ମନୋରଞ୍ଜନ
ବାଲେଶ୍ଵରରେ କାଳବୈଶାଖୀର ତାଣ୍ଡବ: ବିଜୁଳି-ଘଡ଼ଘଡ଼ି ସହ କୁଆପଥର ବର୍ଷା
ବାଲେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବାଲେଶ୍ଵର ଜିଲ୍ଲାରେ କାଳବୈଶାଖୀ ନିଜର କରାଳ ରୂପ ଦେଖାଇଛି। ଆଜି ଅପରାହ୍ନରେ ହଠାତ୍ ପାଗ ପରିବର୍ତ୍ତନ ହେବା ସହ ପ୍ରବଳ ବେଗରେ ପବନ, ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି। ଅପରାହ୍ନ ପ୍ରାୟ ୨ଟା ୩୦ମିନିଟ ସମୟ ବେଳକୁ ଆକାଶ ହଠାତ୍ କଳାହାଣ୍ଡିଆ ମେଘରେ ଢାଙ୍କି ହୋଇଯାଇଥିଲା। ଦିନ ବେଳେ ରାତିର ଭ୍ରମ ସୃଷ୍ଟି ହୋଇଥିବା ବେଳେ ପ୍ରବଳ ଗର୍ଜନ ସହ ବର୍ଷା ଆରମ୍ଭ ହୋଇଥିଲା। କୁଆପଥର ବର୍ଷାରେ ପନିପରିବା ଚାଷ ଓ ଆମ୍ବ ଫଳ ବ୍ୟାପକ ଭାବେ ନଷ୍ଟ ହୋଇଛି, ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ପକ୍କା ଘର ଭିତରେ ରହିବାକୁ ଏବଂ ଗଛ ମୂଳେ ଆଶ୍ରୟ ନନେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।