ଦର୍ଜୀ ସ୍ୱାମୀର ହାତ ସିଲେଇ ବ୍ଲାଉଜ ଫିଟିଙ୍ଗ୍‌ ହେଲାନି ବୋଲି, ସ୍ତ୍ରୀ ନେଲା ଏପରି ନିଷ୍ପତ୍ତି…

The Sakala Picture
Published On

ହାଇଦ୍ରାବାଦ : ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ସ୍ନେହପୂର୍ଣ୍ଣ ଅଟେ। କିନ୍ତୁ ବେଳେ ବେଳେ ଭୁଲ ବୁଝାମଣା ହେତୁ ଏହି ଅତୁଟ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଯାଏ। ଛୋଟ ଛୋଟ ଜିନିଷକୁ ନେଇ ମନମାଳିନ୍ୟ ଏବଂ ଝଗଡା ବେଳେ ବେଳେ ବଡ ଘଟଣା ପାଲଟି ଯାଏ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦରୁ । ଯେଉଁଠି ଦର୍ଜୀ ସ୍ୱାମୀର ହାତ ସିଲେଇ ବ୍ଲାଉଜ ଫିଟିଙ୍ଗ୍‌ ହେଲାନି ବୋଲି ବୋଲି ସ୍ତ୍ରୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛି। ଘଟଣାଟି […]

ହାଇଦ୍ରାବାଦ : ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ସ୍ନେହପୂର୍ଣ୍ଣ ଅଟେ। କିନ୍ତୁ ବେଳେ ବେଳେ ଭୁଲ ବୁଝାମଣା ହେତୁ ଏହି ଅତୁଟ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଯାଏ। ଛୋଟ ଛୋଟ ଜିନିଷକୁ ନେଇ ମନମାଳିନ୍ୟ ଏବଂ ଝଗଡା ବେଳେ ବେଳେ ବଡ ଘଟଣା ପାଲଟି ଯାଏ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦରୁ । ଯେଉଁଠି ଦର୍ଜୀ ସ୍ୱାମୀର ହାତ ସିଲେଇ ବ୍ଲାଉଜ ଫିଟିଙ୍ଗ୍‌ ହେଲାନି ବୋଲି ବୋଲି ସ୍ତ୍ରୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

ଘଟଣାଟି ଘଟିଛି ହାଇଦ୍ରାବାଦର ଅମ୍ବରପେଟର ଗୋଲଙ୍କା ତିରୁମାଲା ନଗରରେ । ଏଠାରେ ରହୁଥିବା  ଜଣେ ମହିଳା ସାମାନ୍ୟ ବ୍ଲାଉଜ୍‌କୁ ନେଇ ସ୍ୱାମୀଙ୍କ ସହିତ ଝଗଡ଼ା ପରେ ନିଜେ ଆତ୍ମହତ୍ୟା କରି ଦେଇଛନ୍ତି । ମୃତା ମହିଳାଙ୍କ ନାଁ ବିଜୟାଲକ୍ଷ୍ମୀ । ସୂଚନା ଅନୁଯାୟୀ, ଦର୍ଜୀ କାମ କରୁଥିବା ଶ୍ରୀନିବାସ ନାମକ ବ୍ୟକ୍ତି ସ୍ତ୍ରୀ ବିଜୟାଲକ୍ଷ୍ମୀଙ୍କ ପାଇଁ ଏକ ବ୍ଲାଉଜ୍ ସିଲାଇ କରିଥିଲେ । କିନ୍ତୁ ସେହି ବ୍ଲାଉଜ୍‌ ବିଜୟାଲକ୍ଷ୍ମୀଙ୍କୁ ଫିଟିଙ୍ଗ ହୋଇନଥିଲା । ତେଣୁ ସେ ବ୍ଲାଉଜକୁ ଖୋଲି ପୁଣିଥରେ ସିଲେଇ କରିବାକୁ କହିଥିଲେ । ସମୟ ନ ଥିବା କହି ଶ୍ରୀନିବାସ ମନା କରି ଦେଇଥିଲେ । ଏହାର କିଛି ଘଣ୍ଟା ପରେ ହିଁ ବିଜୟାଲକ୍ଷ୍ମୀ ଆତ୍ମହତ୍ୟା କରିଥିଲେ ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଶ୍ରୀନିବାସ ଶାଢି ଓ ବ୍ଲାଉଜ କପଡ଼ା ବିକ୍ରି କରିବା ସହିତ ଘରେ ସିଲେଇ କାମ ମଧ୍ୟ କରି ଥାଆନ୍ତି । ବିଜୟାଲକ୍ଷ୍ମୀ ଓ ଶ୍ରୀନିବାସଙ୍କର ଦୁଇ ସନ୍ତାନ ଅଛନ୍ତି । ସେମାନେ ସ୍କୁଲରେ ପାଠ ପଢ଼ୁଛନ୍ତି । ଶ୍ରୀନିବାସ ନିଜ ସ୍ତ୍ରୀଙ୍କ ପାଇଁ ଏକ ବ୍ଲାଉଜ୍ ସିଲେଇ କରିଥିଲେ, କିନ୍ତୁ ତାହା ବିଜୟାଲକ୍ଷ୍ମୀଙ୍କୁ ଫିଟିଙ୍ଗ ଆସି ନ ଥିଲା । ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ସ୍ୱାମୀଙ୍କ ଉପରେ ରାଗିଥିବା ୩୫ ବର୍ଷୀୟା ବିଜୟାଲକ୍ଷ୍ମୀ ପିଲାମାନେ ସ୍କୁଲ ଯିବା ପରେ ନିଜକୁ ବେଡ୍‌ରୁମରେ ଲକ୍ କରି ଦେଇଥିଲେ । ଏହାରି ଭିତରେ ଶ୍ରୀନିବାସ ମଧ୍ୟ ନିଜ କାମରେ ବାହାରକୁ ଚାଲି ଯାଇଥିଲେ । ପିଲାମାନେ ଯେତେବେଳେ ସ୍କୁଲରୁ ଫେରିଲେ, ତ ସେମାନେ ମା’ ଶୋଇଥିବା ଘରର କବାଟ ବାଡ଼େଇ ଥିଲେ । କିନ୍ତୁ କେହି କବାଟ ଖୋଲି ନ ଥିଲେ । ରୁମ୍ ବାହାରେ ଛିଡ଼ା ହୋଇଥିବା ପିଲାମାନେ ବଡ଼ ପାଟିରେ ମା’ ମା’ ଡାକୁଥିଲେ, ତଥାପି ସେପଟୁ କୌଣସି ବି ଉତ୍ତର ମିଳି ନ ଥିଲା।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଏହାପରେ ପିଲାମାନେ ତୁରନ୍ତ ଏ ନେଇ ନିଜ ବାପାଙ୍କୁ ଖବର ଦେଇଥିଲେ । ପିଲାଙ୍କଠାରୁ ଖବର ପାଇ ଶ୍ରୀନିବାସ ଘରେ ପହଞ୍ଚିଥିଲେ । ଅନେକ ବାର ଡାକିବା ପରେ ମଧ୍ୟ ସ୍ତ୍ରୀ କବାଟ ଖୋଲି ନ ଥିଲେ । ଯେତେବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲା, ତ ଶ୍ରୀନିବାସ କବାଟ ଭାଙ୍ଗି ଦେଇଥିଲେ ଏବଂ ଭିତରେ ବିଜୟାଲକ୍ଷ୍ମୀଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ପୁଲିସ ଅଧିକାରୀ ମୃତା ମହିଳାଙ୍କ ସ୍ୱାମୀଙ୍କ ବୟାନ ନେଇଛନ୍ତି । ଏଥି ସହିତ ଉପସ୍ଥିତ ଲୋକଙ୍କଠାରୁ ମଧ୍ୟ ସ୍ୱାମୀ, ସ୍ତ୍ରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

06 Dec 2021 By The Sakala

ଦର୍ଜୀ ସ୍ୱାମୀର ହାତ ସିଲେଇ ବ୍ଲାଉଜ ଫିଟିଙ୍ଗ୍‌ ହେଲାନି ବୋଲି, ସ୍ତ୍ରୀ ନେଲା ଏପରି ନିଷ୍ପତ୍ତି…

ହାଇଦ୍ରାବାଦ : ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ସ୍ନେହପୂର୍ଣ୍ଣ ଅଟେ। କିନ୍ତୁ ବେଳେ ବେଳେ ଭୁଲ ବୁଝାମଣା ହେତୁ ଏହି ଅତୁଟ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଯାଏ। ଛୋଟ ଛୋଟ ଜିନିଷକୁ ନେଇ ମନମାଳିନ୍ୟ ଏବଂ ଝଗଡା ବେଳେ ବେଳେ ବଡ ଘଟଣା ପାଲଟି ଯାଏ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦରୁ । ଯେଉଁଠି ଦର୍ଜୀ ସ୍ୱାମୀର ହାତ ସିଲେଇ ବ୍ଲାଉଜ ଫିଟିଙ୍ଗ୍‌ ହେଲାନି ବୋଲି ବୋଲି ସ୍ତ୍ରୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛି।

ଘଟଣାଟି ଘଟିଛି ହାଇଦ୍ରାବାଦର ଅମ୍ବରପେଟର ଗୋଲଙ୍କା ତିରୁମାଲା ନଗରରେ । ଏଠାରେ ରହୁଥିବା  ଜଣେ ମହିଳା ସାମାନ୍ୟ ବ୍ଲାଉଜ୍‌କୁ ନେଇ ସ୍ୱାମୀଙ୍କ ସହିତ ଝଗଡ଼ା ପରେ ନିଜେ ଆତ୍ମହତ୍ୟା କରି ଦେଇଛନ୍ତି । ମୃତା ମହିଳାଙ୍କ ନାଁ ବିଜୟାଲକ୍ଷ୍ମୀ । ସୂଚନା ଅନୁଯାୟୀ, ଦର୍ଜୀ କାମ କରୁଥିବା ଶ୍ରୀନିବାସ ନାମକ ବ୍ୟକ୍ତି ସ୍ତ୍ରୀ ବିଜୟାଲକ୍ଷ୍ମୀଙ୍କ ପାଇଁ ଏକ ବ୍ଲାଉଜ୍ ସିଲାଇ କରିଥିଲେ । କିନ୍ତୁ ସେହି ବ୍ଲାଉଜ୍‌ ବିଜୟାଲକ୍ଷ୍ମୀଙ୍କୁ ଫିଟିଙ୍ଗ ହୋଇନଥିଲା । ତେଣୁ ସେ ବ୍ଲାଉଜକୁ ଖୋଲି ପୁଣିଥରେ ସିଲେଇ କରିବାକୁ କହିଥିଲେ । ସମୟ ନ ଥିବା କହି ଶ୍ରୀନିବାସ ମନା କରି ଦେଇଥିଲେ । ଏହାର କିଛି ଘଣ୍ଟା ପରେ ହିଁ ବିଜୟାଲକ୍ଷ୍ମୀ ଆତ୍ମହତ୍ୟା କରିଥିଲେ ।

ଶ୍ରୀନିବାସ ଶାଢି ଓ ବ୍ଲାଉଜ କପଡ଼ା ବିକ୍ରି କରିବା ସହିତ ଘରେ ସିଲେଇ କାମ ମଧ୍ୟ କରି ଥାଆନ୍ତି । ବିଜୟାଲକ୍ଷ୍ମୀ ଓ ଶ୍ରୀନିବାସଙ୍କର ଦୁଇ ସନ୍ତାନ ଅଛନ୍ତି । ସେମାନେ ସ୍କୁଲରେ ପାଠ ପଢ଼ୁଛନ୍ତି । ଶ୍ରୀନିବାସ ନିଜ ସ୍ତ୍ରୀଙ୍କ ପାଇଁ ଏକ ବ୍ଲାଉଜ୍ ସିଲେଇ କରିଥିଲେ, କିନ୍ତୁ ତାହା ବିଜୟାଲକ୍ଷ୍ମୀଙ୍କୁ ଫିଟିଙ୍ଗ ଆସି ନ ଥିଲା । ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ସ୍ୱାମୀଙ୍କ ଉପରେ ରାଗିଥିବା ୩୫ ବର୍ଷୀୟା ବିଜୟାଲକ୍ଷ୍ମୀ ପିଲାମାନେ ସ୍କୁଲ ଯିବା ପରେ ନିଜକୁ ବେଡ୍‌ରୁମରେ ଲକ୍ କରି ଦେଇଥିଲେ । ଏହାରି ଭିତରେ ଶ୍ରୀନିବାସ ମଧ୍ୟ ନିଜ କାମରେ ବାହାରକୁ ଚାଲି ଯାଇଥିଲେ । ପିଲାମାନେ ଯେତେବେଳେ ସ୍କୁଲରୁ ଫେରିଲେ, ତ ସେମାନେ ମା’ ଶୋଇଥିବା ଘରର କବାଟ ବାଡ଼େଇ ଥିଲେ । କିନ୍ତୁ କେହି କବାଟ ଖୋଲି ନ ଥିଲେ । ରୁମ୍ ବାହାରେ ଛିଡ଼ା ହୋଇଥିବା ପିଲାମାନେ ବଡ଼ ପାଟିରେ ମା’ ମା’ ଡାକୁଥିଲେ, ତଥାପି ସେପଟୁ କୌଣସି ବି ଉତ୍ତର ମିଳି ନ ଥିଲା।

ଏହାପରେ ପିଲାମାନେ ତୁରନ୍ତ ଏ ନେଇ ନିଜ ବାପାଙ୍କୁ ଖବର ଦେଇଥିଲେ । ପିଲାଙ୍କଠାରୁ ଖବର ପାଇ ଶ୍ରୀନିବାସ ଘରେ ପହଞ୍ଚିଥିଲେ । ଅନେକ ବାର ଡାକିବା ପରେ ମଧ୍ୟ ସ୍ତ୍ରୀ କବାଟ ଖୋଲି ନ ଥିଲେ । ଯେତେବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲା, ତ ଶ୍ରୀନିବାସ କବାଟ ଭାଙ୍ଗି ଦେଇଥିଲେ ଏବଂ ଭିତରେ ବିଜୟାଲକ୍ଷ୍ମୀଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ପୁଲିସ ଅଧିକାରୀ ମୃତା ମହିଳାଙ୍କ ସ୍ୱାମୀଙ୍କ ବୟାନ ନେଇଛନ୍ତି । ଏଥି ସହିତ ଉପସ୍ଥିତ ଲୋକଙ୍କଠାରୁ ମଧ୍ୟ ସ୍ୱାମୀ, ସ୍ତ୍ରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର