ପୁଣି ଉପରମୁହାଁ ସୁନା ଦର, ଦୁଇ ସପ୍ତାହରେ ବଢିଲାଣି ୪ ହଜାର

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ସୁନା ଏବଂ ରୁପା ମୂଲ୍ୟରେ କ୍ରମାଗତ ଭାବେ ପରିବର୍ତ୍ତନ ଧାରା ଦେଖିବାକୁ ମିଳୁଛି। ବିଗତ କିଛିଦିନ ତଳେ ସୁନା ମୂଲ୍ୟରେ ଅହେତୁକ ହ୍ରାସ ଘଟିଥିଲା। ତେବେ ହଠାତ୍‌ ପରିସ୍ଥିତି ବଜାରରେ ସୁନା ଦର ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି। ଏମିତିକି ଗତ ୧୫ ଦିନ ମଧ୍ୟରେ ଘରୋଇ ବଜାରରେ ସୁନା ମୂଲ୍ୟରେ ପ୍ରାୟ ୬ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାଯାଇଛି। ଏଭଳି ସ୍ଥିତିରେ ଶନିବାର ବଜାରରେ ସୁନା ଏବଂ ରୁପା ଉଭୟ […]

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ସୁନା ଏବଂ ରୁପା ମୂଲ୍ୟରେ କ୍ରମାଗତ ଭାବେ ପରିବର୍ତ୍ତନ ଧାରା ଦେଖିବାକୁ ମିଳୁଛି। ବିଗତ କିଛିଦିନ ତଳେ ସୁନା ମୂଲ୍ୟରେ ଅହେତୁକ ହ୍ରାସ ଘଟିଥିଲା। ତେବେ ହଠାତ୍‌ ପରିସ୍ଥିତି ବଜାରରେ ସୁନା ଦର ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି। ଏମିତିକି ଗତ ୧୫ ଦିନ ମଧ୍ୟରେ ଘରୋଇ ବଜାରରେ ସୁନା ମୂଲ୍ୟରେ ପ୍ରାୟ ୬ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାଯାଇଛି। ଏଭଳି ସ୍ଥିତିରେ ଶନିବାର ବଜାରରେ ସୁନା ଏବଂ ରୁପା ଉଭୟ ଧାତୁ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି। ଦର ବୃଦ୍ଧିର ଏଭଳି ଧାରାକୁ ଦେଖି ଆଗକୁ ସୁନ ମୂଲ୍ୟ ନୂଆ ରେକର୍ଡ ସ୍ତର ଛୁଇଁବ ନାହିଁ ତ ସେ ନେଇ ନିବେଶକମାନେ ଆଶଙ୍କା ପ୍ରକାଶ କଲେଣି। ଏଠାରେ ସୂଚନାଯୋଗ୍ୟ, ଅଗଷ୍ଟ ୨୦୨୦ରେ ଦେଶରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ରହିଥିଲା।

ଆହୁରି ପଢ଼ନ୍ତୁ: ଉତ୍ତର କୋରିଆର ‘ଡେଡ୍‌ ହ୍ୟାଣ୍ଡ’ ନୀତି: କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କ ହତ୍ୟା ହେଲେ ସ୍ୱୟଂକ୍ରିୟ ପରମାଣୁ ଆକ୍ରମଣ

ଏମ୍‌ସିଏକ୍ସ ବଜାରରେ ଗତ ୧୫ ଦିନର କାରବାର ମଧ୍ୟରେ ସୁନା ମୂଲ୍ୟ ଭରି ବା ୧୦ ଗ୍ରାମ ପିଛା ୬ ପ୍ରତିଶତ ବୃଦ୍ଧି ଘଟି ୪୬ହଜାରରୁ ୪୭ ହଜାର ଟଙ୍କାରେ ପହଞ୍ଚିଛି। ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ସୁନା ମୂଲ୍ୟ ଆଉନ୍ସ ପିଛା ୪ ପ୍ରତିଶତ ବୃଦ୍ଧି ପାଇ ୧୭୮୧ ଡଲାର ହୋଇଯାଇଛି। ତେବେ ଏହାକୁ ନେଇ ବିଶେଷଜ୍ଞମାନେ ଚକିତ କଲା ଭଳି ପୂର୍ବାନୁମାନ କରିଛନ୍ତି। ବଜାର ବିଶେଷଜ୍ଞଙ୍କ ମତରେ ଆଗକୁ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୧୮୨୦ ଡଲାର ଛୁଇଁବ। ଏହାର ପ୍ରଭାବରେ ୨୦୨୧ଶେଷ ଆଡକୁ ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୩ ହଜାର ଟଙ୍କା ଟପିଯିବ। କାରଣ ୨୦୨୧ରେ ଦେଶରେ ସୁନା ଏବଂ ରୁପା ମୂଲ୍ୟରେ ଏକ ନୂଆ ରେକର୍ଡ ସୃଷ୍ଟି ହେବ । ଦେଶରେ କରୋନା ଟିକାକରଣକୁ ବ୍ୟାପକ କରାଯାଇଥିବାରୁ ନିବେଶକମାନେ ବିଭିନ୍ନ ସଂସ୍ଥାରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ତେବେ ସମ୍ପ୍ରତି ସଂକ୍ରମଣ ବଢ଼ୁଥିବା ଯୋଗୁଁ ପୁଞ୍ଜି ବଜାରରେ ସ୍ଥିତି ଅସ୍ଥିର ରହିବ। ଏଥିପାଇଁ ସୁନା ଦର ହ୍ରାସ ହେବ। କରୋନା ସ୍ଥିତି ନିୟନ୍ତ୍ରଣକୁ ନ ଆସିବା ଯାଏ ବଜାରରେ ସ୍ଥିରତା ଆସିବ ନାହିଁ। ଏଭଳି ସ୍ଥଳେ ବଜାରରେ ସୁନା ଦର ଉପରମୁହାଁ ହେବା ସ୍ବାଭାବିକ।

ଆହୁରି ପଢ଼ନ୍ତୁ: ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ମୁଖ୍ୟମନ୍ତ୍ରୀ ବିଜୟ: ସପକ୍ଷରେ ପଡ଼ିଲା ୧୪୪ ଭୋଟ୍

ଗତକାଲି ୧ କେଜି ରୁପାର ଦାମ ୬୪,୭୮୬ ଟଙ୍କା ରହିଥିବା ବେଳେ ଆଜି ଏହା ୬୫,୪୬୮ ଟଙ୍କାରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଶୁକ୍ରବାରର ୪୪,୨୩୦ ଟଙ୍କାରୁ ଶନିବାର ୪୪,୩୪୦ ଟଙ୍କାକୁ ବୃଦ୍ଧି ଘଟିଛି। ଅପରପକ୍ଷେ, ରୁପା କେଜି ପିଛା ୭୦,୬୦୦ ଟଙ୍କାରୁ ୭୦,୮୦୦ ଟଙ୍କାକୁ ବୃଦ୍ଧି ଘଟିଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଦାବି: ରାଜନୀତିରେ ପ୍ରବେଶ କରିବାକୁ ଦିଲଜିତ ଦୋସାଞ୍ଝଙ୍କ ଉପରେ ପଡ଼ୁଛି ଚାପ

18 Apr 2021 By The Sakala

ପୁଣି ଉପରମୁହାଁ ସୁନା ଦର, ଦୁଇ ସପ୍ତାହରେ ବଢିଲାଣି ୪ ହଜାର

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ସୁନା ଏବଂ ରୁପା ମୂଲ୍ୟରେ କ୍ରମାଗତ ଭାବେ ପରିବର୍ତ୍ତନ ଧାରା ଦେଖିବାକୁ ମିଳୁଛି। ବିଗତ କିଛିଦିନ ତଳେ ସୁନା ମୂଲ୍ୟରେ ଅହେତୁକ ହ୍ରାସ ଘଟିଥିଲା। ତେବେ ହଠାତ୍‌ ପରିସ୍ଥିତି ବଜାରରେ ସୁନା ଦର ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି। ଏମିତିକି ଗତ ୧୫ ଦିନ ମଧ୍ୟରେ ଘରୋଇ ବଜାରରେ ସୁନା ମୂଲ୍ୟରେ ପ୍ରାୟ ୬ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାଯାଇଛି। ଏଭଳି ସ୍ଥିତିରେ ଶନିବାର ବଜାରରେ ସୁନା ଏବଂ ରୁପା ଉଭୟ ଧାତୁ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି। ଦର ବୃଦ୍ଧିର ଏଭଳି ଧାରାକୁ ଦେଖି ଆଗକୁ ସୁନ ମୂଲ୍ୟ ନୂଆ ରେକର୍ଡ ସ୍ତର ଛୁଇଁବ ନାହିଁ ତ ସେ ନେଇ ନିବେଶକମାନେ ଆଶଙ୍କା ପ୍ରକାଶ କଲେଣି। ଏଠାରେ ସୂଚନାଯୋଗ୍ୟ, ଅଗଷ୍ଟ ୨୦୨୦ରେ ଦେଶରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ରହିଥିଲା।

ଏମ୍‌ସିଏକ୍ସ ବଜାରରେ ଗତ ୧୫ ଦିନର କାରବାର ମଧ୍ୟରେ ସୁନା ମୂଲ୍ୟ ଭରି ବା ୧୦ ଗ୍ରାମ ପିଛା ୬ ପ୍ରତିଶତ ବୃଦ୍ଧି ଘଟି ୪୬ହଜାରରୁ ୪୭ ହଜାର ଟଙ୍କାରେ ପହଞ୍ଚିଛି। ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ସୁନା ମୂଲ୍ୟ ଆଉନ୍ସ ପିଛା ୪ ପ୍ରତିଶତ ବୃଦ୍ଧି ପାଇ ୧୭୮୧ ଡଲାର ହୋଇଯାଇଛି। ତେବେ ଏହାକୁ ନେଇ ବିଶେଷଜ୍ଞମାନେ ଚକିତ କଲା ଭଳି ପୂର୍ବାନୁମାନ କରିଛନ୍ତି। ବଜାର ବିଶେଷଜ୍ଞଙ୍କ ମତରେ ଆଗକୁ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୧୮୨୦ ଡଲାର ଛୁଇଁବ। ଏହାର ପ୍ରଭାବରେ ୨୦୨୧ଶେଷ ଆଡକୁ ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୩ ହଜାର ଟଙ୍କା ଟପିଯିବ। କାରଣ ୨୦୨୧ରେ ଦେଶରେ ସୁନା ଏବଂ ରୁପା ମୂଲ୍ୟରେ ଏକ ନୂଆ ରେକର୍ଡ ସୃଷ୍ଟି ହେବ । ଦେଶରେ କରୋନା ଟିକାକରଣକୁ ବ୍ୟାପକ କରାଯାଇଥିବାରୁ ନିବେଶକମାନେ ବିଭିନ୍ନ ସଂସ୍ଥାରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ତେବେ ସମ୍ପ୍ରତି ସଂକ୍ରମଣ ବଢ଼ୁଥିବା ଯୋଗୁଁ ପୁଞ୍ଜି ବଜାରରେ ସ୍ଥିତି ଅସ୍ଥିର ରହିବ। ଏଥିପାଇଁ ସୁନା ଦର ହ୍ରାସ ହେବ। କରୋନା ସ୍ଥିତି ନିୟନ୍ତ୍ରଣକୁ ନ ଆସିବା ଯାଏ ବଜାରରେ ସ୍ଥିରତା ଆସିବ ନାହିଁ। ଏଭଳି ସ୍ଥଳେ ବଜାରରେ ସୁନା ଦର ଉପରମୁହାଁ ହେବା ସ୍ବାଭାବିକ।

ଗତକାଲି ୧ କେଜି ରୁପାର ଦାମ ୬୪,୭୮୬ ଟଙ୍କା ରହିଥିବା ବେଳେ ଆଜି ଏହା ୬୫,୪୬୮ ଟଙ୍କାରେ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଶୁକ୍ରବାରର ୪୪,୨୩୦ ଟଙ୍କାରୁ ଶନିବାର ୪୪,୩୪୦ ଟଙ୍କାକୁ ବୃଦ୍ଧି ଘଟିଛି। ଅପରପକ୍ଷେ, ରୁପା କେଜି ପିଛା ୭୦,୬୦୦ ଟଙ୍କାରୁ ୭୦,୮୦୦ ଟଙ୍କାକୁ ବୃଦ୍ଧି ଘଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର