ଦିନରେ ଖରା ଆଉ ସନ୍ଧ୍ୟାରେ ଘଡଘଡି ସହ ବର୍ଷା, ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶା ଆକାଶରୁ ହଟୁନାହିଁ କଳାହାଣ୍ଡିଆ ମେଘ। ବୈଶାଖ ଆଗମନ ପୂର୍ବରୁ ରାଜ୍ୟରେ ଚାଲିଛି ଝମାଝମ୍‌ ବର୍ଷା। ବର୍ଷାର ପ୍ରଭାବ ବିଶେଷ ରହୁ ନ ଥିଲେ ମଧ୍ୟ ଆକଶରେ ଚକ୍‌ମକ୍‌ ବିଜୁଳି ଚମକୁଛି। ଘଡ଼ଘଡ଼ି ସାଙ୍ଗକୁ ସ୍ଥାନେ ସ୍ଥାନେ କୁଆପଥର ମାଡ଼ ଲୋକଙ୍କୁ ଭୟଭୀତ କରାଇ ଦେଉଛି। ଗଲା ୩-୪ ଦିନ ହେବ ଉପକୂଳବର୍ତ୍ତୀ ଜିଲ୍ଲା ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ସ୍ଥିତି ଲାଗି ରହିଛି। ସୋମବାର ବଲାଙ୍ଗିରରେ କୁଆପଥର ବର୍ଷା କଶ୍ମୀରର ଭ୍ରମ ସୃଷ୍ଟି କରିଛି। ଦିନ ବେଳା ଯାହା ଯେମିତି ଖରାଟିଆ ପାଗ ରହୁଛି; ହେଲେ ଅପରାହ୍ମ ପରେ ପାଗରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିବା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସ୍ଥିତି ସୃଷ୍ଟି ହେଉଛି। ଏହି ସମୟରେ ଅନେକ ସ୍ଥାନରେ ପବନର ବେଗ ମଧ୍ୟ ବୃଦ୍ଧି ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହୁଛି। ସାରା ରାଜ୍ୟରେ ପାଣିପାଗର ଏଭଳି ପ୍ରଭାବ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। 

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ରାଜ୍ୟର ୭ ଜିଲ୍ଲା କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜକୁ ବଜ୍ରପାତ ସହ ବର୍ଷା ଓ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନ୍ୟପଟେ ପାଣିପାଗ ବିଶଷେଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁୁପାଳକ କହିଛନ୍ତି ଯେ ଏପ୍ରିଲ ମାସରେ ମିଶ୍ରତ ପାଣିପାଗ ସ୍ଥିତି ଜାରି ରହିବ। ସେ କହିଛନ୍ତି, ଚଳିତ ଗ୍ରୀଷ୍ମ ଋତୁରେ ମୌସୁମୀ ଆଗମନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥିତି ଦେଖିବାକୁ ମିଳିବ। ଏପ୍ରିଲ ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଏବଂ ନିର୍ଦ୍ଧାରିତ ତାପମାତ୍ରା (୩୫-୩୮ଡିଗ୍ରୀ) ରହିବାର ସମ୍ଭାବନା ଅଛି। ଉତ୍ତର ଭାରତ ଦେଇ ଗତି କରୁଥିବା ପଶ୍ଚିମା-ଝଡ଼ଗୁଡ଼ିକ ଓଡ଼ିଶାରେ କାଳବୈଶାଖୀ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଏହି ବର୍ଷା ଏକ “ବାୟୁମଣ୍ଡଳୀୟ ବଫର୍‌’ ଭାବେ କାମ କରି ପ୍ରଖର ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ଦେବ। ତେବେ ମେ’ ମାସରେ ଗ୍ରୀଷ୍ମପ୍ରବାହ ଚରମ ସୀମାରେ ପହଞ୍ଚିବ। ମେ’ ମାସ ବର୍ଷର ସବୁଠାରୁ ଉତ୍ତପ୍ତ ମାସରେ ପରିଣତ ହେବ, ଯେଉଁଥିରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ। ବର୍ଷା ସ୍ୱାଭାବିକ ରହିବ, କିନ୍ତୁ ଏହା ଅତ୍ୟନ୍ତ ଅନିଶ୍ଚିତ ଏବଂ କ୍ଷଣସ୍ଥାୟୀ ହୋଇପାରେ। ଜୁନ୍‌ ମାସ ବେଳକୁ ବାୟୁମଣ୍ଡଳର ତାପମାତ୍ରାରେ କିଛିଟା ହ୍ରାସ ଆସିବ; କିନ୍ତୁ ଆର୍ଦ୍ରତା ବୃଦ୍ଧି ପାଇବାରୁ ଗୁଳୁଗୁଳି ବଢ଼ିବ। ସ୍ୱାଭାବିକ ଭାବେ ଜୁନ୍‌ ୧୦ ରୁ ୧୫ ମଧ୍ୟରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି।  

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର