ଗୋ-ମାଫିଆଙ୍କ ବିରୋଧରେ ତିନି ଜିଲ୍ଲାରେ ବଡ କାର୍ଯ୍ୟାନୁଷ୍ଠାନ: ମୟୁରଭଞ୍ଜର ୧୫ ସ୍ଥାନରେ ଚଢ଼ାଉ, ବିପୁଳ ନଗଦ ଓ ସୁନା-ରୂପା ଜବତ

Madhusudan Das Picture
Published On

ବାରିପଦା: ଗୋରୁ ମାଫିଆଙ୍କ ବିରୋଧରେ ପୋଲିସର ବଡ ଧରଣର କାର୍ଯ୍ୟାନୁଷ୍ଠାନ । ଗୋରୁ ଚୋରି ଓ ଅବୈଧ ପରିବହନରେ ଲିପ୍ତ ‘ଗୋ-ମାଫିଆ’ ବିରୋଧରେ ପୂର୍ବାଞ୍ଚଳ ରେଞ୍ଜ ପୁଲିସ୍ ପକ୍ଷରୁ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଏକ ଯୋଗାଯୋଗିତା ଅନୁସନ୍ଧାନ ଅଭିଯାନ ଆରମ୍ଭ ହୋଇଛି। ଭଦ୍ରକରେ ୮ଟି ଏବଂ ମୟୁରଭଞ୍ଜରେ ୧୫ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ୩୦ ଲକ୍ଷରୁ୍ ଅଧିକ ନଗଦ ଟଙ୍କା ଜବତ । ପୂର୍ବାଞ୍ଚଳ ରେଞ୍ଜର ଡିଆଇଜିଙ୍କ ନିର୍ଦେଶନାରେ ଏହି ଅଭିଯାନ ଚାଲିଛି । ଜଣେ ଡ଼ିଏସପି ତିନି ଜଣ ଇନିଷ୍ପେକ୍ଟର, ୬ ପ୍ଲାଟୁନ ପୁଲିସ୍ ଫୋର୍ସ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ଭଦ୍ରକରେ ଗୁଜି ଦରଡ଼ା, ଅଲାରପୁର, ସନ୍ତିଆ ଆଦି ଗାଁରେ ପୁଲିସ ଚଢ଼ାଉ କରିଛି । ଗୋରୁ ମାଫିଆ ଘରୁ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ସହ ସହ ଲକ୍ଷାଧିକ ମୂଲ୍ୟର ସୁନା ଗହଣା, ସହ ସହ ଦୁଇଟା ଖଣ୍ଡା ଗୋଟେ ବନ୍ଧୁକ ଜବତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭିଯାନ ଅଧିନରେ ୭ଟି ଥାନା ଅଞ୍ଚଳର ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ଥାନାଗୁଡ଼ିକ ହେଉଛି – ବାରିପଦା ଟାଉନ୍, ଭଞ୍ଜପୁର, ଝାରପୋଖରିଆ, ଶୁଳିଆପଦା, ବାଙ୍ଗିରିପୋଷି, ବୈଶିଙ୍ଗା ଏବଂ ବାଦାମପାହାଡ।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ଅଭିଯାନରେ ପୁଲିସ୍ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଓ ରୂପା ଅଳଙ୍କାର, ବ୍ୟାଙ୍କ୍ ପାସବୁକ୍, ସମ୍ପତ୍ତି ଦସ୍ତାବିଜ ଏବଂ ଗୋରୁ ଅବୈଧ ପରିବହନ ପାଇଁ ବ୍ୟବହୃତ ଯାନବାହନ ଜବତ କରିଛି। ଏପର୍ଯ୍ୟନ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନୁସନ୍ଧାନ ଏବେ ବି ଜାରି ରହିଛି। ପୁଲିସ୍ ପକ୍ଷରୁ କୁହାଯାଇଛି ଯେ, ଅନ୍ୟ ଦୁଇ ଜିଲ୍ଲାରେ ମଧ୍ୟ ଏକଯୋଗରେ ଅଭିଯାନ ଚାଲୁ ରହିଛି ଏବଂ ଆହୁରି ଅଧିକ ସୂଚନା ପରେ ବିସ୍ତୃତ ବିବରଣୀ ପ୍ରକାଶ ପାଇବ। ଏହି ଅଭିଯାନକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର