ଇଲ୍କାର ଆୟସୀ ହେଲେ ଏୟାର ଇଣ୍ଡିଆର ନୂଆ CEO

The Sakala Picture
Published On

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ମିଳିଲା ନୂଆ ସିଇଓ । ତୁର୍କିସ୍ ଏୟାର ଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍ ଇଲ୍କାର ଆୟସୀଙ୍କୁ ଏୟାର ଇଣ୍ଡିଆର ନୂଆ ସିଇଓ ଭାବେ ନିଯୁକ୍ତ କରିଛି ଟାଟା ସନ୍ସ । ଇଲ୍କାର ଆୟସୀଙ୍କ ପ୍ରାର୍ଥୀତ୍ୱ ଉପରେ ବିଚାର କରିବାକୁ ଏୟାର ଇଣ୍ଡିଆ ବୋର୍ଡର ଆଜି ଅପରାହ୍ନରେ ଏକ ବୈଠକ ହୋଇଥିଲା। ଏଥିରେ ଟାଟା ସନ୍ସ ଚେୟାରମ୍ୟାନ୍ ଚନ୍ଦ୍ରଶେଖରନ୍ ଏକ ବିଶେଷ ନିମନ୍ତ୍ରଣକାରୀ ଥିଲେ | ଉପଯୁକ୍ତ ବିଚାରବିମର୍ଶ ପରେ ବୋର୍ଡ ଏୟାର ଇଣ୍ଡିଆର ସିଇଓ […]

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ମିଳିଲା ନୂଆ ସିଇଓ । ତୁର୍କିସ୍ ଏୟାର ଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍ ଇଲ୍କାର ଆୟସୀଙ୍କୁ ଏୟାର ଇଣ୍ଡିଆର ନୂଆ ସିଇଓ ଭାବେ ନିଯୁକ୍ତ କରିଛି ଟାଟା ସନ୍ସ । ଇଲ୍କାର ଆୟସୀଙ୍କ ପ୍ରାର୍ଥୀତ୍ୱ ଉପରେ ବିଚାର କରିବାକୁ ଏୟାର ଇଣ୍ଡିଆ ବୋର୍ଡର ଆଜି ଅପରାହ୍ନରେ ଏକ ବୈଠକ ହୋଇଥିଲା। ଏଥିରେ ଟାଟା ସନ୍ସ ଚେୟାରମ୍ୟାନ୍ ଚନ୍ଦ୍ରଶେଖରନ୍ ଏକ ବିଶେଷ ନିମନ୍ତ୍ରଣକାରୀ ଥିଲେ | ଉପଯୁକ୍ତ ବିଚାରବିମର୍ଶ ପରେ ବୋର୍ଡ ଏୟାର ଇଣ୍ଡିଆର ସିଇଓ ତଥା ଏମଡି ଭାବରେ ଇଲ୍କାର ଆୟସୀଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ତେବେ ଦାୟିତ୍ୱଗ୍ରହଣ ପୂର୍ବରୁ ତାଙ୍କ ନାମକୁ ସମସ୍ତ ନିୟନ୍ତ୍ରକଙ୍କଠାରୁ ମଂଜୁରୀ ମିଳିବାର ଆବଶ୍ୟକତା ରହିଛି । ଟାଟା ସନ୍ସ ଏୟାର ଇଣ୍ଡିଆର ଶତ ପ୍ରତିଶତ ସେୟାର ୧୮ ହଜାର ୩ଶହ କୋଟି ଟଙ୍କାରେ କିଣିଥିଲା । ଜାନୁଆରୀ ୨୭ ତାରିଖ ଦିନ ଏୟାର ଇଣ୍ଡିଆ ଟାଟା ହାତକୁ ଯାଇଥିଲା ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଇଲ୍କାର ଆୟସୀ ପୂର୍ବରୁ ତୁର୍କୀ ଏୟାରଲାଇନ୍ସର ଚେୟାରମ୍ୟାନ୍ ଥିଲେ। ଏନ ଚନ୍ଦ୍ରଶେଖରନ୍ କହିଛନ୍ତି, ଇଲ୍କାର ଆୟସୀ ଜଣେ ବିମାନ ଶିଳ୍ପପତି ଯାହାଙ୍କ କାର୍ଯ୍ୟକାଳରେ ତୁର୍କୀ ଏୟାରଲାଇନ୍ସର ସଫଳତାର ଉଡ଼ାଣ ଭରିଥିଲା । ଇଲ୍କାର ଆୟସୀଙ୍କୁ ସ୍ଵାଗତ କରି ଆମେ ବେଶ୍ ଖୁସି, ଯେଉଁଠି ସେ ଏୟାର ଇଣ୍ଡିଆର ନୂଆ ଯୁଗର ନେତୃତ୍ବ ନେବେ ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର