ଋଣ ଯନ୍ତାରେ ଭାରତ : ବର୍ଷ ଶେଷ ବେଳକୁ ଋଣ ଛୁଇଁବ ୨୦୦ ଲକ୍ଷ କୋଟି

The Sakala Picture
Published On

ନୂଆଦିଲ୍ଲୀ : ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶର ମୋଟ ଋଣ ପରିମାଣ ୧୮୧.୭୪ ଲକ୍ଷ କୋଟିରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷ ଶେଷକୁ ଏହା ପ୍ରାୟ ୨ଶହ ୧୯୬.୭୯ ଲକ୍ଷ କୋଟି ଅତିକ୍ରମ କରିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଆକଳନ କରିଛି। ମାତ୍ର ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶର ସାମଗ୍ରିକ ଋଣ ପରିମାଣ ୨୦୦.୧୬ ଲକ୍ଷ କୋଟି ଅତିକ୍ରମ କରିବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। […]

ନୂଆଦିଲ୍ଲୀ : ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶର ମୋଟ ଋଣ ପରିମାଣ ୧୮୧.୭୪ ଲକ୍ଷ କୋଟିରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷ ଶେଷକୁ ଏହା ପ୍ରାୟ ୨ଶହ ୧୯୬.୭୯ ଲକ୍ଷ କୋଟି ଅତିକ୍ରମ କରିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଆକଳନ କରିଛି। ମାତ୍ର ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶର ସାମଗ୍ରିକ ଋଣ ପରିମାଣ ୨୦୦.୧୬ ଲକ୍ଷ କୋଟି ଅତିକ୍ରମ କରିବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଏହି ସମୟରେ ଦେଶର ବୈଦେଶିକ ଋଣ ପରିମାଣ ୧୦.୭% ବୃଦ୍ଧି ପାଇ ୭୧୭.୯ ବିଲିଅନ ଆମେରିକୀୟ ଡଲାର ଅତିକ୍ରମ କରିଛି। ତେବେ ଦେଶର ଜିଡିପି ଓ ଋଣର ଅନୁପାତ ଅତ୍ୟନ୍ତ ସ୍ପର୍ଶକାତର ସ୍ଥିତିରେ ପହଞ୍ଚିଛି। ଋଣ ଓ ଜିଡିପି ଅନୁପାତ ୮୧ ପ୍ରତିଶତ ଅତିକ୍ରମ କରି ୮୧.୫୯%ରେ ପହଞ୍ଚିଛି। ୧୯୮୦ ମସିହାରେ ଭାରତର ଋଣ ଓ ଜିଡିପି ଅନୁପାତ ୬୦.୮୭% ରହିଥିଲା।

ଆହୁରି ପଢ଼ନ୍ତୁ: ଆସାମରେ କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ୬ଟି ବଗି ଧାରଣାରୁ ଚ୍ୟୁତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ, ଭାରତର ବୈଦେଶିକ ଋଣ ପରିମାଣ ୬୪୮.୭ ବିଲିଅନ ଆମେରିକୀୟ ଡଲାର ଥିଲା; ମାତ୍ର ୨୦୨୪ ଡିସେମ୍ବରରେ ଏହା ୧୦.୭% ବୃଦ୍ଧି ପାଇ ୭୧୭.୯ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ଭାରତୀୟ ଟଙ୍କା ତୁଳନାରେ ଡଲାର ମୂଲ୍ୟ ବୃଦ୍ଧି ଯୋଗୁଁ ବାହ୍ୟଋଣ ପରିମାଣ ବୃଦ୍ଧି ପାଇଥିବା ଅର୍ଥ ମନ୍ତ୍ରଣାଳୟ ପ୍ରକାଶ କରିଛି। ଭାରତର ବାହ୍ୟ ଋଣର ସିଂହଭାଗ ଆମେରିକୀୟ ଡଲାର ଦ୍ୱାରା ପ୍ରଭାବିତ ହୋଇଛି ଓ ମୋଟ ଋଣର ୫୪.୮% ଆମେରିକୀୟ ଡଲାରରେ ଗ୍ରହଣ କରାଯାଇଛି। ଏହାବ୍ୟତୀତ ଜାପାନୀ ୟେନ୍‌, ଏସ୍‌ଡିଆର୍‌ ଓ ୟୁରୋ ମଧ୍ୟ ଭାରତର ଋଣ କ୍ଷେତ୍ରକୁ ପ୍ରଭାବିତ କରିଛି। ଅନ୍ୟପକ୍ଷରେ ଭାରତ ସରକାରଙ୍କ ଆଭ୍ୟନ୍ତରୀଣ ଋଣ ଆହରଣ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ପାଇଛି। ଏହି ରିପୋର୍ଟ ଅନୁସାରେ ଭାରତ ସରକାରଙ୍କ ମୋଟ ବାହ୍ୟ ଋଣରେ ଅଣ-ଆର୍ଥିକ କର୍ପୋରେସନଗୁଡ଼ିକର ବକେୟା ଋଣର ଅଂଶ ୩୬.୫ % ରହିଛି। ସେହିପରି ଜମା ଗ୍ରହଣକାରୀ କର୍ପୋରେସନ (କେନ୍ଦ୍ରୀୟ ବ୍ୟାଙ୍କ ବ୍ୟତୀତ) (୨୭.୮ %), କେନ୍ଦ୍ର ସରକାର (୨୨.୧ %) ଏବଂ ଅନ୍ୟାନ୍ୟ ଆର୍ଥିକ କର୍ପୋରେସନ (୮.୭ %) ରହିଛି।

ଆହୁରି ପଢ଼ନ୍ତୁ: ପୁଣି ଆସୁଛି କୋଭିଡ୍: ନୂଆ ଭାରିଆଣ୍ଟ ‘PJ.2.1’କୁ ନେଇ ବିଶ୍ୱରେ ଆତଙ୍କ

ସମ୍ପ୍ରତି ଦେଶର ଆର୍ଥିକ ସ୍ଥିତିକୁ ନେଇ ଅର୍ଥନୈତିକ ବିଶାରଦମାନେ ଚିନ୍ତାବ୍ୟକ୍ତ କରିଥିବା ସମୟରେ ବିଭିନ୍ନ ରାଜ୍ୟଗୁଡ଼ିକର ମାଗଣା ବଣ୍ଟନ ବ୍ୟବସ୍ଥା ପରିସ୍ଥିତିକୁ ଆହୁରି ବିକଟ କରିବ ବୋଲି ଆକଳନ କରିଛନ୍ତି। ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକର ମାଗଣା ବଣ୍ଟନ ପ୍ରତିଶ୍ରୁତି ସାରା ଦେଶର ଅର୍ଥନୀତି ଉପରେ ଚାପ ସୃଷ୍ଟି କରିଛି। ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ‘ମାଗଣା’ ପ୍ରତିଯୋଗିତା ସମ୍ପୃକ୍ତ ରାଜ୍ୟଗୁଡ଼ିକ ସହ ଦେଶର ଆର୍ଥିକ ସ୍ଥିତି ପାଇଁ କ୍ଷତିକାରକ ସାବ୍ୟସ୍ତ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ବିଲକିସ ବାନୋ ମାମଲା: ୨ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

୨୦୨୪ ଡିସେମ୍ବର ରିପୋର୍ଟ ଅନୁସାରେ, ଜାମ୍ମୁ-କାଶ୍ମୀରର ଋଣ ଓ ଜିଡିପି ଅନୁପାତ ୫୧%ରେ ପହଞ୍ଚିଛିଛି। ସେହିପରି ବିଜେପି ଓ ଏହାର ସହଯୋଗୀଙ୍କ ଦ୍ୱାରା ଶାସିତ ରାଜ୍ୟ ବିହାର, ରାଜସ୍ଥାନ, ତ୍ରିପୁରା, ଆନ୍ଧ୍ରପ୍ରଦେଶର ଋଣ-ଜିଡିପି ଅନୁପାତ ୩୫% ଅତିକ୍ରମ କରିଛି। ମଧ୍ୟପ୍ରଦେଶରେ ଏହା ୩୧.୩%, ଉତ୍ତରପ୍ରଦେଶରେ ୨୯.୪%, ଛତିଶଗଡ଼ରେ ୨୯.୬%, ହରିଆଣାରେ ୨୬.୨%, ଆସାମରେ ୨୫.୭%, ମହାରାଷ୍ଟ୍ରରେ ୧୮.୪% ଥିବା ସୂଚନା ମିଳିଛି। ସେହିପରି ପଶ୍ଚିମବଙ୍ଗରେ ମାଗଣା ବଣ୍ଟନ ବ୍ୟବସ୍ଥା ସମ୍ପୃକ୍ତ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ଗୁରୁତର ପ୍ରଭାବ ପକାଇଛି। ଏଠାରେ ଋଣ ଓ ଜିଡିପି ଅନୁପାତ ୩୮%ରେ ପହଞ୍ଚିଛି। ଅଣବିଜେପିଶାସିତ ରାଜ୍ୟ ପଞ୍ଜାବରେ ଏହା ୪୪.୫%, ତାମିଲନାଡ଼ୁରେ ୨୬.୧% ରହିଛି। ତେବେ ବିତ୍ତୀୟ ପରିଚାଳନାରେ ଦୁଇ ଦଶନ୍ଧି ଧରି ସର୍ବୋକ୍ତୃୃଷ୍ଟ ପ୍ରଦର୍ଶନ କରିଥିବା ଓଡ଼ିଶାରେ ଏହି ଅନୁପାତ ସର୍ବନିମ୍ନ ୧୨.୭% ରହିଥିବାବେଳେ ସମ୍ପ୍ରତି ଏହା ଊର୍ଦ୍ଧ୍ବଗାମୀ ହୋଇଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର