ଶସ୍ତା ହେବ କି ଗ୍ୟାସ ସିଲିଣ୍ଡର ? ଭାରତ-ଆମେରିକା ମଧ୍ୟରେ ଐତିହାସିକ LPG ଚୁକ୍ତି ସ୍ୱାକ୍ଷରିତ

Madhusudan Das Picture
Published On

ନୂଆଦିଲ୍ଲୀ: ଭାରତ-ଆମେରିକା ମଧ୍ୟରେ ଐତିହାସିକ LPG ଚୁକ୍ତି ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର ଦିନ ଘୋଷଣା କରିଛନ୍ତି ଯେ, ଭାରତୀୟ ସାର୍ବଜନୀନ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ପ୍ରଥମ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକା (US) ରୁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଆମଦାନୀ କରିବା ପାଇଁ ଏକ ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଭାରତର ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ମନ୍ତ୍ରୀ ଶ୍ରୀ ପୁରୀ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଚୁକ୍ତି ବିଷୟରେ ଜଣାଇଛନ୍ତି ଏବଂ ଏହାକୁ ଦେଶର LPG ବଜାର ପାଇଁ ଏକ "ଐତିହାସିକ ପଦକ୍ଷେପ" ବୋଲି କହିଛନ୍ତି। ବିଶ୍ବର ସର୍ବବୃହତ ଏଲପିଜି ବଜାର ମଧ୍ୟରେ ଅନ୍ୟତମ ଭାରତ ଏବେ ଆମେରିକା ପାଇଁ ଖୋଲି ଯାଇଛି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଭାରତର ଲୋକମାନଙ୍କୁ ସୁରକ୍ଷିତ, ସୁଲଭ LPG ଯୋଗାଣ ଯୋଗାଇବା ପାଇଁ ଆମର ପ୍ରୟାସରେ, ଆମେ ଆମର LPG ଉତ୍ସଗୁଡ଼ିକୁ ବିବିଧ କରୁଛୁ। ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ କ୍ରମରେ, ଭାରତୀୟ ସରକାରୀ ତୈଳ କମ୍ପାନୀଗୁଡ଼ିକ ପ୍ରାୟ ୨.୨ ନିୟୁତ ଟନ୍ ପ୍ରତିବର୍ଷ LPG ଆମଦାନୀ ପାଇଁ ଏକ ବର୍ଷିଆ ଚୁକ୍ତି ସଫଳତାର ସହ ଶେଷ କରିଛନ୍ତି।"

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

17 Nov 2025 By Madhusudan Das

ଶସ୍ତା ହେବ କି ଗ୍ୟାସ ସିଲିଣ୍ଡର ? ଭାରତ-ଆମେରିକା ମଧ୍ୟରେ ଐତିହାସିକ LPG ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଭାରତ-ଆମେରିକା ମଧ୍ୟରେ ଐତିହାସିକ LPG ଚୁକ୍ତି ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର ଦିନ ଘୋଷଣା କରିଛନ୍ତି ଯେ, ଭାରତୀୟ ସାର୍ବଜନୀନ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ପ୍ରଥମ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକା (US) ରୁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଆମଦାନୀ କରିବା ପାଇଁ ଏକ ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଭାରତର ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ।

ମନ୍ତ୍ରୀ ଶ୍ରୀ ପୁରୀ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଚୁକ୍ତି ବିଷୟରେ ଜଣାଇଛନ୍ତି ଏବଂ ଏହାକୁ ଦେଶର LPG ବଜାର ପାଇଁ ଏକ "ଐତିହାସିକ ପଦକ୍ଷେପ" ବୋଲି କହିଛନ୍ତି। ବିଶ୍ବର ସର୍ବବୃହତ ଏଲପିଜି ବଜାର ମଧ୍ୟରେ ଅନ୍ୟତମ ଭାରତ ଏବେ ଆମେରିକା ପାଇଁ ଖୋଲି ଯାଇଛି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଭାରତର ଲୋକମାନଙ୍କୁ ସୁରକ୍ଷିତ, ସୁଲଭ LPG ଯୋଗାଣ ଯୋଗାଇବା ପାଇଁ ଆମର ପ୍ରୟାସରେ, ଆମେ ଆମର LPG ଉତ୍ସଗୁଡ଼ିକୁ ବିବିଧ କରୁଛୁ। ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ କ୍ରମରେ, ଭାରତୀୟ ସରକାରୀ ତୈଳ କମ୍ପାନୀଗୁଡ଼ିକ ପ୍ରାୟ ୨.୨ ନିୟୁତ ଟନ୍ ପ୍ରତିବର୍ଷ LPG ଆମଦାନୀ ପାଇଁ ଏକ ବର୍ଷିଆ ଚୁକ୍ତି ସଫଳତାର ସହ ଶେଷ କରିଛନ୍ତି।"

https://www.thesakala.in/national-international/india-signs-first-ever-year-long-lpg-import-deal-with-us/article-43148
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର