋନ୍ ପ୍ରହାର, ପାକିସ୍ତାନ ଥରହର
ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ପାଇଁ ପାକିସ୍ତାନ ବିରୋଧରେ ଭାରତ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ଆରମ୍ଭ କରାଯାଇଥିବା ଅପରେସନ ସିନ୍ଦୁର ଶେଷ ହୋଇ ନାହିଁ। ଏହି ଅପରେସନରେ ପାକିସ୍ତାନର ପିଓକେ ଏବଂ ପଞ୍ଜାବ ପ୍ରଦେଶର ୯ଟି ପ୍ରମୁଖ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରି ଧ୍ବଂସ କରି ଦିଆଯିବା ସହିତ ଅନ୍ୟୂନ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମାରି ଦିଆଯିବା ପରେ ପାକିସ୍ତାନ ଭାରତ ଉପରେ ହମଲା କରିବାକୁ ଉଦ୍ୟମ କରିଛି। ଏହିକ୍ରମରେ ପାକିସ୍ତାନ ସେନା […]
ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ପାଇଁ ପାକିସ୍ତାନ ବିରୋଧରେ ଭାରତ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ଆରମ୍ଭ କରାଯାଇଥିବା ଅପରେସନ ସିନ୍ଦୁର ଶେଷ ହୋଇ ନାହିଁ। ଏହି ଅପରେସନରେ ପାକିସ୍ତାନର ପିଓକେ ଏବଂ ପଞ୍ଜାବ ପ୍ରଦେଶର ୯ଟି ପ୍ରମୁଖ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରି ଧ୍ବଂସ କରି ଦିଆଯିବା ସହିତ ଅନ୍ୟୂନ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମାରି ଦିଆଯିବା ପରେ ପାକିସ୍ତାନ ଭାରତ ଉପରେ ହମଲା କରିବାକୁ ଉଦ୍ୟମ କରିଛି। ଏହିକ୍ରମରେ ପାକିସ୍ତାନ ସେନା ପକ୍ଷରୁ ବୁଧବାର ଦିନ ତମାମ ନିୟନ୍ତ୍ରଣ ରେଖା ନିକଟରେ ଗୁଳିଗୋଳା ବର୍ଷଣ କରାଯିବା ସହିତ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଇଥିଲା। ଏହା ପରେ ପରେ ବୁଧବାର ରାତିରେ ଶ୍ରୀନଗର ସମେତ ଜମ୍ମୁ କଶ୍ମୀରର ବିଭିନ୍ନ ସହର ଏବଂ ଅମୃତସର ଭଳି ୧୫ଟି ସହରକୁ ଟାର୍ଗେଟ କରାଯାଇ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲେ ହେଁ ଏହାକୁ ଭାରତ ପକ୍ଷରୁ ପଣ୍ଡ କରିଦିଆଯାଇଛି। ଭାରତୀୟ ସେନାର ଶକ୍ତିଶାଳୀ ଏସ୍-୪୦୦ ମିଜାଇଲ ଡିଫେନ୍ସ ସିଷ୍ଟମ ଦ୍ବାରା ପାକିସ୍ତାନୀ କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ଉଡାଇ ଦିଆଯାଇଛି।
ଆଉ ଏହାପରେ ମଧ୍ୟ ପାକିସ୍ତାନ ପୁଣି ଗୁରୁବାର ସନ୍ଧ୍ୟାରେ ଜମ୍ମୁ ଓ ପଠାନକୋଟ ଆଦି ଅଞ୍ଚଳକୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ କରିଥିଲା। ଯାହା ପରେ ପାକିସ୍ତାନକୁ ପାଲଟା ଜବାବ ଦେବା ଲକ୍ଷ୍ୟରେ ଭାରତ ପୁଣି ପାକିସ୍ତାନର ବିଭିନ୍ନ ସହର ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲା। କରାଚୀ, ରାୱଲପିଣ୍ଡି, ଲାହୋର, ସିଆଲକୋଟ୍ ଭଳି ବହୁ ସହରରେ ଭାରତ ଡ୍ରୋନ ଆକ୍ରମଣ କରି ବହୁ ସ୍ଥଳ ଧ୍ବଂସ କରିଦେଇଛି। ଅପରେସନ ସିନ୍ଦୂର ବନ୍ଦ ହୋଇ ନାହିଁ , ଏବେ ବି ଜାରି ରହିଛି। ଏ ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୁରୁବାର ସୂଚନା ଦେଇଛନ୍ତି। ଗୁରୁବାର ଭାରତ ପକ୍ଷରୁ ହୋଇଥିବା ଆକ୍ରମଣକୁ ଅପରେସନ ସିନ୍ଦୂର-୨ କୁହାଯାଇଛି।
ପିଏସ୍ଏଲ୍ ମ୍ୟାଚ୍ ପୂର୍ବରୁ ଭାରତର ଡ୍ରୋନ୍ ମାଡ଼; ଥରିଲା ରାୱଲପିଣ୍ଡି ଷ୍ଟାଡିୟମ
ପାକିସ୍ତାନ ସୁପର ଲିଗ ମ୍ୟାଚ୍ ପୂର୍ବରୁ ଡ୍ରୋନ୍ ମାଡ଼ରେ ଥରିଛି ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ। ଗୁରୁବାର ରାତି ୮ଟାରେ ଏହି ଷ୍ଟାଡିୟମ୍ରେ ପିଏସଏଲ ମ୍ୟାଚ୍ ଖେଳା ଯାଇଥାଆନ୍ତା। ହେଲେ ଏହାପୂର୍ବରୁ ଗୁରୁବାର ସକାଳେ ଭାରତ ଡ୍ରୋନ୍ ମାଡ଼ କରି ଏହି ଷ୍ଟାଡିୟମକୁ ଉଡାଇ ଦେଇଛି। ଗୁରୁବାର ପିଏସଏଲ ମ୍ୟାଚ୍ ସିରିଜ୍ରେ ପେଶାୱାର ଜାଲମି ଏବଂ କରାଚୀ କିଙ୍ଗସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥାନ୍ତା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିଲା। କିନ୍ତୁ ଭାରତୀୟ ସେନା ପକ୍ଷରୁ ଗୁରୁବାର ସକାଳେ ପାକିସ୍ତାନ ବିରୋଧରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର-୨ରେ ଏହି ଷ୍ଟାଡିୟମ ସମେତ ଅନ୍ୟ ବହୁ ସହରର ବିଭିନ୍ନ କେନ୍ଦ୍ରକୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି। ବିଶେଷ କରି ପାକିସ୍ତାନ ସେନା ଭାରତର ୧୫ଟି ସାମରିକ କେନ୍ଦ୍ରକୁ ଟାର୍ଗେଟ କରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ବେଳେ ଭାରତ ଏହାର ପାଲଟା ଜବାବରେ ଏହି ଆକ୍ରମଣ କରିଛି।
ଲାହୋରସ୍ଥିତ ବାୟୁ ପ୍ରତିରକ୍ଷା ରାଡାର ସିଷ୍ଟମ ଧ୍ବଂସ
ଭାରତ ଗୁରୁବାର କରିଥିବା ଆକ୍ରମଣରେ ପାକିସ୍ତାନର ଲାହୋରସ୍ଥିତ ବାୟୁ ପ୍ରତିରକ୍ଷା ରାଡାର ସିଷ୍ଟମ ଉପରେ ଡ୍ରୋନ ଆକ୍ରମଣ କରି ଏହାକୁ ନଷ୍ଟ କରିଦେଇଛି। ପାକିସ୍ତାନ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ଭାରତର ଡ୍ରୋନ୍ ଆକ୍ରମଣ ନେଇ ସୂଚନା ଦେଇଛନ୍ତି। ପାକିସ୍ତାନର ଲାହୋର, ଗୁଜରାନୱାଲା, ଚକୱାଲ, ବାହାୱାଲପୁର, ମିୟାନୋ, କରାଚୀ, ଚୋର, ରାୱଲପିଣ୍ଡି ଏବଂ ଆଟକରେ ଭାରତୀୟ ସେନା ପକ୍ଷରୁ ଡ୍ରୋନ ଆକ୍ରମଣ କରିଥÒଲା ବେଳେ ଏଥିମଧ୍ୟରୁ ପାକିସ୍ତାନ ସେନା କେତେକ ଡ୍ରୋନକୁ ଖସାଇ ଦେଇଛି ବୋଲି ସେ କହିଛନ୍ତି। ଭାରତର ଡ୍ରୋନ ଆକ୍ରମଣରେ ଲାହୋରରେ ଚାରି ଜଣ ସେନା କର୍ମଚାରୀ ଆହତ ହୋଇଥିବା ବେଳେ ସିନ୍ଧ ପ୍ରଦେଶର ମିୟାନୋରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।






