ହର୍ମୁଜ୍ ପ୍ରଣାଳୀରେ ନିଜେ ବିଛାଇଥିବା ମାଇନ୍ସ ଖୋଜି ପାଉନାହିଁ ଇରାନ: ଆମେରିକାର ବଡ଼ ଦାବି

Suryakanta Picture
Published On

ହର୍ମୁଜ୍ ପ୍ରଣାଳୀ ଦେଇ ସମୁଦ୍ର ପଥ ଖୋଲିବା ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ଦାବି କରିଛି ଯେ, ଇରାନ ସମୁଦ୍ରରେ ବିଛାଇଥିବା ବାରୁଦୀ ସୁଡ଼ଙ୍ଗ ବା ମାଇନ୍ସ ଗୁଡ଼ିକୁ ନିଜେ ଖୋଜି ପାଉନାହିଁ। କେବଳ ସେତିକି ନୁହେଁ, ସମୁଦ୍ର ଭିତରୁ ଏହି ବିପଜ୍ଜନକ ମାଇନ୍ସଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଇରାନ ନିକଟରେ ଆବଶ୍ୟକୀୟ ବୈଷୟିକ କ୍ଷମତା ନାହିଁ। ଏହି କାରଣରୁ ଇରାନ ସମୁଦ୍ର ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ଖୋଲି ପାରୁନାହିଁ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଟ୍ରମ୍ପଙ୍କ ଯୁଦ୍ଧବିରତି ସର୍ତ୍ତ

ମଧ୍ୟପ୍ରାଚ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରତି ବା ସିଜ୍‌ଫାୟାର୍ ପାଇଁ ଏକ କଡ଼ା ସର୍ତ୍ତ ରଖିଛନ୍ତି। ତାଙ୍କ ସର୍ତ୍ତ ଅନୁଯାୟୀ, ତୁରନ୍ତ ଏବଂ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀକୁ ବାଣିଜ୍ୟିକ କାରବାର ପାଇଁ ଖୋଲିବାକୁ ପଡ଼ିବ। ବର୍ତ୍ତମାନ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ପାକିସ୍ତାନରେ ଶାନ୍ତି ଆଲୋଚନା ଜାରି ରହିଛି ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ବିଶ୍ୱ ବାଣିଜ୍ୟ ଉପରେ ଆଶଙ୍କା

ହର୍ମୁଜ୍ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ବାଣିଜ୍ୟ ପଥ ମଧ୍ୟରୁ ଅନ୍ୟତମ। ଏଠାରେ ମାଇନ୍ସର ବିପଦ ଥିବାରୁ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ତଥା ବିଶ୍ୱ ଅର୍ଥନୀତି ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ତେଣୁ ଏବେ ଇରାନ କିପରି ଏହି ସମସ୍ୟାର ସମାଧାନ କରିବ ଏବଂ ଜଳପଥକୁ ବିପଦମୁକ୍ତ କରିବ, ତାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର