ବିବାହ ବନ୍ଧନରେ ଆବଦ୍ଧ ହେଲେ ଆଇଆଇଟି ବାବା ଅଭୟ ସିଂହ, ମହାକୁମ୍ଭ ମେଳାରେ ହୋଇଥିଲେ ଫେମସ୍

Madhusudan Das Picture
Published On

ନୂଆଦିଲ୍ଲୀ: ମହାକୁମ୍ଭ ମେଳାରେ ରାତାରାତି ଚର୍ଚ୍ଚାକୁ ଆସିଥିବା 'ଆଇଆଇଟି ବାବା' ଓରଫ ଅଭୟ ସିଂହ ପୁଣିଥରେ ଖବରର ଶିରୋନାମା ପାଲଟିଛନ୍ତି। ନିଜର ଆଧ୍ୟାତ୍ମିକ ବିଚାର ପାଇଁ ନୁହେଁ, ବରଂ ନିଜର ବିବାହ ପାଇଁ ସେ ଏବେ ସମାଲୋଚନାର ଶିକାର ହୋଇଛନ୍ତି। ଆଧ୍ୟାତ୍ମିକ ମାର୍ଗ ଆପଣେଇ ସନ୍ନ୍ୟାସୀ ସାଜିଥିବା ଏହି ଉଚ୍ଚଶିକ୍ଷିତ ଯୁବକ ହିମାଚଳ ପ୍ରଦେଶରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲେ ବିବାହିତ ନୌସେନା କର୍ମଚାରୀ

ରିପୋର୍ଟ ଅନୁଯାୟୀ, ଗତ ଫେବୃଆରୀ ୧୫ ତାରିଖ ମହାଶିବରାତ୍ରୀ ଦିନ ଧର୍ମଶାଳା ନିକଟସ୍ଥ ଖନିୟାରାର ଅଘଞ୍ଜର ମହାଦେବ ମନ୍ଦିରରେ ସେ ବିବାହ କରିଛନ୍ତି। ତାଙ୍କ ପତ୍ନୀଙ୍କ ନାମ ପ୍ରୀତିକା ଏବଂ ସେ କର୍ଣ୍ଣାଟକର ବାସିନ୍ଦା ତଥା ଜଣେ ଇଞ୍ଜିନିୟରିଂ ଗ୍ରାଜୁଏଟ୍। ଏହା ପରେ ଫେବୃଆରୀ ୧୯ ତାରିଖରେ ଉଭୟଙ୍କର କୋର୍ଟ ମ୍ୟାରେଜ୍ ମଧ୍ୟ ହୋଇଥିଲା। ତେବେ ଏହି ବିବାହ ଖବର ସମ୍ପ୍ରତି ଲୋକଲୋଚନକୁ ଆସିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି।

ଆହୁରି ପଢ଼ନ୍ତୁ: ତେହେରାନରେ ଥିବା ପୂର୍ବତନ ଆମେରିକୀୟ ଦୂତାବାସ ଉପରେ ଏୟାରଷ୍ଟ୍ରାଇକ୍, ବ୍ୟାପକ କ୍ଷତିଗ୍ରସ୍ତ ଆଶଙ୍କା

ହରିୟାଣାର ହିସାର ଜିଲ୍ଲାର ବାସିନ୍ଦା ଅଭୟ ସିଂହ ପ୍ରୟାଗରାଜ ମହାକୁମ୍ଭରେ ନିଜର ଉଚ୍ଚ ବୈଷୟିକ ଜ୍ଞାନ ଏବଂ ଆଧ୍ୟାତ୍ମିକତାର ମିଶ୍ରଣ ପାଇଁ ବେଶ୍ ଲୋକପ୍ରିୟ ହୋଇଥିଲେ। ସେ ଆଇଆଇଟି ବମ୍ବେରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। କାନାଡାରେ ଏକ ଉଚ୍ଚ ଦରମା ପ୍ରାପ୍ତ ଚାକିରି ଛାଡି ସେ ୩୦ ବର୍ଷ ବୟସରେ ସନ୍ନ୍ୟାସୀ ହୋଇଥିଲେ। ଅବଶ୍ୟ, ସେ ନିଜକୁ କେବେ ସନ୍ନ୍ୟାସୀ ବୋଲି ଦାବି କରନ୍ତି ନାହିଁ, ବରଂ ଶାନ୍ତିର ସନ୍ଧାନ କରୁଥିବା ଜଣେ ସାଧାରଣ ମଣିଷ ବୋଲି କୁହନ୍ତି।

ଆହୁରି ପଢ଼ନ୍ତୁ: ବନ୍ଦେ ଭାରତ ଏକ୍ସପ୍ରେସରେ ଖାଦ୍ୟ ଖାଇ ମହିଳାଙ୍କୁ ଆଲର୍ଜି, ଛୁଆକୁ ଝାଡ଼ା; ଜାଣନ୍ତୁ ଆଇଆରସିଟିସିର ସ୍ପଷ୍ଟୀକରଣ

ବାବାଙ୍କ ବିବାହକୁ ନେଇ ପ୍ରୟାଗରାଜର ସାଧୁମାନେ ତୀବ୍ର ବିରୋଧ କରିଛନ୍ତି। ଜଣେ ବରିଷ୍ଠ ସାଧୁଙ୍କ ମତରେ, ଥରେ ସନ୍ନ୍ୟାସ ଗ୍ରହଣ କଲେ ତାହା ଆଜୀବନ ରହିବା ଉଚିତ୍ ଏବଂ ବିବାହ କରିବା ସନ୍ନ୍ୟାସ ଧର୍ମର ମର୍ଯ୍ୟାଦା ହାନି କରୁଛି। ଏହା ସମାଜକୁ ଏକ ଭୁଲ୍ ବାର୍ତ୍ତା ଦେବ ବୋଲି ସେମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ, ବାରାଣସୀର ସାଧୁ ସମାଜ ଏହା ଉପରେ ଏକ ଭିନ୍ନ ମତ ରଖିଛନ୍ତି। ହିନ୍ଦୁ ଦର୍ଶନରେ ଥିବା ଚାରୋଟି ଆଶ୍ରମ ବିଷୟରେ ଉଲ୍ଲେଖ କରି ଜଣେ ସାଧୁ କହିଛନ୍ତି ଯେ, କେବଳ ତ୍ୟାଗ ନୁହେଁ, ବରଂ ଜୀବନରେ ସନ୍ତୁଳନ ରକ୍ଷା କରିବା ମଧ୍ୟ ଆଧ୍ୟାତ୍ମିକତା। ବିବାହ କରିବା ତାଙ୍କର ଏକ ବ୍ୟକ୍ତିଗତ ଏବଂ ସାମାଜିକ ନିଷ୍ପତ୍ତି।

07 Apr 2026 By Madhusudan Das

ବିବାହ ବନ୍ଧନରେ ଆବଦ୍ଧ ହେଲେ ଆଇଆଇଟି ବାବା ଅଭୟ ସିଂହ, ମହାକୁମ୍ଭ ମେଳାରେ ହୋଇଥିଲେ ଫେମସ୍

ନୂଆଦିଲ୍ଲୀ: ମହାକୁମ୍ଭ ମେଳାରେ ରାତାରାତି ଚର୍ଚ୍ଚାକୁ ଆସିଥିବା 'ଆଇଆଇଟି ବାବା' ଓରଫ ଅଭୟ ସିଂହ ପୁଣିଥରେ ଖବରର ଶିରୋନାମା ପାଲଟିଛନ୍ତି। ନିଜର ଆଧ୍ୟାତ୍ମିକ ବିଚାର ପାଇଁ ନୁହେଁ, ବରଂ ନିଜର ବିବାହ ପାଇଁ ସେ ଏବେ ସମାଲୋଚନାର ଶିକାର ହୋଇଛନ୍ତି। ଆଧ୍ୟାତ୍ମିକ ମାର୍ଗ ଆପଣେଇ ସନ୍ନ୍ୟାସୀ ସାଜିଥିବା ଏହି ଉଚ୍ଚଶିକ୍ଷିତ ଯୁବକ ହିମାଚଳ ପ୍ରଦେଶରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ଗତ ଫେବୃଆରୀ ୧୫ ତାରିଖ ମହାଶିବରାତ୍ରୀ ଦିନ ଧର୍ମଶାଳା ନିକଟସ୍ଥ ଖନିୟାରାର ଅଘଞ୍ଜର ମହାଦେବ ମନ୍ଦିରରେ ସେ ବିବାହ କରିଛନ୍ତି। ତାଙ୍କ ପତ୍ନୀଙ୍କ ନାମ ପ୍ରୀତିକା ଏବଂ ସେ କର୍ଣ୍ଣାଟକର ବାସିନ୍ଦା ତଥା ଜଣେ ଇଞ୍ଜିନିୟରିଂ ଗ୍ରାଜୁଏଟ୍। ଏହା ପରେ ଫେବୃଆରୀ ୧୯ ତାରିଖରେ ଉଭୟଙ୍କର କୋର୍ଟ ମ୍ୟାରେଜ୍ ମଧ୍ୟ ହୋଇଥିଲା। ତେବେ ଏହି ବିବାହ ଖବର ସମ୍ପ୍ରତି ଲୋକଲୋଚନକୁ ଆସିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି।

ହରିୟାଣାର ହିସାର ଜିଲ୍ଲାର ବାସିନ୍ଦା ଅଭୟ ସିଂହ ପ୍ରୟାଗରାଜ ମହାକୁମ୍ଭରେ ନିଜର ଉଚ୍ଚ ବୈଷୟିକ ଜ୍ଞାନ ଏବଂ ଆଧ୍ୟାତ୍ମିକତାର ମିଶ୍ରଣ ପାଇଁ ବେଶ୍ ଲୋକପ୍ରିୟ ହୋଇଥିଲେ। ସେ ଆଇଆଇଟି ବମ୍ବେରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। କାନାଡାରେ ଏକ ଉଚ୍ଚ ଦରମା ପ୍ରାପ୍ତ ଚାକିରି ଛାଡି ସେ ୩୦ ବର୍ଷ ବୟସରେ ସନ୍ନ୍ୟାସୀ ହୋଇଥିଲେ। ଅବଶ୍ୟ, ସେ ନିଜକୁ କେବେ ସନ୍ନ୍ୟାସୀ ବୋଲି ଦାବି କରନ୍ତି ନାହିଁ, ବରଂ ଶାନ୍ତିର ସନ୍ଧାନ କରୁଥିବା ଜଣେ ସାଧାରଣ ମଣିଷ ବୋଲି କୁହନ୍ତି।

ବାବାଙ୍କ ବିବାହକୁ ନେଇ ପ୍ରୟାଗରାଜର ସାଧୁମାନେ ତୀବ୍ର ବିରୋଧ କରିଛନ୍ତି। ଜଣେ ବରିଷ୍ଠ ସାଧୁଙ୍କ ମତରେ, ଥରେ ସନ୍ନ୍ୟାସ ଗ୍ରହଣ କଲେ ତାହା ଆଜୀବନ ରହିବା ଉଚିତ୍ ଏବଂ ବିବାହ କରିବା ସନ୍ନ୍ୟାସ ଧର୍ମର ମର୍ଯ୍ୟାଦା ହାନି କରୁଛି। ଏହା ସମାଜକୁ ଏକ ଭୁଲ୍ ବାର୍ତ୍ତା ଦେବ ବୋଲି ସେମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ, ବାରାଣସୀର ସାଧୁ ସମାଜ ଏହା ଉପରେ ଏକ ଭିନ୍ନ ମତ ରଖିଛନ୍ତି। ହିନ୍ଦୁ ଦର୍ଶନରେ ଥିବା ଚାରୋଟି ଆଶ୍ରମ ବିଷୟରେ ଉଲ୍ଲେଖ କରି ଜଣେ ସାଧୁ କହିଛନ୍ତି ଯେ, କେବଳ ତ୍ୟାଗ ନୁହେଁ, ବରଂ ଜୀବନରେ ସନ୍ତୁଳନ ରକ୍ଷା କରିବା ମଧ୍ୟ ଆଧ୍ୟାତ୍ମିକତା। ବିବାହ କରିବା ତାଙ୍କର ଏକ ବ୍ୟକ୍ତିଗତ ଏବଂ ସାମାଜିକ ନିଷ୍ପତ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର